ଓଡ଼ିଶାଲାଇଭ୍‌ ବ୍ୟୁରୋ

ବହୁଚର୍ଚ୍ଚିତ କର୍ଣ୍ଣାଟକ ବିଧାନସଭା ନିର୍ବାଚନର ଫଳ ଘୋଷିତ ହୋଇସାରିଛି।ଏକଜିଟ ପୋଲର ବିଭିନ୍ନ ଆକଳନ ସତ୍ତ୍ୱେ ଏଠି ମୋଦି-ଶାହା ମ୍ୟାଜିକ ଜବରଦସ୍ତ କାମ କରିଛି।

ଆସନ୍ତୁ ଜାଣିବା କର୍ଣ୍ଣାଟକ ନିର୍ବାଚନ ଫଳର ୨୦ଟି ମହତ୍ତ୍ୱପୂର୍ଣ୍ଣ ଦିଗ ସମ୍ପର୍କରେ

୧- ବିଜେପି ସରକାର ଗଠନ କରିବ, ବିଏସ ୟେଦ୍ୟୁରପ୍ପା ହେବେ ମୁଖ୍ୟମନ୍ତ୍ରୀ।

୨- ରାହୁଲ ଗାନ୍ଧି କଂଗ୍ରେସ ସଭାପତି ହେବା ପରେ ଏହା ତାଙ୍କର ପ୍ରଥମ ପରାଜୟ, ଯଦିଓ ପୂର୍ବର ସବୁ ନିର୍ବାଚନରେ କଂଗ୍ରେସ ହରିଛି।

୩- ଏହି ବିଜୟ ପରେ ଏ ବର୍ଷ ଶେଷ ଆଡ଼କୁ ଯେଉଁ ସବୁ ରାଜ୍ୟରେ ନିର୍ବାଚନ ହେବ (ରାଜସ୍ଥାନ, ମଧ୍ୟ ପ୍ରଦେଶ ଓ ଛତିଶଗଡ଼) ବିଜେପିର ବାଜିମାତ ସୁନିଶ୍ଚିତ।

୪- ୨୦୧୯ ଲୋକସଭା ନିର୍ବାଚନ ପାଇଁ ବିଜେପିର ରାସ୍ତା ପରିଷ୍କାର,ପୁଣି ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ହେବା ଅନିର୍ବାର୍ଯ୍ୟ।

୫- ଦେବେ ଗୌଡାଙ୍କ ଜନତା ଦଳର ନେତା ଫଳରେ ଖୁସି,କିନ୍ତୁ ବିଜେପିକୁ ଦିଆଯାଇଥିବା ସେମାନଙ୍କ ସମର୍ଥନ ବେକାର।

୬- ଦେଶର ରାଜନୀତିରେ କଂଗ୍ରେସ ଦଳ ନିଶ୍ଚିହ୍ନ ହେବା ଏକରକମ ସ୍ପଷ୍ଟ,ଏବେ କେବଳ ୩ଟି ରାଜ୍ୟରେ କଂଗ୍ରେସ ଶାସନ କରୁଛି ପଞ୍ଜାବ, ପୁଡୁଚେରୀ ଓ ମିଜୋରାମ।

୭- ବିଜେପି ପ୍ରଥମ ନମ୍ବର ଦଳ ହେବା ପରେ ଆଞ୍ଚଳିକ ଦଳ ମାନେ ଏବେ ଅଧିକ ପ୍ରଭାବଶାଳୀ, ୬ଟି ରାଜ୍ୟରେ ଏମାନଙ୍କ ସରକାର।

୮- ବିଦାୟୀ ମୁଖ୍ୟମନ୍ତ୍ରୀ ସିଦ୍ଧାରାମାୟାଙ୍କ ହାରିବାର କାରଣ ସମସ୍ତଙ୍କୁ ସେ ଶତ୍ରୁ କରିନେଇଥିଲେ ଓ ତାଙ୍କ ପାଟି ଖରାପ ଭାଷା ପ୍ରୟୋଗ।

୯- କର୍ଣ୍ଣାଟକ ଫଳ ଆସିବା ପରେ ଷ୍ଟକ ମାର୍କେଟ ଉଛୁଳିଲା, ସେନସେକ୍ସ ୫୦୦ପଏଣ୍ଟ ବୃଦ୍ଧି।

୧୦- କର୍ଣ୍ଣାଟକ ନିର୍ବାଚନ ଜିତିବା ପଛରେ ମୋଦିଙ୍କ ମାରାଥନ ରାଲି ହିଁ ବିଶେଷ କାମ କରିଛି।

୧୧- କର୍ଣ୍ଣାଟକ ହାତକୁ ଆସିବା ପରେ ବିଜେପିର ଏବେ ଦକ୍ଷିଣ ଭାରତ ଦଖଲ ଆରମ୍ଭ ହେବ।

୧୨-କଂଗ୍ରେସର ଲିଙ୍ଗାୟତ-ମୁସଲିମ କାର୍ଡ ଫେଲ,ବିଜେପି ମୁଣିରେ ଏହି ସବୁ ଭୋଟ।

୧୩- କର୍ଣ୍ଣାଟକର ନିର୍ବାଚନ ସ୍ଥଗିତ ହୋଇଥିବା ବାକି ଦୁଇଟି ଆସନ ମଧ୍ୟ ବିଜେପିକୁ ହିଁ ଯିବ।

୧୪- କର୍ଣ୍ଣାଟକ ନିର୍ବାଚନ ଫଳ ଆସିବା ପରେ ଦିଲ୍ଲୀରେ କଂଗ୍ରେସ ମୁଖ୍ୟ କାର୍ଯ୍ୟାଳୟରେ ଖାଁ ଖାଁ ଦୃଶ୍ୟ।

୧୫- ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜି ବିଜେପିକୁ ବଧେଇ ଦେବା ପରିବର୍ତ୍ତେ ଜିତିବା ଲୋକଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

୧୬- ଭୋଟ ଫଳ ଆସିବା ପରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ରମଣ ସିଂହ କହିଲେ ଏବେ ଦେଶରେ ଚାଲିବ ‘କଂଗ୍ରେସ ଖୋଜ'(ହଜିଯାଇଥିବା ଅର୍ଥରେ) ଅଭିଯାନ।

୧୭- ଏଡିୟୁରାପ୍ପା ଓ ଶ୍ରୀରାମୁଲୁ ବିଜେପିକୁ ଫେରି ନଥିଲେ କର୍ଣ୍ଣାଟକ ନିର୍ବାଚନ ଜିତିବା ବିଜେପି ପାଇଁ ସମ୍ଭବ ହୋଇନଥାନ୍ତା।

୧୮- କଂଗ୍ରେସ ହାରିବାର ଏକ ପ୍ରମୁଖ କାରଣ କର୍ଣ୍ଣାଟକର ଗ୍ରାମାଞ୍ଚଳ ଭୋଟରଙ୍କ ଜନଅସନ୍ତୋଷ। ମରୁଡ଼ି ଓ କାବେରୀ ନଦୀ ଜଳ ବିବାଦ ଯୋଗୁଁ ମତଦାତା ସରକାର ଉପରେ ଫିଡିକିଥିଲେ।

୧୯- ଦଳ ଜିତିବାପରେ ଦିଲ୍ଲୀ ବିଜେପି ମୁଖ୍ୟାଳୟରେ ଆନନ୍ଦ ଉଲ୍ଲାସର ସହିତ ବିଜୟ ଉତ୍ସବ ପାଳନ।

୨୦-କର୍ଣ୍ଣାଟକରେ ଜିତିବା ପରେ ବିଜେପି ଶାସନାଧୀନ ରାଜ୍ୟ ସଂଖ୍ୟା ୨୨କୁ ବୃଦ୍ଧି। ବିଜେପି ଏବେ ୮୫ ପ୍ରତିଶତ ଭାରତୀୟଙ୍କ ଦଳ।

Comment