ଓଡ଼ିଶାଲାଇଭ୍‌ ବ୍ୟୁରୋ

୨୮ ସେକେଣ୍ଡର ଭିଡିଓରେ ସାରା ଦେଶକୁ ପାଗଳ କରିଥିବା ଭାଇରାଲ ଗାର୍ଲ ପ୍ରିୟା ପ୍ରକାଶ ‘ହଓ୍ଵା ହଓ୍ଵା’ ଗୀତ ଗାଇ ପୁଣି ଚର୍ଚ୍ଚାରେ ଅଛନ୍ତି।

ଅଭିନେତ୍ରୀ ପ୍ରିୟା ପ୍ରକାଶ ଭ୍ୟାରିୟର ଏବେ ପୁଣି ଚର୍ଚ୍ଚାରେ। ପ୍ରିୟାଙ୍କ ପୁଣି ଏକ ଭିଡିଓ ଭାଇରାଲ ହୋଇଛି। ଏହି ନୂଆ ଭିଡ଼ିଓ ଆସିବା ପରେ ପୁଣି ଥରେ ଲୋକେ ତାଙ୍କୁ ନେଇ ଚର୍ଚ୍ଚା ଆରମ୍ଭ କରିଛନ୍ତି। ଭାଇରାଲ ହୋଇଥିବା ଏହି ଭିଡ଼ିଓରେ ପ୍ରିୟାଙ୍କୁ ‘ହଓ୍ଵା ହଓ୍ଵା’ ଗୀତ ଗାଇ ଝୁମୁଥିବାର ଦେଖିବାକୁ ମିଳିଛି।

ପ୍ରିୟା ପ୍ରକାଶଙ୍କ ଆଖିରେ ଆଖିରେ ଇଶାରା ଦେଉଥିବା ୨୮ ସେକେଣ୍ଡର ଭିଡିଓ ଭାଇରାଲ ହୋଇଥିଲା। ଭାଲେଣ୍ଟାଇନ ଡେ’ରେ ଏହି ଭିଡିଓ ଭାଇରାଲ ହେବାପରେ ଇଣ୍ଟରନେଟରେ ଚହଳ ପଡିଯାଇଥିଲା। ଫଳରେ ଚାରିଆଡେ ପ୍ରିୟାଙ୍କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଥିଲା। ଆଉ ଏଥିରୁ ତାଙ୍କର ଲୋକପ୍ରିୟତା ମଧ୍ୟ ବୃଦ୍ଧି ପାଇଥିଲା। ଯାହାର ଫଳସ୍ୱରୂପ ତାଙ୍କୁ ବଲିଉଡ ଫିଲ୍ମରେ ମଧ୍ୟ ସୁଯୋଗ ମିଳିଛି।

ଅର୍ଜୁନ କପୁରଙ୍କ ଫିଲ୍ମ ‘ମୁବାରକା’ର ଏକ ଗୀତରେ ସମସ୍ତେ ଝୁମିବା ସହ ପ୍ରିୟାଙ୍କୁ ମଧ୍ୟ ଏହି ଗୀତ ଗାଉଥିବାର ଦେଖିବାକୁ ମିଳିଛି। ଏହି ଭିଡ଼ିଓରେ ପ୍ରିୟ ଶାଢ଼ି ପିନ୍ଧିଥିବାର ଦେଖିବାକୁ ମିଳିଛି। ତାଙ୍କ ଅଭିନୀତ ପ୍ରଥମ ଫିଲ୍ମ ‘ଓରୁ ଅଦାର ଲଭ୍‌’ ରିଲିଜ ନ ହୋଇ ମଧ୍ୟ ତାଙ୍କୁ ଏତେ ସଫଳତା ମିଳି ସାରିଛି।

ପ୍ରିୟା ପ୍ରକାଶ ଖୁବଶିଘ୍ର ବଲିଉଡରେ ଏଣ୍ଟ୍ରି କରିବାକୁ ଯାଉଛନ୍ତି। ଭିଡିଓ ଭାଇରାଲ ହେବା ପରଠାରୁ ପ୍ରିୟାଙ୍କ ପାଖକୁ ବହୁତ ଅଫର୍‌ ଆସିଥିଲା। ରୋହିତ ସେଟ୍ଟିଙ୍କ ଆଗାମୀ ଫିଲ୍ମ ‘ସିମ୍ବା’ରେ ତାଙ୍କୁ ଦେଖିବାକୁ ମିଳିବ। ରଣବୀର କପୁର ହେବେ ତାଙ୍କ ନାୟକ।

‘ସିମ୍ବା’ର ସହ ପ୍ରଯୋଜକ ହେଉଛନ୍ତି କରଣ ଜୋହର। କରଣ ମଧ୍ୟ ଚାହୁଁଥିଲେ ଏହି ଫିଲ୍ମରେ ପ୍ରିୟାଙ୍କୁ ନିଆଯାଉ। ସେହିପରି ପ୍ରିୟା ମଧ୍ୟ ରଣବୀରଙ୍କ ସହିତ କାମ କରିବାକୁ ଆଗ୍ରହ ପ୍ରକାଶ କରିଥିଲେ।

ଯଦିଓ ଫିଲ୍ମରେ ପ୍ରିୟାଙ୍କ ରୋଲ ସେତେ ବଡ଼ ନୁହେଁ ତଥାପି ଯୁବବର୍ଗ ମଧ୍ୟରେ ତାଙ୍କର ଲୋକପ୍ରିୟତାକୁ ଦୃଷ୍ଟିରେ ରଖି ତାଙ୍କୁ ଏହି ପିଲ୍ମରେ ନିଆଯାଛି ବୋଲି ନିର୍ଦ୍ଦେଶକ ରୋହିତ ସେଟ୍ଟି କହିଛନ୍ତି। ରଣବୀର ଏଥିରେ ଜଣେ ପୁଲିସ ଅପିସର ଭୂମିକାରେ ଅଭିନୟ କରୁଛନ୍ତି। ଚଳିତବର୍ଷ ୨୧ ଡିସେମ୍ବରରେ ‘ସିମ୍ବା’ ରିଲିଜ ହେବ।

Comment