ଓଡ଼ିଶାଲାଇଭ୍ ବ୍ୟୁରୋ

କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେଉଛନ୍ତି ବିଏସ ୟେଦ୍ୟୁରପ୍ପା। ଆସନ୍ତୁ ଜାଣିବା ବିଏସ୍ ୟେଦ୍ୟୁରପ୍ପାଙ୍କ ରାଜନୈତିକ ଜୀବନର କିଛି ରୋଚକ ତଥ୍ୟ।
ଦକ୍ଷିଣ ଭାରତର ପ୍ରଥମ ବିଜେପି ମୁଖ୍ୟମନ୍ତ୍ରୀ ହୋଇଥିବା ବିଏସ୍ ୟେଦ୍ୟୁରପ୍ପାଙ୍କ ରାଜନୈତିକ କ୍ୟାରିୟର ବେଶ୍ ରୋଚକ ଥିଲା। ପ୍ରଥମେ କୃଷକ, ତା’ପରେ ରାଇସ୍ ମିଲରେ କିରାଣୀ କାମ କରିଥିଲେ ସେ। ପରେ ଚାକିରି ଛାଡ଼ି ଏକ ହାର୍ଡୱେୟାର୍ ଦୋକାନ କରିଥିଲେ। ଏହାପରେ ତାଙ୍କ ଜୀବନର ଗତିପଥ ସମ୍ପୂର୍ଣ୍ଣ ବଦଳି ଯାଇଥିଲା। ଏଥର ମଧ୍ୟ ବିଜେପି ପକ୍ଷରୁ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହୋଇଛନ୍ତି ବିଏସ ୟେଦ୍ୟୁରପା।

ଆସନ୍ତୁ ଜାଣିବା ବିଏସ୍ ୟେଦ୍ୟୁରପ୍ପାଙ୍କ ରାଜନୈତିକ ଜୀବନର କିଛି ରୋଚକ ପୁର୍ଣ୍ଣ ତଥ୍ୟ
-୧୯୪୩ମସିହାରେ ମାଣ୍ଡ୍ୟା ଜିଲ୍ଲାର ମୁକାନକେରେ ଗାଁରେ ଜନ୍ମ ଗ୍ରହଣ କରିଥିଲେ ବିଏସ ୟେଦ୍ୟୁରପ୍ପା। ଗ୍ରାଜୁଏସନ୍ କରିସାରିବା ପରେ ଏକ ରାଇସ୍ ମିଲ୍ରେ କିରାଣୀ ଭାବେ କାମ କରିଥିଲେ। ପରେ ରାଷ୍ଟ୍ରୀୟ ସ୍ଵୟଂ ସେବକ ସଂଘରେ ଯୋଗ ଦେଇଥିଲେ
-୧୭୭୨ରେ ତାଙ୍କୁ ତାଲୁକ ୟୁନିଟ୍ ପକ୍ଷରୁ ସଂଘର ଅଧ୍ୟକ୍ଷ ଭାବେ ମନୋନୀତ କରାଯାଇଥିଲା
-୧୯୭୫ମସିହାରେ ଯେତେବେଳେ ଦେଶରେ ଜରୁରୀକାଳୀନ ପରିସ୍ଥିତି ସୃଷ୍ଟି ହୋଇଥିଲା ୟେଦ୍ୟୁରପ୍ପା ୪୩ଦିନ ଜେଲରେ ରହିଥିଲେ
-୧୯୮୩ମସିହାରେ ପ୍ରଥମଥର ପାଇଁ କର୍ଣ୍ଣାଟକ ବିଧାନସଭାକୁ ନିର୍ବାଚିତ ହୋଇ ଆସିଥିଲେ। ଶିକାରୀପୁର ବିଧାନସଭା ସିଟରୁ ସେ ୬ଥର ନିର୍ବାଚିତ ହୋଇଥିଲେ
-୧୯୮୮ରେ ତାଙ୍କୁ କର୍ଣ୍ଣାଟକ ବିଜେପିର ଅଧ୍ୟକ୍ଷ ପଦ ଦାୟିତ୍ଵ ଦିଆଯାଇଥିଲା
-୧୯୯୪ରେ ବିଧାନସଭା ନିର୍ବାଚନ ପରେ ବିପକ୍ଷ ଦଳର ନେତା ହୋଇଥିଲେ ୟେଦ୍ୟୁରପ୍ପା
-୧୯୯୯ରେ ବିଧାନସଭା ନିର୍ବାଚନରେ ହାରିଯିବା ପରେ ୟେଦ୍ୟୁରପ୍ପାଙ୍କୁ ବିଧାନ ପରିଷଦର ସଦସ୍ୟ ମନୋନୀତ କରାଯାଇଥିଲା
-୨୦୦୪ ନିର୍ବାଚନ ଜିତିବା ପରେ ୟେଦ୍ୟୁରପ୍ପାଙ୍କୁ ପୁଣି ବିପକ୍ଷ ଦଳର ନେତା ମନୋନୀତ କରାଯାଇଥିଲା
-୨୦୦୭ରେ ପ୍ରଥମଥର ପାଇଁ ଦକ୍ଷିଣ ଭାରତର ପ୍ରଥମ ମୁଖ୍ୟମନ୍ତ୍ରୀ ହେବାର ସୌଭାଗ୍ୟ ଅର୍ଜନ କରିଥିଲେ ବିଏସ ୟେଦ୍ୟୁରପ୍ପା
-୨୦୦୮ରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଏସ ବାଙ୍ଗରପ୍ପାଙ୍କୁ ୪୩ହଜାର ଖଣ୍ଡ ଭୋଟରେ ହରାଇ ଦକ୍ଷିଣରେ ବିଜେପିର ସ୍ଥିତିକୁ ମଜବୁତ କରିଥିଲେ ୟେଦ୍ୟୁରପ୍ପା
-୨୦୧୧ରେ ୟେଦ୍ୟୁରପ୍ପାଙ୍କ ନାଁରେ ଲୋକୟୁକ୍ତଙ୍କ ପକ୍ଷରୁ ଦୁର୍ନୀତି ଅଭିଯୋଗ ଆସିଥିଲା। ଏଥିପାଇଁ ତାଙ୍କ ୨୫ଦିନ ଜେଲରେ ରହିବାକୁ ମଧ୍ୟ ପଡ଼ିଥିଲା
-୨୦୧୨ରେ ସେ ବିଜେପି ଦଳର ପ୍ରାଥମିକ ସଦସ୍ୟ ପଦ ଓ ବିଧାନ ସଭା ସଦସ୍ୟ ପଦରୁ ଇସ୍ତଫା ଦେଇ ‘କର୍ଣ୍ଣାଟକ ଜନତା ପକ୍ଷ’ ନାମରେ ଏକ ପାର୍ଟି ଗଢ଼ିଥିଲେ
-୨୦୧୪ ଲୋକସଭା ନିର୍ବାଚନ ବେଳେ ସେ ପୁଣି ଥରେ ବିଜେପିକୁ ଫେରିଥିଲେ
-ୟେଦ୍ୟୁରପ୍ପାଙ୍କ ତିନିଟି ଝିଅ ଅଛି। ୨୦୦୪ରେ ତାଙ୍କ ପତ୍ନୀ ମିତ୍ରାଦେବୀଙ୍କ ମୃତ୍ୟୁ ହୋଇଥିଲା
-୨୦୧୮ କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ବିଜେପି ପକ୍ଷରୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ମନୋନୀତ ହୋଇଛନ୍ତି।














