ଓଡ଼ିଶାଲାଇଭ୍ ବ୍ୟୁରୋ

ଅନେକ ଲୋକ ଅଛନ୍ତି ଯେଉଁମାନେ ସମାଜ ପରିବର୍ତ୍ତନର କଥା କୁହନ୍ତି। କିନ୍ତୁ ତା’ ମଧ୍ୟରେ କିଛି ଲୋକ ଏହାକୁ ବାସ୍ତବତାର ରୂପ ଦିଅନ୍ତି। ସେମାନଙ୍କୁ ହିଁ ସମାଜ ସଲାମ କରେ।

ସମାଜରେ କିଛି ପରିବର୍ତ୍ତନ ଆଣିବାକୁ ହେଲେ କୌଣସି ବୈଜ୍ଞାନିକ କିମ୍ବା ନୋବେଲ ପୁରସ୍କାର ଜିତିବା ଆବଶ୍ୟକ ନାହିଁ। ଆପଣଙ୍କ ପାଖରେ ଯଦି କିଛି କରିବାର ଇଚ୍ଛା ଓ ଅଦମ୍ୟ ସାହସ ଅଛି ତେବେ ଆପଣ ଚାହିଁଲେ ସମାଜରେ ନିଶ୍ଚୟ ପରିବର୍ତ୍ତନ ଆଣିପାରିବେ। ଏମିତି କିଛି ମହିଳାଙ୍କ ବିଷୟରେ ଆଜି ଆମେ କହିବାକୁ ଯାଉଛୁ ଯେଉଁମାନେ ନିଜ ଅଦମ୍ୟ ସାହସ ଦେଖାଇ ସମାଜରେ ପରିବର୍ତ୍ତନ ଆଣିବାକୁ ଚେଷ୍ଟା କରିଛନ୍ତି ଏବଂ ଏଥିରେ ସଫଳ ମଧ୍ୟ ହୋଇଛନ୍ତି।

ଆସନ୍ତୁ ଜାଣିବା ଦେଶର ୧୦ ସୁପରଓମ୍ୟାନ୍‌ଙ୍କ ସମ୍ପର୍କରେ…

ପ୍ରୀତି ପାଟକର

ପ୍ରୀତି ଜଣେ ଗୃହିଣୀ। ଏହାସହ ମୁମ୍ବାଇର ରେଡ ଲାଇଟ୍‌ ଏରିଆରେ ଏକ ଏନଜିଓ ଚଲାନ୍ତି। ରେଡ ଲାଇଟ୍‌ ଏରିଆରେ ଯେଉଁ ଶିଶୁମାନେ ଶ୍ରମିକ ଭାବେ କାମ କରୁଥିଲେ ସେମାନଙ୍କୁ ନେଇ ବିଶ୍ଵର ପ୍ରଥମ ନାଇଟ୍‌ କେୟାର ସେଣ୍ଟର ନିର୍ମାଣ କରିଥିଲେ ପ୍ରୀତି। ସେହି ସେଣ୍ଟରରେ ଶିଶୁ ଶ୍ରମିକ ଭାବେ କାମ କରୁଥିବା ଶିଶୁଙ୍କ କେୟାର ନିଆଯାଏ।

ସ୍ନେହା କାମଥ

ସ୍ନେହା କାମଥ ସୋସିଓଲୋଜିରେ ସ୍ନାତକ କରିଛନ୍ତି। ଏହାପରେ ସେ ଏକ ଡ୍ରାଇଭିଂ ସ୍କୁଲ ଖୋଲିଥିଲେ। ଏହି ସ୍କୁଲ ନିର୍ମାଣ କରିବା ପଛରେ ଏକ ମହତ ଉଦ୍ଦେଶ୍ୟ ଥିଲା। କାରଣ ଏହି ସ୍କୁଲରେ କେବଳ ମହିଳାଙ୍କୁ ଡ୍ରାଇଭିଂ ଶିକ୍ଷା ଦିଆଯାଏ। ବେଳେବେଳେ ମହିଳାଙ୍କ ଡ୍ରାଇଭିଂ ସ୍କିଲକୁ ନେଇ ମଜାକ ଉଡ଼ାଯାଏ। ଏହାକୁ ନଜର ରଖି ସ୍ନେହା କେବଳ ମହିଳାଙ୍କ ପାଇଁ ଡ୍ରାଇଭିଂ ସ୍କୁଲ ନିର୍ମାଣ ପାଇଁ ଚେଷ୍ଟା କରିଥିଲେ ଏଥିରେ ସଫଳ ମଧ୍ୟ ହୋଇଥିଲେ।

ପୂଜା ଟପରିଆ

ପୂଜା ‘ଅର୍ପଣ’ ନାମରେ ଏକ ଏନଜିଓ ଚଲାନ୍ତି। ଶୋଷଣର ଶିକାର ହେଉଥିବା ଶିଶଙ୍କୁ ଏଥିରେ ସହାୟତା ଦିଆଯାଏ। ପାଖାପାଖି ୭୦,୦୦୦ପରିବାରଙ୍କ ଉପରେ ଏହାର ପ୍ରଭାବ ପଡ଼ିଛି। ‘ଅର୍ପଣ’ ଏନଜିଓ ମାଧ୍ୟମରେ ଶୋଷଣର ଶିକାର ହେଉଥିବା ଶିଶୁଙ୍କୁ ନୂଆ ଜୀବନ ଦେଇଛନ୍ତି ପୂଜା।

ମାଳା ଶ୍ରୀକାନ୍ତ

ଜୀବନକୁ ଆପଣ ଯେମିତି ନେବା ପାଇଁ ଚାହିଁବେ ସେମତି କରିପାରିବେ। ଏହି କଥାଟିକୁ କାମରେ କରି ଦେଖାଇଛନ୍ତି ମାଳା। ପେଶାରେ ଜଣେ ଡାକ୍ତର ଥିବା ମାଳାଙ୍କ ଜୀବନରେ ଅନେକ ଉତଥାନ୍-ପତନ ଦେଇ ଗତିକରିଥିଲା। ଭୁଲ ବୁଝାମଣାରୁ ସ୍ଵାମୀଙ୍କଠାରୁ ଛାଡ଼ପତ୍ର ନେବା ପରେ ଏକ ବଡ଼ ଦୁର୍ଘଟଣାର ଶିକାର ହୋଇଥିଲେ ସେ। ଏହାପରେ ମାଳା ଓମାନରୁ ଭାରତ ପଳାଇ ଆସିଥିଲେ। ରାଣୀକ୍ଷେତର ଲୋକଙ୍କ ସମସ୍ୟା ବୁଝିବା ସହ ସେମାନଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେବା ପାଇଁ ଏକ ହସ୍ତତନ୍ତ ଫ୍ୟାକ୍ଟ୍ରି ନିର୍ମାଣ କଲେ। ଏହାଦ୍ଵାରା ଅନେକ ମହିଳାଙ୍କୁ କାମ ମିଳିବା ସହ ସେମାନେ ସ୍ଵାବଲମ୍ବୀ ହୋଇପାରିଥିଲେ।

ପ୍ରତିମା ଦେବୀ

ରାସ୍ତାଘଟରୁ ମଇଳା ସଫା କରୁଥିବା ପ୍ରତିମା ଦେବୀଙ୍କର ବିରାଟ ହୃଦୟ ରହିଛି। ପ୍ରତିମା ବୁଲା କୁକୁରଙ୍କ ପାଇଁ କୌଣସି ଦେବୀଠାରୁ କମ୍‌ ନୁହଁନ୍ତି। ସେ ପ୍ରତିଦିନ ୩୦୦ରୁ ଅଧିକ ବୁଲା କୁକୁରଙ୍କ ପେଟ ଭରନ୍ତି। ନିଜ ସନ୍ତାନଙ୍କ ଭଳି ସେମାନଙ୍କୁ ପାଳିଥାନ୍ତି ପ୍ରତିମା ଦେବୀ।

ରିଚା ସିଂହ

ଡିପ୍ରେସନର ଶିକାର ହୋଇଥିବା ଲୋକମାନଙ୍କୁ ସହାୟତା କରନ୍ତି ରିଚା ସିଂହ। ସେମାନଙ୍କ ପାଇଁ ‘ୟୋର ଦୋସ୍ତ’ ନାମରେ ଏକ ୱେବସାଇଟ ଖୋଲିଛନ୍ତି। ଏହା ଜରିଆରେ ଡିପ୍ରେସନର ଶିକାର ହୋଇଥିବା ଲୋକଙ୍କ ସହାୟତା କରୁଛନ୍ତି ରିଚା।

ରିୟା ଶର୍ମା

ରିୟା ଶର୍ମା ଏସିଡ ଆଟାକ୍ ମହିଳାଙ୍କ ସହାୟତା କରିଥାନ୍ତି। ବିଭିନ୍ନ ୱେବସାଇଟରେ ଏସିଡ ଆଟାକଙ୍କ ମହିଳାଙ୍କ କାହାଣୀ ପୋଷ୍ଟ କରନ୍ତି ଏଥିରୁ ଯାହା ଅର୍ଥ ମିଳେ ସେଥିରେ ରିୟା ଏସିଡ ଆଟାକ ମହିଳାଙ୍କୁ ସାହାଯ୍ୟ କରନ୍ତି।

ଶିଲା ଘୋଷ

ସାଧାରଣତଃ ୭୦-୭୫ବର୍ଷ ହୋଇଗଲେ ଲୋକମାନେ ନିଜକୁ ଅସହାୟ ମନେକରନ୍ତି। ଶିଲା ଘୋଷଙ୍କ କ୍ଷେତ୍ରରେ ଏହା ବ୍ୟତିକ୍ରମ ପରିଲକ୍ଷିତ ହୁଏ। ଏକମାତ୍ର ପୁଅର ମୃତ୍ୟୁ ପରେ ଶିଲାଙ୍କ ରକ୍ଷଣାବେକ୍ଷଣ ଦାୟିତ୍ଵ ତାଙ୍କ ନାତୀଙ୍କ ଉପରେ ପଡ଼ିଲା। ଏଥିପାଇଁ ସେମାନେ ଶିଲାଙ୍କୁ ଘରୁ ତଡ଼ି ଦେଲେ। କୋଲକତା ରାସ୍ତାରେ ଆଳୁ ଫ୍ରାଇ କରି ବିକ୍ରି କଲେ ଶିଲା। ଏଥିରୁ ଯାହା ପାରିଶ୍ରମିକ ମିଳେ ସେଥିଲେ ଚଳନ୍ତି।

ପ୍ରେମଲତା ଅଗ୍ରୱା

ଦୁଇଟି ଶିଶୁ ମା’ ହେବା ପରେ ପ୍ରେମଲତା ଏଭରେଷ୍ଟ ଆହୋରଣ କରି ସବୁ ମହିଳାଙ୍କ ପାଇଁ ଉଦାହରଣ ସାଜିଛନ୍ତି। ସବୁଠୁ ଅଧିକ ବୟସରେ ଏଭରେଷ୍ଟ ଆହୋରଣ କରିବାର ରେକର୍ଡ ପ୍ରେମଲତାଙ୍କ ନାଁରେ ରହିଛି।

ପାଟ୍ରିସିଆ ନାରାୟଣ

ପାଠପଢ଼ା ଛାଡି ୧୯ବର୍ଷ ବୟସରେ ନିଜ ପ୍ରେମିକକୁ ବିବାହ କରିଥିଲେ ପର୍ସିଆ। ଧିରେ ଧିରେ ତାଙ୍କ ସ୍ଵାମୀ ମଦ ପିଇ ପାଟ୍ରିସିଆଙ୍କବ ମାରପିଟ କଲେ। ଏହାପରେ ପାଟ୍ରିସିଆ ସ୍ଵାମୀଙ୍କୁ ଛାଡ଼ି କ୍ୟାଟରିଂ ବ୍ୟବସାୟ କରିବା ଆରମ୍ଭ କଲେ। ଏବେ ଦେଶର ଅଗ୍ରଣୀ ବ୍ୟବସାୟୀ ଭାବେ ନିଜର ଏକ ପରିଚୟ ସୃଷ୍ଟି କରିଛନ୍ତି ପାଟ୍ରିସିଆ।

Comment