ଓଡ଼ିଶାଲାଇଭ୍ ବ୍ୟୁରୋ
କର୍ଣ୍ଣାଟକ ବିଧାନସଭା ନିର୍ବାଚନ ହେବାକୁ ଆଉ ମାତ୍ର ସପ୍ତାହେ ବାକି ଅଛି। ତା’ପୂର୍ବରୁ ଭୋଟରଙ୍କ ମନକୁ ଛୁଇଁବା ଭଳି ଘୋଷଣା କରିବାରେ ଲାଗିପଡ଼ିଛନ୍ତି ଉଭୟ ବିଜେପି ଓ କଂଗ୍ରେସ।
କର୍ଣ୍ଣାଟକ ନିର୍ବାଚନ ପାଇଁ ପ୍ରସ୍ତୁତ ଉଭୟ ବିଜେପି ଓ କଂଗ୍ରେସ। ଏହା ପୂର୍ବରୁ ବିଜେପି ପକ୍ଷରୁ ଶୁକ୍ରବାରଦିନ ଘୋଷଣାପତ୍ର ଜାରି କରିଛି। ସରକାରକୁ ଆସିଲେ ବିଜେପି କେଉଁ ସବୁ ଆଧାରରେ କାମ କରିବ ସେନେଇ ଭୋଟରଙ୍କ ଆଗରେ ରଖିଛି ନିଜ ଘୋଷଣା ପତ୍ର।
କର୍ଣ୍ଣାଟକରେ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ବିଏସ ୟେଦୁୟେରପ୍ପା ଶୁକ୍ରବାରଦିନ ସକାଳେ କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭେଦକରଙ୍କ ଉପସ୍ଥିତିରେ ଜାରି କରିଛନ୍ତି ଏହି ଘୋଷଣାପତ୍ର। ମେ ୧୨ତାରିଖରେ କର୍ଣ୍ଣାଟକରେ ହେବ ନିର୍ବାଚନ। ମେ ୧୫ରେ ଏହାର ଫଳାଫଳ ପ୍ରକାଶ ପାଇବ।
ଆସନ୍ତୁ ଜାଣିବା କ’ଣ ରହିଛି ବିଜେପିର ଘୋଷଣା ପତ୍ର
- ମରୁଡ଼ି ପ୍ରଭାବିତ ଅଞ୍ଚଳରେ ୨୦ଲକ୍ଷ କୃଷକଙ୍କୁ ମିଳିବ ୧୦,୦୦୦ଟଙ୍କା ଲେଖାଁଏ ସହାୟତା
- କୃଷକଙ୍କ ପାଇଁ ପମ୍ପ ସେଟ୍, ଏହାକୁ ଚଳାଇବା ପାଇଁ ୧୦ଘଣ୍ଟା ପର୍ଯ୍ୟନ୍ତ ମାଗଣା ବିଜୁଳି
- ଗୋହତ୍ୟା ରୋକିବା ପାଇଁ ପଦକ୍ଷେପ
- ମାତ୍ର ୧ପ୍ରତିଶତ ସୁଧରେ ମହିଳାଙ୍କୁ ମିଳିବ ୨ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଲୋନ
- ବିପିଏଲ ପରିବାରର ସବୁ ମହିଳାଙ୍କୁ ସ୍ମାର୍ଟଫୋନ୍
- ପଶୁପକ୍ଷୀଙ୍କ ସୁରକ୍ଷା ପାଇଁ ୩୦୦୦କୋଟି ଟଙ୍କାର ପାଣ୍ଠି
- ଭାଗ୍ୟଲକ୍ଷ୍ମୀ ଯୋଜନାରେ ମଧ୍ୟବିତ୍ତ ଓ ଗରିବ ଶ୍ରେଣୀର ମହିଳାଙ୍କୁ ୧-୨ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସହାୟତା ଯୋଗାଇ ଦିଆଯିବ
- ବିପିଏଲ ପରିବାରକୁ ଝିଅ ବିବାହ ସମୟରେ ମଙ୍ଗଳସୁତ୍ର ପ୍ରଦାନ କରାଯିବ
- ଚାକିରି ପାଇଁ ୨୫୦କୋଟି ଖର୍ଚ୍ଚ କରାଯିବ
- ୩୦୦ରୁ ଅଧିକ ଅର୍ଣ୍ଣପୁର୍ଣ୍ଣା କ୍ୟାଣ୍ଟିନ୍ ଖୋଲାଯିବ
- ୪୦୦ ଏସଟି ପିଲାଙ୍କୁ ବିଦେଶରେ ପଢ଼ିବାର ସୁଯୋଗ ମିଳିବ
- ଓବିସି ଶ୍ରେଣୀର ଲୋକଙ୍କୁ ସୁବିଧାରେ ଘର ଯୋଗାଇଦେବା ପାଇଁ ୭୫୦୦ଟଙ୍କାର ବଜେଟ
- ୨୪ଘଣ୍ଟା ଦୁର୍ନିତି ବିରୋଧୀ ସହାୟତା ପାଇଁ ସେଣ୍ଟର ଖୋଲାଯିବ
- ମହିଳା ଓ ଶିଶୁଙ୍କ ସୁରକ୍ଷା ପାଇଁ ରାଜ୍ୟର ପ୍ରତ୍ୟେକ ଜନବହୁଳ ସ୍ଥାନରେ ସିସିଟିଭି କ୍ୟାମେରା ଲଗାଯିବ
- ବିପିଏଲ ପରିବାରର ମହିଳାଙ୍କୁ ମିଳିବ ମାଗଣା ନାପକିନ୍ ଏବଂ ଅନ୍ୟ ମହିଳାଙ୍କୁ ୧ଟଙ୍କାରେ ନାପକିନ୍ ମିଳିବ