ଓଡ଼ିଶାଲାଇଭ୍‌ ବ୍ୟୁରୋ

ସରକାରଙ୍କ ଚାରି ବର୍ଷ ପୂର୍ତ୍ତି ଅବସରରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ କାର୍ଯ୍ୟର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ସୂଚନା ଓ ଲୋକସମ୍ପର୍କ ବିଭାଗ ସୌଜନ୍ୟରୁ ପ୍ରାପ୍ତ ପ୍ରେସନୋଟ

ରାଜ୍ୟରେ ଗ୍ରାମାଞ୍ଚଳର ବିକାଶ ନିମନ୍ତେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଦ୍ୱାରା ବିଭିନ୍ନ ଯୋଜନା ଓ କାର୍ଯ୍ୟକ୍ରମଗୁଡ଼ିକ କାର୍ଯ୍ୟକାରୀ କରାଯାଉଛି। ସେଗୁଡ଼ିକ ହେଲା-

  • ଦାରିଦ୍ର୍ୟ ଦୂରୀକରଣ ଓ କର୍ମନିଯୁକ୍ତି କାର୍ଯ୍ୟକ୍ରମ
  • ମୌଳିକ ସେବା କାର୍ଯ୍ୟକ୍ରମ
  • ଭିତ୍ତିଭୂମି ଉନ୍ନୟନ କାର୍ଯ୍ୟକ୍ରମ
  • ଦକ୍ଷତା ବୃଦ୍ଧି କାର୍ଯ୍ୟକ୍ରମ
  • ଇ- ପ୍ରଶାସନ
  • ପାନୀୟ ଜଳ ଓ ପରିମଳ

ମହାତ୍ମାଗାନ୍ଧି ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା-

ମହାତ୍ମାଗାନ୍ଧି ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଆଇନ- ୨୦୦୫ ଅନୁସାରେ, ଗ୍ରାମାଞ୍ଚଳରେ ବାସ କରୁଥିବା ଏବଂ ସ୍ୱେଚ୍ଛାକୃତ ଭାବେ ଅଣକୁଶଳୀ କାର୍ଯ୍ୟ କରିବାକୁ ଚାହୁଁଥିବା ସମସ୍ତ ପରିବାରକୁ ଗୋଟିଏ ଅର୍ଥାତ୍ ବର୍ଷରେ ୧୦୦ ଦିନର ନିଶ୍ଚିତ କାର୍ଯ୍ୟ ଯୋଗାଇ ଦିଆଯାଉଅଛି। ଏହି ଆଇନ ପ୍ରଣୟନ ଦ୍ୱାରା ସରକାର ଗ୍ରାମୀଣ ପରିବାରକୁ ସାମାଜିକ ସୁରକ୍ଷା ପ୍ରଦାନ ସହିତ ରୋଜଗାର ଦାବି ପାଇଁ କ୍ଷମତା ପ୍ରଦାନ କରିଅଛନ୍ତି। ଏହା ଲୋକମାନଙ୍କୁ କାମ କରିବାର ଅଧିକାର ପ୍ରଦାନ ସହିତ ଦେଶର ଅର୍ଥନୈତିକ ଅଭିବୃଦ୍ଧି ଏବଂ ଦାରିଦ୍ର୍ୟ ହ୍ରାସ କରିବାରେ ସହାୟକ ହୋଇଅଛି।

  • ୨୦୧୭-୧୮ ଆର୍ଥିକ ବର୍ଷ ନିମନ୍ତେ ୨୭୯୮.୩୭ କୋଟି ଟଙ୍କାର ଶ୍ରମ ବଜେଟ୍‌କୁ ଅନୁମୋଦନ କରାଯାଉଛି। ମୋଟ ଉପଲବ୍ଧ ଥିବା ୨୫୩୩.୨୨ କୋଟି ଟଙ୍କା ମଧ୍ୟରୁ ୨୫୧୩.୭୨ କୋଟି ଟଙ୍କା ବିନିଯୋଗ ହୋଇଛି। ସେହିଭଳି ମାନବ ଦିବସ ସୃଷ୍ଟି ପାଇଁ ଧାର୍ଯ୍ୟ ଲକ୍ଷ୍ୟ ଥିଲା ୯୦୦ ଲକ୍ଷ ମଧ୍ୟରୁ ୯୨୨.୪୦ ଲକ୍ଷ (୧୦୨ %) ମାନବ ଦିବସ ସୃଷ୍ଟି କରାଯାଇପାରିଛି।
  • ମହିଳା ଓ ଶିଶୁ ବିକାଶ ବିଭାଗ ସହିତ ଏକାଭିମୁଖୀକରଣ ଦ୍ୱାରା ପ୍ରତ୍ୟେକ ଅଙ୍ଗନବାଡ଼ି କେନ୍ଦ୍ର ନିର୍ମାଣ ନିମନ୍ତେ ୭ ଲକ୍ଷ ଟଙ୍କାର ଖର୍ଚ୍ଚ ଅଟକଳ କରାଯାଇ ଅଙ୍ଗନବାଡ଼ି କେନ୍ଦ୍ର ନିର୍ମାଣ କାର୍ଯ୍ୟ ହାତକୁ ନିଆଯାଇଛି। ଏଥିମଧ୍ୟରୁ ୫ ଲକ୍ଷ ଟଙ୍କା ମହାତ୍ମା ଗାନ୍ଧି ରାଷ୍ଟ୍ରୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା ମାଧ୍ୟମରେ ଯୋଗାଇ ଦିଆଯାଇଥିବା ବେଳେ ମହିଳା ଓ ଶିଶୁ ବିକାଶ ବିଭାଗ ତରଫରୁ ୨ ଲକ୍ଷ ଟଙ୍କା ଯୋଗାଇ ଦିଆଯାଇଛି। ୨୦୧୩-୧୪ ମସିହାଠାରୁ ମହିଳା ଓ ଶିଶୁ ବିକାଶ   ବିଭାଗ ସହିତ ଏକାଭିମୁଖୀକରଣ କରାଯାଇ ୫୪୨୫ଟି ଅଙ୍ଗନବାଡ଼ି କେନ୍ଦ୍ର ନିର୍ମାଣ ହୋଇଛି  ଯାହାକି ସମଗ୍ର ଦେଶରେ ସର୍ବାଧିକ।
  • ବ୍ୟକ୍ତିଗତ ପରିବାରଗୁଡ଼ିକର ଜୀବିକା ସମୃଦ୍ଧି ପାଇଁ ୮୦% କାମ ପ୍ରଦାନ କରାଯାଇଛି। ଯାହା ଦେଶରେ ସର୍ବାଧିକ।
  • ଗ୍ରାମୀଣ ବାସଗୃହ ଯୋଜନାରେ ୭,୩୫, ୧୫୨ ଜଣ ହିତାଧିକାରୀଙ୍କୁ ମଜୁରୀ ସହାୟତା ବାବଦରେ ୬୮୯.୧୯ କୋଟି ଟଙ୍କା ପ୍ରଦାନ କରାଯାଇଛି।
  • ମୋଟ ୧୦,୩୩, ୭୧୩ ସମ୍ପୂର୍ଣ୍ଣ ହୋଇଥିବା ପ୍ରକଳ୍ପ ମଧ୍ୟରୁ ୯,୬୫, ୪୩୩ଟି ପ୍ରକଳ୍ପକୁ ଜିଓଟ୍ୟାଗିଂ କରାଯାଇଛି।
  • ଜବ୍‌କାର୍ଡ ଯାଞ୍ଚ, ମହାତ୍ମା ଗାନ୍ଧି ନରେଗା ସହିତ ଆଧାର ସିଡିଂ, ସମ୍ପତ୍ତିଗୁଡ଼ିକର ଜିଓଟ୍ୟାଗିଂ ଇତ୍ୟାଦି କ୍ଷେତ୍ରରେ ରାଜ୍ୟ ଜାତୀୟ ହାରଠାରୁ ଅଧିକ ରହିଛି।
  • ୨୦୧୭-୧୮ ବର୍ଷରେ ୩,୪୨ ଲକ୍ଷ ପ୍ରକଳ୍ପ ଏହି ଯୋଜନାରେ ସମ୍ପୂର୍ଣ୍ଣ କରାଯାଇଛି। ଯାହା କି ସର୍ବକାଳୀନ ସର୍ବାଧିକ।
  • କୃଷି ତଥା କୃଷି ସମ୍ବନ୍ଧୀୟ କାର୍ଯ୍ୟରେ ୬୦% ଖର୍ଚ୍ଚର ଲକ୍ଷ୍ୟ ସ୍ଥିର କରାଯାଇଥିବା ବେଳେ ୭୩.୭୨ % ଖର୍ଚ୍ଚ ହାସଲ କରାଯାଇଛି।
  • ପ୍ରାକୃତିକ ସମ୍ବଳ ପରିଚାଳନା ସମ୍ବନ୍ଧୀୟ କାର୍ଯ୍ୟରେ ୬୦% ଖର୍ଚ୍ଚର ଲକ୍ଷ୍ୟ ସ୍ଥିର କରାଯାଇଥିବା ବେଳେ ୪୨.୫୫ % ଖର୍ଚ୍ଚ ହାସଲ କରାଯାଇଛି।
  • ୩୯୪୮୨.୬୧ ହେକ୍ଟର ଜମିରେ ବୃକ୍ଷରୋପଣ (AR&ANR) ଏବଂ ୪୪୧୮.୦୦ (ଆରକେଏମ) ରାସ୍ତାପାର୍ଶ୍ବରେ ବୃକ୍ଷ ରୋପଣ କରାଯାଇଛି।
  • ୭୪୨୭ଟି କୃଷି ପୋଖରୀ ଏବଂ ୨୩୩୮ଟି ଡଗ୍ ୱେଲ (ସେଚ କୂପ) ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି।

ଜାତୀୟ ଗ୍ରାମୀଣ ଜୀବିକା ମିଶନ

(ଦୀନ ଦୟାଲ ଅନ୍ତ୍ୟୋଦୟ ଯୋଜନା – ଜାତୀୟ ଗ୍ରାମୀଣ ଜୀବିକା ମିଶନ)

ଆମ ରାଜ୍ୟରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଅଧୀନରେ ଥିବା ଓଡ଼ିଶା ଜୀବିକା ମିଶନ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ଏହି ଯୋଜନା ଦୀର୍ଘସ୍ଥାୟୀ ଗୋଷ୍ଠୀ ଭିତ୍ତିକ ଅନୁଷ୍ଠାନ ମାଧ୍ୟମରେ ଗ୍ରାମୀଣ ଗରିବଙ୍କର ସାମାଜିକ- ଅର୍ଥନୈତିକ ଅଭିବୃଦ୍ଧିରେ ସହାୟକ ହୋଇପାରିଛି। ଓଡ଼ିଶାରେ ଜାତୀୟ ଗ୍ରାମୀଣ ଜୀବିକା ମିଶନର ପ୍ରଭାବୀ କାର୍ଯ୍ୟାନ୍ୱୟନ ନିମନ୍ତେ ଓଡ଼ିଶା ଗ୍ରାମୀଣ ଜୀବିକା ମିଶନ, ଇଣ୍ଟେନସିଭ୍ ବ୍ଲକ ଓ ନନ-ଇଣ୍ଟେନସିଭ ବ୍ଲକ ଆଭିମୁଖ୍ୟକୁ ଗ୍ରହଣ କରିଛି। ବର୍ତ୍ତମାନ ସୁଦ୍ଧା ଓଡ଼ିଶା ଜୀବିକା ମିଶନ ଏହି ଇଣ୍ଟେନସିଭ ଓ ନନ-ଇଣ୍ଟେନସିଭ ଆଭିମୁଖ୍ୟ ମାଧ୍ୟମରେ ରାଜ୍ୟରୁ ୩.୨୦ ଲକ୍ଷ ସ୍ୱୟଂ ସହାୟକ ଗୋଷ୍ଠୀକୁ ସାମିଲ କରି ୩୫ ଲକ୍ଷ ପରିବାର ସହିତ କାର୍ଯ୍ୟ କରୁଅଛି।

  • ରାଜ୍ୟରେ ୩.୨୦ ଲକ୍ଷ ସ୍ୱୟଂ ସହାୟକ ଗୋଷ୍ଠୀ କାର୍ଯ୍ୟ କରୁଛନ୍ତି।
  • ୧୫୦ଟି ଇନଟେନସିଭ୍ ବ୍ଲକ୍‌ରେ ୧,୯୨ ଲକ୍ଷ୍ୟ ସହାୟକ ଗୋଷ୍ଠୀ ସାମିଲ ହୋଇଛନ୍ତି।
  • ମୋଟ ଉପଲବ୍ଧ ପାଣ୍ଠି ୩୨୧.୮୧ କୋଟି ଟଙ୍କା ମଧ୍ୟରୁ ୩୦୯.୯୮ କୋଟି ଟଙ୍କା (୯୬%) ଏହି ଯୋଜନାରେ ବିନିଯୋଗ ହୋଇଛି।
  • ୮୦୦୦୦ଟି ଧାର୍ଯ୍ୟ ଲକ୍ଷ୍ୟ ମଧ୍ୟରୁ ୧୦୧୩୯୨ଟି (୧୨୭%) ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଋଣ ଯୋଗାଇ ଦିଆଯାଇଛି।
  • ୧୫୭୦୩ (୮୪%) ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଆବର୍ତ୍ତନ ପାଣ୍ଠିର ସହାୟତା ପ୍ରଦାନ କରାଯାଇଛି।
  • ଡିଡିୟୁ-ଜିକେୱାଇ ଯୋଜନା ଅନ୍ତର୍ଗତ ୨୦୧୭-୧୮ ଆର୍ଥିକ ବର୍ଷରେ ୩୫୦୦୦ ଧାର୍ଯ୍ୟ ଲକ୍ଷ୍ୟରୁ RSETI ମାଧ୍ୟମରେ ୩୨୭୩୫ (୯୪%) ଗ୍ରାମୀଣ ଯୁବକ ଓ ଯୁବତୀମାନଙ୍କୁ ପ୍ରଶିକ୍ଷଣ ଦିଆଯାଇଛି।

ଗ୍ରାମୀଣ ଆବାସ ଯୋଜନା:

  • ୨୦୧୪-୧୫ ବର୍ଷଠାରୁ ୧୪,୦୧୨ କୋଟି ଟଙ୍କା ବ୍ୟୟ ହୋଇ ୧୭.୧୦ ଲକ୍ଷ ଗୃହ ନିର୍ମାଣ କାର୍ଯ୍ୟ ଶେଷ ହୋଇଛି।
  • ୨୦୧୮ ସେପ୍ଟେମ୍ବର ସୁଦ୍ଧା ୨ ନିୟୁତ ଗୃହ ନିର୍ମାଣ କରିବା ପାଇଁ ପଦକ୍ଷେପ ନିଆଯାଉଛି।
  • ଯେଉଁ ହିତାଧିକାରୀ ୪ ମାସ ମଧ୍ୟରେ ଗୃହ ନିର୍ମାଣ କାର୍ଯ୍ୟ ଶେଷ କରିବେ ତାଙ୍କୁ ୨୦,୦୦୦ ଏବଂ ୬ ମାସ ମଧ୍ୟରେ ସମ୍ପୂର୍ଣ୍ଣ ହେଲେ ୧୦,୦୦୦ ଟଙ୍କାର ପ୍ରୋତ୍ସାହନ ରାଶି ରାଜ୍ୟ —- ପାଣ୍ଠିରୁ ଦିଆଯାଉଅଛି। ବର୍ତ୍ତମାନ ସୁଦ୍ଧା ୧.୮୭ ଲକ୍ଷ ହିତାଧିକାରୀ ୨୭୬ କୋଟି ଟଙ୍କାର ପ୍ରୋତ୍ସାହନ ପାଇଛନ୍ତି।
  • ଗୃହ ନିର୍ମାଣର ଗୁଣାତ୍ମକମାନ ବୃଦ୍ଧି ପାଇଁ ଆର୍. ସି. ସି. ଛାତ କିମ୍ବା ସେହିଭଳି ଶକ୍ତିଶାଳୀ ଛାତ ସାମଗ୍ରୀର ବ୍ୟବହାରକୁ ବାଧ୍ୟତାମୂଳକ କରାଯାଇଛି। କର୍ପସ୍ ପାଣ୍ଠି ବିନିଯୋଗ କରି ଏସ୍.ଏଚ୍.ଜି/ଜି.ପି.ଏଲ୍.ଏଫ୍. ମାନେ ଛାତ ପକାଇବା ସାମଗ୍ରୀ କ୍ରୟ କରିବା ପାଇଁ ଉତ୍ସାହିତ କରାଯାଉଅଛି ଯାହା ହିତାଧିକାରୀମାନଙ୍କୁ ଭଡ଼ାରେ ଦିଆଯିବ।
  • କୃଶଳୀ ରାଜମିସ୍ତ୍ରୀର ଅଭାବରୁ ଦୂର କରିବା ପାଇଁ ୩୩,୪୮୫ ଅର୍ଦ୍ଧକୃଶଳୀ ଶ୍ରମିକମାନଙ୍କୁ ରାଜମିସ୍ତ୍ରୀ ପ୍ରଶିକ୍ଷଣ ଦିଆଯାଇଛି।
  • ଗୃହ ପାଇବା ପାଇଁ ବାଦ୍ ପଡ଼ିଥିବା ଯୋଗ୍ୟ ହିତାଧିକାରୀଙ୍କୁ ତାଲିକାରେ ଅନ୍ତର୍ଭୁକ୍ତ କରିବା ପାଇଁ   ସର୍ବସାଧାରଣଙ୍କଠାରୁ ବରଖାସ୍ତ ଆହ୍ୱାନ କରାଯାଇଥିଲା। ୩୯.୦୩ ଲକ୍ଷ ଦରଖାସ୍ତ ଗ୍ରହଣ ହୋଇଛି ଯାହାର ଯାଞ୍ଚ ପ୍ରକ୍ରିୟା ଏବଂ କ୍ଷେତ୍ର ଅନୁସନ୍ଧାନ କାର୍ଯ୍ୟ ଜାରି ରହିଛି। ଏହା ଜୁଲାଇ ସୁଦ୍ଧା ଶେଷ ହେବାର ସମ୍ଭାବନା ରହିଛି।
  • ଗ୍ରାମୀଣ ବାସଗୃହ ଯୋଜନାର ହିତାଧିକାରୀଙ୍କୁ ୨୦୧୮-୧୯ ବର୍ଷରେ ଓଡ଼ିଶା ଜୀବିକା ମିଶନ୍ ଓ ମହାତ୍ମା ଗାନ୍ଧି ନରେଗା ଯୋଜନାରୁ ଜୀବିକା ବୃଦ୍ଧି ସମ୍ବନ୍ଧୀୟ ସମ୍ପତ୍ତି ଯୋଗାଇ ଦେବା ପାଇଁ ପଦକ୍ଷେପ ନିଆଯାଉଅଛି।
  • ରାଜ୍ୟର ଭୌଗୋଳିକ ସ୍ଥିତିକ ସୁହାଇଲାଭଳି ଉପଯୁକ୍ତ ୧୧ ପ୍ରକାର ଗୃହ ନିର୍ମାଣ ଶୈଳି ସି.ଏସ୍.ଆଇ.ଆର୍. – ସି.ବି.ଆର୍. ଆଇ. ରୁର୍‌କି ସହ ପରାମର୍ଶ କରି ରାଜ୍ୟ ସରକାର ପ୍ରସ୍ତୁତ କରିଛନ୍ତି। ଯାହାଦ୍ୱାରା କମ୍ ସମୟରେ ସ୍ଥାନୀୟ ସାମଗ୍ରୀ ବ୍ୟବହାର କରି ଦୀର୍ଘ    ସ୍ଥାୟୀ ଗୃହ ନିର୍ମାଣ କରାଯାଇପାରିବ।
  • ସି.ଏସ୍.ଆଇ.ଆର୍. – ସି.ବି.ଆର୍. ଆଇ. ରୁର୍‌କି ସହାୟତାରେ ଏସ୍.ଆଇ.ଆର୍.ଡି, ଭୁବନେଶ୍ୱରଠାରେ ଏକ ଟେକ୍ନୋଲୋଜି ପାର୍କ ନିର୍ମାଣାଧୀନ ରହିଛି। ଯେଉଁଠି ଗୃହ ନିର୍ମାଣ ଶୈଳୀ ଓ ବିଭିନ୍ନ ଯୋଜନାର ଏକାଭିମୁଖୀକରଣ ସମ୍ବନ୍ଧରେ ପ୍ରଶିକ୍ଷଣ ଦିଆଯିବ।
  • ଏହି ଯୋଜନାର କାର୍ଯ୍ୟକାରିତାରେ ଦୁର୍ନୀତି ଓ ଅନୈତିକ କାର୍ଯ୍ୟକୁ ବରଦାସ୍ତ କରାଯାଉନାହିଁ। ଅନୈତିକ କାର୍ଯ୍ୟରେ ଲିପ୍ତ ୮୧୬ ଜଣ କର୍ମଚାରୀ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରାଯାଇଅଛି।

ଅର୍ଥ କମିଶନ ଅନୁଦାନ:

  • ଚତୁର୍ଦ୍ଦଶ କେନ୍ଦ୍ରୀୟ ଅର୍ଥ କମିଶନଙ୍କ ସୁପାରିଶ ଅନୁସାରେ ୨୦୧୫-୨୦ ମଧ୍ୟରେ ୮୮୫୦.୩୪ କୋଟି ଟଙ୍କାର ଅନୁଦାନ ବ୍ୟବସ୍ଥା କରାଯାଇଛି।
  • ଚତୁର୍ଥ ରାଜ୍ୟ ଅର୍ଥ କମିଶନଙ୍କ ସୁପାରିଶ ଆଧାରରେ ୭୩୭୯.୩୦ କୋଟି ଟଙ୍କାର ଅନୁଦାନ ବ୍ୟବସ୍ଥା କରାଯାଇଛି।
  • ଉଭୟ କମିଶନ ସ୍ଥାନୀୟ ସ୍ୱାୟତ୍ତ ସଂସ୍ଥାମାନଙ୍କ ମୌଳିକ ସେବା ପ୍ରଦାନ ପାଇଁ ଯୋଜନା ପ୍ରସ୍ତୁତ ଓ କାର୍ଯ୍ୟକାରିତା ପାଇଁ ଗୁରୁତ୍ୱ ଦେଇଛନ୍ତି।
  • ମୌଳିକ ସେବା ପ୍ରଦାନରେ ଉନ୍ନତି ଆଣିବା ପାଇଁ ବିଭିନ୍ନ ପ୍ରକଳ୍ପଗୁଡ଼ିକ କାର୍ଯ୍ୟକାରୀ କରାଯାଉଛି। ସେଗୁଡ଼ିକ ହେଲା- ପିଇବା ପାଣି ଯୋଗାଣ, ପରିମଳ, ରାସ୍ତା ଆଲୋକୀକରଣ, ସେପ୍‌ଟେଜ୍‌ ମ୍ୟାନେଜମେଣ୍ଟ, ବର୍ଜ୍ୟବସ୍ତୁ ପରିଚାଳନା, ଗୋଷ୍ଠୀ ସମ୍ପତ୍ତିର ରକ୍ଷଣାବେକ୍ଷଣ, କଲ୍ୟାଣ ମଣ୍ଡପ, ସ୍ମଶାନ ଗୃହ, ଗାଧୁଆ ତୁଠ ଲୁଗା ବଦଳାଇବା କୋଠରୀ ସହିତ ଇତ୍ୟାଦି।

ଗୋପବନ୍ଧୁ ଗ୍ରାମୀଣ ଯୋଜନା:

ଏହି ଯୋଜନା  ରାଜ୍ୟ ସରକାରଙ୍କ ନିଜସ୍ୱ ପାଣ୍ଠିରୁ ସମଗ୍ର ରାଜ୍ୟରେ କାର୍ଯ୍ୟକାରୀ ହେଉଅଛି। ସମ୍ପୃକ୍ତ ଜିଲ୍ଲାର ଗ୍ରାମାଞ୍ଚଳରେ ଅତିରିକ୍ତ ଉନ୍ନୟନ ଅର୍ଥ ଯୋଗାଇ ବିଜୁଳୀ, ବିଦ୍ୟୁତ ସଂଯୋଗୀକରଣ,  ସଡ଼କ, ରାସ୍ତା ଭିତ୍ତିଭୂମି ଓ ପାଣି ଜଳ ସେଚନ ଓ ଜଳ ଯୋଗାଣର ସୁବନ୍ଦୋବସ୍ତ କରିବା ଏହି ଯୋଜନାର ମୂଳ ଲକ୍ଷ୍ୟ ଅଟେ।

  • ମୋଟ ଉପଲବ୍ଧ ଥିବା ୭୦୦.୮୯ କୋଟି ଟଙ୍କା ମଧ୍ୟରୁ ୪୫୧.୦୨ (୬୪ %) କୋଟି ଟଙ୍କା ବିନିଯୋଗ ହୋଇଛି।
  • ମୋଟ ଧାର୍ଯ୍ୟ ଲକ୍ଷ୍ୟ ଥିବା ୩୦୭୬୧ଟି ପ୍ରକଳ୍ପ ମଧ୍ୟରୁ ୨୦୪୫୯ (୬୭%) ଟି ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି।

ପାନୀୟଜଳ ଯୋଗାଣ

  • ରାଜ୍ୟରେ ଥିବା ୬୮୦୧ ଗ୍ରା:ପ ମଧ୍ୟରୁ ୧୨୨୪ ଗ୍ରା:ପ:ରେ ଦୁଇରୁ ଅଧିକ ପାଇପ ଦ୍ବାରା ଜଳ ଯୋଗାଣ ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି। ୧୬୨୫ ଗ୍ରା:ପ:ରେ ଦୁଇଟି ଲେଖାଏଁ ପାଇପ ଦ୍ୱାରା ଜଳଯୋଗାଣ ବ୍ୟବସ୍ଥା ରହିଛି ଏବଂ ୩୧୯୦ ଗ୍ରା:ପ:ରେ ଗୋଟିଏ ଲେଖାଏଁ ପାଇପ ଦ୍ବାରା ଜଳ ଯୋଗାଣ ବ୍ୟବସ୍ଥା ଅଛି। ୭୬୦ ଗ୍ରା:ପ:ରେ ପାଇପ ଦ୍ୱାରା ଜଳଯୋଗାଣ ବ୍ୟବସ୍ଥା ହୋଇନାହିଁ।
  • ୨୦୧୮-୧୯ ବର୍ଷରେ ପ୍ରତ୍ୟେକ ଗ୍ରା:ପ:ରେ ଯେପରି ଅନ୍ତତଃ ଦୁଇଗୋଟି ଗ୍ରାମ ପାଇଁ ପାଇପ ଦ୍ୱାରା ଜଳ ଯୋଗାଣ ପ୍ରକଳ୍ପ କାର୍ଯ୍ୟ କରିବ ସେ ଦିଗରେ ରାଜ୍ୟ ସରକାର ପ୍ରକଳ୍ପ ଅନୁମୋଦନ କରିଛନ୍ତି।
  • ୨୦୧୪ରୁ ୨୦୧୮ ମଧ୍ୟରେ ନଳକୂପ କିମ୍ବା ପାଇପ ଦ୍ବାରା ଜଳ ଯୋଗାଣ ନିମନ୍ତେ ୩୪୦୭୩ଟି ବସତି ଯାହା ଆଂଶିକ ଭାବରେ ଅନ୍ତର୍ଭୁକ୍ତ ହୋଇଥିବା ଇତିମଧ୍ୟରେ ସମ୍ପୂର୍ଣ୍ଣ କରାଯାଇଅଛି। ବଳକା ଥିବା ୧୪୬୯୩ଟି ଆଂଶିକ ଭାବରେ ଅନ୍ତର୍ଭୁକ୍ତ ହୋଇଥିବା ବସତିଗୁଡ଼ିକୁ ୨୦୧୮ ମୌସୁମୀ ପୂର୍ବରୁ ସମ୍ପୂର୍ଣ୍ଣ କରିବାର ବ୍ୟବସ୍ଥା ହୋଇଛି।
  • ୩୧.୦୩.୨୦୧୮ ସୁଦ୍ଧା ରାଜ୍ୟର ୧,୫.୭୭୩ଟି ଗ୍ରାମ ମଧ୍ୟରୁ ୪୧, ୫୧୪ଟି ଗ୍ରାମରେ (୨୬%) ବର୍ତ୍ତମାନ ପାଇପ ଦ୍ୱାରା ଜଳଯୋଗାଣ ବ୍ୟବସ୍ଥା କାର୍ଯ୍ୟ କରୁଛି, ଯାହା ୩୧.୦୩. ୨୦୧୪ ବର୍ଷରେ ୩୨୩୮୭ ଗ୍ରାମକୁ (୨୦%) ପାଇପ ଦ୍ୱାରା ଜଳ ଯୋଗାଣ ହୋଇପାରିଥିଲା। ଜଳଯୋଗାଣ କ୍ଷେତ୍ରରେ ୨୦୧୮-୧୯ ବର୍ଷରେ ୨୯% କୁ ବୃଦ୍ଧି ପାଇବ ବୋଲି ଧାର୍ଯ୍ୟ କରାଯାଇଛି।
  • ୨୦.୪ ଲକ୍ଷ ଜନସଂଖ୍ୟାଙ୍କ ନିମନ୍ତେ ୧୫ଟି ଜିଲ୍ଲାରେ ଟ୨୪୩୬.୯୪ କୋଟି ଟଙ୍କାର ବ୍ୟୟବରାଦ ହୋଇ ୨୪ ଗୋଟି ବୃହତ ପାଇପ ଦ୍ବାରା ଜଳଯୋଗାଣ ପ୍ରକଳ୍ପ ମଞ୍ଜୁର ହୋଇଛି।
  • ପୁନଶ୍ଚ ୯.୮୦ ଲକ୍ଷ ଜନସଂଖ୍ୟାଙ୍କ ନିମନ୍ତେ ୧୪୦୮.୮୮ କୋଟି ଟଙ୍କା ବିନିଯୋଗ ହୋଇ ୯ ଗୋଟି ବୃହତ ପାଇପ ଦ୍ୱାରା ଜଳ ଯୋଗାଣ ପ୍ରକଳ୍ପ କାର୍ଯ୍ୟକାରୀ ନିମନ୍ତେ ପ୍ରକ୍ରିୟା ଜାରି ରହିଛି।

ସ୍ୱଚ୍ଛ ଭାରତ ମିଶନ (ଗ୍ରାମୀଣ)

ଗ୍ରାମାଞ୍ଚଳରେ ପରିମଳ ବ୍ୟବସ୍ଥାର ଉନ୍ନତି, ଅର୍ଥନୈତିକ ଅଭିବୃଦ୍ଧି ତଥା ଜୀବନର ଗୁଣାତ୍ମକମାନର ବୃଦ୍ଧି ଆଣିବା ନିମନ୍ତେ ସ୍ୱଚ୍ଛ ଭାରତ ମିଶନ (ଗ୍ରାମୀଣ) କାର୍ଯ୍ୟକାରୀ ହେଉଛି।

  • ଏହି ଯୋଜନାରେ ଉପଲବ୍ଧ ମୋଟ ୧୧୧୧.୭୫ କୋଟି ଟଙ୍କା ମଧ୍ୟରୁ ୬୪୩.୪୪ (୫୮%) କୋଟି ଟଙ୍କା ବିନିଯୋଗ ହୋଇଛି। ବ୍ୟକ୍ତିଗତ ପରିବାରଙ୍କ ଶୌଚାଳୟ ନିର୍ମାଣ ନିମନ୍ତେ ପ୍ରସ୍ତାବିତ ୧୧୦୯୫୧୦ ମଧ୍ୟରୁ ମୋଟ ୭୭୧୯୦୧ (୭୦%) ଶୌଚାଳୟ ନିର୍ମାଣ ସମ୍ପୂର୍ଣ୍ଣ ହୋଇଛି।

Comment