ଓଡ଼ିଶାଲାଇଭ୍‌ ବ୍ୟୁରୋ

ବୃଦ୍ଧ ପିତାମାତାଙ୍କୁ ଅବହେଳା କିମ୍ବା ହଇରାଣ କରୁଥିଲେ ମିଳିବ ଦଣ୍ଡ। ୩ ମାସ ଥିବା ଜେଲ୍‌ ଦଣ୍ଡ ବ୍ୟବସ୍ଥାକୁ ୬ ମାସ କରାଯିବାର ଯୋଜନା କରୁଛନ୍ତି ସରକାର।

ବୃଦ୍ଧ ପିତାମାତାଙ୍କୁ ହଇରାଣ କରୁଥିବା ସମ୍ପର୍କୀୟଙ୍କୁ ମିଳିବ କଡ଼ା ଦଣ୍ଡ। ୩ ମାସ ଥିବା ଜେଲ୍‌ ଦଣ୍ଡକୁ ୬ ମାସ କରାଯିବାକୁ ନେଇ ନରେନ୍ଦ୍ର ମୋଦି ସରକାର ଯୋଜନା କରୁଛନ୍ତି।

‘ମେଣ୍ଟେନାନ୍‌ସ୍‌ ଆଣ୍ଡ୍‌ ୱେଲ୍‌ଫେୟାର୍‌ ଅଫ୍‌ ପ୍ୟାରେଣ୍ଟ୍‌ସ୍‌ ଆଣ୍ଡ୍‌ ସିନିୟର୍‌ ସିଟିଜେନ୍‌ ଆକ୍ଟ୍‌, ୨୦୦୭’କୁ ସମୀକ୍ଷା କରୁଥିବା ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରାଳୟ ଏଥିରେ ଥିବା ସମ୍ପର୍କୀୟଙ୍କ ସଂଜ୍ଞାକୁ ମଧ୍ୟ ସ୍ପଷ୍ଟ କରାଯିବାର ଯୋଜନା ରହିଛି।

ପ୍ରଚଳିତ ଆଇନ୍‌ ଅନୁସାରେ କେବଳ ଆପଣା ଜନ୍ମିତ ପିଲା ଓ ନାତିନାତୁଣୀ ଏହି ବ୍ୟବସ୍ଥା ଅଧୀନରେ ଆସୁଛନ୍ତି। ବର୍ତ୍ତମାନ ଏଥିରେ ପରିବର୍ତ୍ତନ ଅଣାଯାଇ ପୋଷ୍ୟ, ସାବତ ପିଲା, ଜ୍ୱାଇଁ ଓ ବୋହୂ, ନାତିନାତୁଣୀଙ୍କୁ ଏଥିରେ ସାମିଲ କରାଯିବ ବୋଲି ସମ୍ପୃକ୍ତ ମନ୍ତ୍ରାଳୟ ଯୋଜନା ରଖିଛନ୍ତି।

‘ମେଣ୍ଟେନାନ୍‌ସ୍‌ ଆଣ୍ଡ୍‌ ୱେଲ୍‌ଫେୟାର୍‌ ଅଫ୍‌ ପ୍ୟାରେଣ୍ଟ୍‌ସ୍‌ ଆଣ୍ଡ୍‌ ସିନିୟର୍‌ ସିଟିଜେନ୍‌ ଆକ୍ଟ୍‌ ୨୦୧୮’ ଅନୁମୋଦନ ଲାଭ କରିବା ପରେ ବର୍ତ୍ତମାନ ଥିବା ଆଇନ୍‌ ବ୍ୟବସ୍ଥାରେ ପରିବର୍ତ୍ତନ ହେବ।

Comment