ଓଡ଼ିଶାଲାଇଭ୍‌ ବ୍ୟୁରୋ

ନୋଟବନ୍ଦୀ ପରେ ସରକାର ନୂଆ ୨୦୦୦-୨୦୦ଟଙ୍କିଆ ନୋଟ ବଜାରକୁ ଛାଡ଼ିଥିଲେ। କିନ୍ତୁ ଏହି ନୋଟ ଚିରା ଓ ମଇଳା ହେଲେ ଏହାକୁ ବ୍ୟାଙ୍କରେ ଏକ୍ସଚେଞ୍ଜ କରିବା କଷ୍ଟକର ହୋଇପଡ଼ିଛି।

ଆପଣ ବ୍ୟବହାର କରୁଥିବା ୨୦୦୦ କିମ୍ବା ୨୦୦ଟଙ୍କିଆ ନୋଟ ଯଦି ଚିରି ଯାଇଛି କିମ୍ବା ମଇଳା ହୋଇଯାଇଛି। ବ୍ୟାଙ୍କ ଏହାକୁ ବଦଳାଇ ନୂଆ ନୋଟ ଦେବାରେ କଷ୍ଟକର ହୋଇପାରେ। ବର୍ତ୍ତମାନ ପ୍ରଚଳିତ ନିୟମରେ ବ୍ୟାଙ୍କ୍ ଏହିସବୁ ନୋଟଗୁଡ଼ିକୁ ଏକ୍ସଚେଞ୍ଜ କରିବା ବେଆଇନ୍‌ ହେବ।

ଚିରା ଫଟା ନୋଟ୍‌ ଗୁଡ଼ିକ ଏକ୍ସଚେଞ୍ଜ କରିବା ଭାରତୀୟ ରିଜର୍ଭ ବ୍ୟାଙ୍କ୍ ଆକ୍ଟର ଧାରା ୨୮ ଅନୁଯାୟୀ ସମ୍ପାଦିତ ହୋଇଥାଏ। ଏହି ଧାରାରେ ୫, ୧୦, ୨୦, ୫୦, ୧୦୦, ୧୦୦୦ଟଙ୍କା ପର୍ଯ୍ୟନ୍ତ ନୋଟ ବଦଳାଯିବାର ନିୟମ ରହିଛି।

ବର୍ତ୍ତମାନ ପର୍ଯ୍ୟନ୍ତ ୨୦୦୦ ଏବଂ ୨୦୦ଟଙ୍କିଆ ନୋଟ ବଦଳାଯିବାର ନେଇ ଏଥିରେ ଉଲ୍ଲେଖ ନାହିଁ। ଉଭୟ ସରକାର ଏବଂ ଆରବିଆଇ ଏକ୍ସଚେଞ୍ଚ୍ ନିୟମକୁ ବଦଳାଇ ନାହାଁନ୍ତି।

ଗତକିଛି ଦିନ ହେବ ଅନେକ ମାମଲା ସାମ୍ନାକୁ ଆସିଛି। ଲୋକମାନେ ୨୦୦୦ ଏବଂ ୨୦୦ ଟଙ୍କିଆ ଫଟା କିମ୍ବା ମଇଳା ନୋଟ ନେଇ ବ୍ୟାଙ୍କ୍ ଗଲେ ବଦଳାଇବାର­­­­­ ନିୟମ ନଥିବା କହି ବ୍ୟାଙ୍କ୍ କର୍ମଚାରୀମାନେ ଫେରାଇ ଦେଉଛନ୍ତି। ଫଳରେ ସାଧାରଣ ଲୋକେ ଅସୁବିଧାର ସାମ୍ନା କରୁଛନ୍ତି।­­­­­ ତେଣୁ ଆରବିଆଇ(ନୋଟ ରିଫଣ୍ଡ୍) ୨୦୦୯ ଆକ୍ଟରେ ଜରୁରୀ ସଂଶୋଧନ ଆବଶ୍ୟକ ହୋଇପଡ଼ିଛି।

ଭାରତୀୟ ରିଜର୍ଭ ବ୍ୟାଙ୍କ ୨୦୦୦ ଟଙ୍କିଆ ନୋଟ୍ ଛାପିବା ବନ୍ଦ କରିଦେଇଛି। ଏହି ବଡ଼ ନୋଟ୍ ବଦଳରେ ଆରବିଆଇ ପକ୍ଷରୁ ନୂଆ ୨୦୦ ଓ ୫୦୦ଟଙ୍କିଆ ନୋଟ୍ ଅଧିକ ଛପା ହେଉଛି।

Comment