ଓଡ଼ିଶାଲାଇଭ୍ ବ୍ୟୁରୋ

ଜୀବନ ହାରିବା ପୂର୍ବରୁ ସୁଇସାଇଡ ନୋଟ ଲେଖିଥିଲେ ଆଇପିଏସ୍ ଅଫିସର ହିମାଂଶୁ ରାୟ।
ନିଜ ସର୍ଭିସ ରିଭରବଲରୁ ନିଜକୁ ଗୁଳି କରି ଜୀବନ ହାରିଥିବା ଆଇପିଏସ୍ ଅଫିସର ହିମାଂଶୁ ରାୟଙ୍କ ବାସଭବନରୁ ପୋଲିସ ଏକ ସୁଇସାଇଡ ନୋଟ ଜବତ କରିଛି। ଏହି ସୁଇସାଇଡ ନୋଟରେ ହିମାଂଶୁ କାହାକୁ ଦାୟୀ କରି ନାହାନ୍ତି। କ୍ୟାନସର ପାଇଁ ସେ ଆତ୍ମହତ୍ୟା କରିଥିବା ସୁଇସାଇଡ ନୋଟରେ ଉଲ୍ଲେଖ ରହିଥିବା ମୁମ୍ବାଇ ପୋଲିସ କହିଛି।
ହିମାଂଶୁ ସୁଇସାଇଡ ନୋଟରେ ଲେଖିଛନ୍ତି ଯେ ଦୁଇ ବର୍ଷ ହେଲା ମୁଁ କ୍ୟାନସର ରୋଗରେ ପୀଡ଼ିତ ଥିଲି। ଏଥିପାଇଁ ମୁଁ ଏହି ପଦକ୍ଷେପ ନେଉଛି। ଏହାକୁ ନେଇ ମୋ ପରିବାର ଲୋକଙ୍କୁ ହଇରାଣ କରା ନଯାଉ।
ହିମାଂଶୁ କ୍ୟାନସର ରୋଗରୁ ଭଲ ହୋଇଯାଇଥିଲେ। ହେଲେ ୨୦୧୬ରେ ପୁଣି ଥରେ ଏହି ରୋଗ ତାଙ୍କୁ ଆକ୍ରାନ୍ତ କରିଥିଲେ। ଦୁଇ ବର୍ଷ ହେଲା ସେ ଛୁଟିରେ ରହିଥିଲେ। କ୍ୟାନସର ପାଇଁ ସେ ସବୁବେଳେ ମନଦୁଃଖରେ ରହୁଥିଲେ।
କ୍ରବାର ଅପରାହ୍ଣରେ ସରକାରୀ ବାସଭବନରେ ନିଜ ସର୍ଭିସ ରିଭଲଭରରୁ ସେ ନିଜ ମୁଣ୍ତକୁ ଗୁଳି ମାରିଥିଲେ। ଗୁରୁତର ଅବସ୍ଥାରେ ପରିବାର ଲୋକ ତାଙ୍କୁ ହସ୍ପିଟାଲ ନେଇଥିଲେ। ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
୧୯୮୮ ବ୍ୟାଚ ଆଇପିଏସ୍ ଅଫିସର ହିଂମାଶୁ ରାୟ କ୍ୟାନସରରେ ପୀଡ଼ିତ ଥିଲେ। ସେ ୨୦୧୬ ଏପ୍ରିଲ ୬ରୁ ଛୁଟିରେ ଥିଲେ। ପ୍ରଥମ ପର୍ଯ୍ୟାୟରେ ସେ ୬ ମାସ ଛୁଟି ନେଇଥିଲେ। ପରେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଛୁଟିରେ ରହିଥିଲେ।
ହିଂମାଶୁ ରାୟ ମୁମ୍ବାଇ ପୋଲିସର ଜଣେ ଦକ୍ଷ ଅଫିସର ଥିଲେ। ସେ ୨୦୧୩ରେ ହୋଇଥିବା କ୍ରିକେଟ ସ୍ପଟ ଫିକ୍ସିଂ ମାମଲାର ପର୍ଦ୍ଦଫାଶ କରିବା ସହ ଦାଉଦ ଇବ୍ରାହିମ ଭାଇ ଇକବାଲ କାସକରକୁ ଏନକାଉଣ୍ଟର କରିଥିଲେ। ସାମ୍ବାଦିକ ଜ୍ୟୋତିର୍ମୟ ଦେ ହତ୍ୟାକାଣ୍ଡ, ବିଜୟ ପୋଲାଣ୍ଡ-ଲୀଲା ଖାନ୍ ଡବଲ ମର୍ଡର କେସର ପର୍ଦ୍ଦଫାଶ କରିବାରେ ହିଂମାଶୁଙ୍କ ବଡ଼ ଭୂମିକା ରହିଥିଲା।
ଆଇପିଏସ୍ ଅଫିସର ହିଂମାଶୁ ରାୟଙ୍କୁ ଜେଡ୍ ପ୍ଲସ୍ ସୁରକ୍ଷା ମିଳିଥିଲା। ମୁମ୍ବାଇ ସିରିଜ୍ ବିସ୍ଫୋରଣ ମାମଲା, ଇଣ୍ଡିଆନ ମୁଜାହିଦ୍ଦିନ ମୁଖ୍ୟ ୟାସିନ ଭଟକଲ ଏବଂ ଦାଉଦ ଇବ୍ରାହିମର ସମ୍ପତ୍ତି ଜବତ କରିବା ପରେ ଏହି ସୁରକ୍ଷା ବ୍ୟବସ୍ଥା ଲାଗୁ କରାଯାଇଥିଲା।














