ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଜିଠୁ ମହାନଦୀ ମହାସଂଗ୍ରାମର ଦ୍ୱିତୀୟ ପର୍ଯ୍ୟାୟକୁ ଓହ୍ଲାଇଛି ବିଜେଡି। ମହାନଦୀର ଓଡ଼ିଶା ପ୍ରବେଶପଥ ଝାରସୁଗୁଡ଼ାର ସୁଖାଶୋଡ଼ା  ଓ ବରଗଡ଼ର ଆମ୍ବାଭୋନା ବ୍ଲକର ଚିଖିଲିଠାରେ ଆରମ୍ଭ ହୋଇଛି ଏହି ମହାସଂଗ୍ରାମ।

ଆରମ୍ଭ ହୋଇଛି ବିଜେଡିର ମହାନଦୀ ମହାସଂଗ୍ରାମ ଅଭିଯାନ। ମହାନଦୀର ଓଡ଼ିଶା ପ୍ରବେଶ ପଥ ଝାରସୁଗୁଡ଼ାର ସୁଖାଶୋଡ଼ା ଓ ବରଗଡ଼ର ଆମ୍ବାଭୋନା ବ୍ଲକର ଚିଖିଲିଠାରେ ଏଥିପାଇଁ ବିଶାଳ ଆୟୋଜନ କରିଛି ବିଜେଡି ଦଳ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହାନଦୀ ସୁରକ୍ଷା ଯାତ୍ରାର ଶୁଭାରମ୍ଭ କରିଛନ୍ତି। ବିଜେପିକୁ ସିଧା ଟାର୍ଗେଟ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହାସହ ମହାନଦୀ ପାଇଁ ଲଢ଼ିବାକୁ ଓଡ଼ିଶାବାସୀଙ୍କୁ ଆହ୍ଵାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, “କେନ୍ଦ୍ର ଓ ଛତିଶଗଡର ବିଜେପି ସରକାର ଓଡ଼ିଶାକୁ ବିରୋଧ କରୁଛି। ସେପଟେ କାମକୁ ସମର୍ଥନ ଏପେଟେ ଓଡ଼ିଶା ଆସି କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ବିଜେପି ନେତା। ଓଡ଼ିଶାର ବିଜେପି ନେତାମାନେ ଛତିଡଗଡକୁ ସମର୍ଥନ କରୁଛନ୍ତି। ଯଦି ତାଙ୍କର ଦରଦ ଅଛି ତେବେ ଛତିଶଗଡ଼କୁ ବିରୋଧ କରନ୍ତୁ। ବର୍ଷା ଦିନ ବ୍ୟତୀତ ଅନ୍ୟ ଋତୁରେ ମହାନଦୀ ଶୁଖିଲା ରହୁଛି। ଆମେ ମହାନଦୀକୁ ଶୁଖିଲା ରହିବାକୁ ଦେବୁନି, ମହାନଦୀ କେବଳ ବିଜେଡ଼ିରେ ନୁହେଁ ସାରା ଓଡ଼ିଶାର”।

ଏହି ବିଶାଳ ସଭାରେ ମୁଖ୍ୟମନ୍ତ୍ରୀଙ୍କ ସମେତ ଅନଙ୍ଗ ଉଦୟ ସିଂହ, ସ୍ନେହାଙ୍ଗୀନି ଛୁରିୟା, ପ୍ରସନ୍ନ ଆଚାର୍ଯ୍ୟ, ରିତା ସାହୁ, ସୌମ୍ୟ ରଞ୍ଜନ ପଟ୍ଟନାୟକ ପ୍ରମୁଖ ଯୋଗ ଦେଇଛନ୍ତି।

ସୁଖାଶୋଡ଼ା ଓ ଚିଖିଲି ଅଞ୍ଚଳଟି ଛତିଶଗଡ଼ ସୀମାନ୍ତବର୍ତ୍ତୀ ହୋଇଥିବାରୁ ଶାସକ ବିଜେଡି ଏଠାରେ ସମାବେଶ କରି କେବଳ ଯେ ମହାନଦୀ ଷଡ଼ଯନ୍ତ୍ର ସମ୍ପର୍କରେ ଲୋକଙ୍କୁ ଅବଗତ କରାଇବାକୁ ଚାହୁଁଛି ତା ନୁହେଁ, ବରଂ ଏକ ବଡ଼ ମାଷ୍ଟରଷ୍ଟ୍ରୋକ୍‌ ଖେଳିବା ଲାଗି ଯୋଜନା କରିଛି।

Comment