ଓଡ଼ିଶାଲାଇଭ୍‌ ବ୍ୟୁରୋ

ସରକାରଙ୍କ ଚାରି ବର୍ଷ ପୂର୍ତ୍ତି ଅବସରରେ ଶକ୍ତି ବିଭାଗ କାର୍ଯ୍ୟର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ସୂଚନା ଓ ଲୋକସମ୍ପର୍କ ବିଭାଗ ସୌଜନ୍ୟରୁ ପ୍ରାପ୍ତ ପ୍ରେସନୋଟ

ଓଡ଼ିଶାର ଆର୍ଥିକ, ସାମାଜିକ ଏବଂ ସାମଗ୍ରିକ ବିକାଶ ନିମନ୍ତେ ବିଦ୍ୟୁତ ଶକ୍ତିର ଆବଶ୍ୟକତାକୁ ରାଜ୍ୟ ସରକାର ସର୍ବଦା ହୃଦୟଙ୍ଗମ କରିଆସିଛନ୍ତି। ତେଣୁ ରାଜ୍ୟର ପ୍ରତ୍ୟେକ ଗ୍ରାମକୁ ଏବଂ ଘରୋଇ ଉପଭୋକ୍ତାମାନଙ୍କୁ ବିଦ୍ୟୁତ୍ ପହଞ୍ଚାଇବା ପାଇଁ ମୁଖ୍ୟମନ୍ତ୍ରୀ ସବୁବେଳେ ପ୍ରାଧାନ୍ୟ ଦେଇଆସିଛନ୍ତି।

ରାଜ୍ୟର ସମସ୍ତ ୪୭୬୭୭ ସେନସସ୍‌ ଗ୍ରାମଗୁଡ଼ିକୁ ଆମେ ବିଦ୍ୟୁତ୍ ପହଞ୍ଚାଇ ପାରିଛୁ। ସେହିପରି ରାଜ୍ୟର ୭୦ ଲକ୍ଷ ଘରୋଇ ଉପଭୋକ୍ତାଙ୍କୁ ଆମେ ବର୍ତ୍ତମାନ ବିଦ୍ୟୁତ ସଂଯୋଗ କରାଇପାରିଛୁ। ୨୦୧୪ ବେଳେ ରାଜ୍ୟର ଉପଭୋକ୍ତାଙ୍କ ସଂଖ୍ୟା ୫୩ ଲକ୍ଷ ଥିବା ବେଳେ ଗତ ୪ ବର୍ଷ ମଧ୍ୟରେ ଆଉ ୧୭ ଲକ୍ଷ୍ୟ ଉପଭୋକ୍ତା ବିଦ୍ୟୁତ୍ ସଂଯୋଗ ପାଇପାରିଛନ୍ତି। ଗ୍ରାମ୍ୟ ବିଦ୍ୟୁତିକରଣ ଯୋଜନାଗୁଡ଼ିକରେ ରାଜ୍ୟର ଭାଗିଦାରୀ ପ୍ରତିଶତ ପ୍ରତିବର୍ଷ ବଢ଼ୁଥିବା ବେଳେ, ମାନ୍ୟବର ମୁଖ୍ୟମନ୍ତ୍ରୀ ଏହି ଶକ୍ତି କ୍ଷେତ୍ରକୁ ଆବଶ୍ୟକୀୟ ଆର୍ଥିକ ମଞ୍ଜୁରି ପ୍ରଦାନ କରିବାରେ ସର୍ବଦା ଗୁରୁତ୍ୱ ପ୍ରଦାନ କରିଆସିଛନ୍ତି।

ଉପଭୋକ୍ତାଙ୍କ ସଂଖ୍ୟା ବୃଦ୍ଧିକୁ ଦୃଷ୍ଟିରେ ରଖି ଏବଂ ଉତ୍କୃଷ୍ଟ ବିଦ୍ୟୁତ ସେବା ଯୋଗାଇ ଦେବା ପାଇଁ, ରାଜ୍ୟ ସରକାର ବିଦ୍ୟୁତ ବିତରଣ ଏବଂ ସଂଚାରଣ ଭିତ୍ତିଭୂମିରେ ବ୍ୟାପକ ବିକାଶ କରିଛନ୍ତି। ବିଗତ ୪ ବର୍ଷ ମଧ୍ୟରେ ୪୨୭ ପାୱାର ଟ୍ରାନ୍ସଫର୍ମର, ୭୦୪୨୭ ଡିଷ୍ଟ୍ରିବ୍ୟୁସନ ଟ୍ରାନ୍ସଫର୍ମର ଏବଂ ୮୩୧୭୦ ସର୍କିଟ୍ କି.ମି. ଉଚ୍ଚ ଏବଂ ନିମ୍ନ କ୍ଷମତା ସମ୍ପର୍ଣ୍ଣ ଲାଇନର ବ୍ୟବସ୍ଥା କରାଯାଇଅଛି। ସେହିପରି ବିଦ୍ୟୁତ୍ ସଂଚାରଣ କ୍ଷେତ୍ରରେ ୪୦ଟି ନୂତନ ଗ୍ରୀଡ୍‌ର ନିର୍ମାଣ ସହ ୬୫ଟି ଗ୍ରୀଡର କ୍ଷମତାକୁ ବୃଦ୍ଧି କରାଯାଇଅଛି। ଏହା ଫଳରେ ରାଜ୍ୟର ଟ୍ରାନ୍ସମିସନ ଉପଲବ୍ଧତା ୨୦୧୪ରେ ୯୯.୯୬%ରୁ ୨୦୧୮ରେ ୯୯.୯୮%ରେ ପହଞ୍ଚିଛି ଯାହାକି ସାରା ଦେଶରେ ସର୍ବାଧିକ। ସେହିପରି ଗତ ଚାରି ବର୍ଷ ମଧ୍ୟରେ ଟ୍ରାନ୍ସମିସନ କ୍ଷେତ୍ରରେ କ୍ଷତି ୩.୭୯%ରୁ ୩.୪୦%କୁ ହ୍ରାସ ହୋଇପାରିଛି। ଚଳିତ ଆର୍ଥିକ ବର୍ଷରେ ଆଉ ୨୦ଟି ନୂତନ ଗ୍ରୀଡର ସଂଯୋଗ ସହ ୨୫ଟି ଗ୍ରୀଡର କ୍ଷମତାକୁ ବୃଦ୍ଧି କରାଯିବ।

ରାଜ୍ୟରେ ଭୋଲଟେଜର ମାନ କମିବା ଏବଂ ବାରମ୍ବାର ବିଦ୍ୟୁତ କାଟ ପାଇଁ ମୁଖ୍ୟ କାରଣ ଥିଲା ଅଳ୍ପ ସଂଖ୍ୟକ ୩୩/୧୧ କେ.ଭି ପ୍ରାଥମିକ ସବଷ୍ଟେସନ। ଏହାକୁ ସୁଧାରିବା ପାଇଁ ବିଗତ ୬୦ ବର୍ଷରେ ରାଜ୍ୟରେ ମାତ୍ର ୫୦୦ଟି ୩୩/୧୧ କେ.ଭି ପ୍ରାଥମିକ ସବଷ୍ଟେସନ ଥିବା ବେଳେ, ରାଜ୍ୟ ସରକାର ୩୮୪୩ କୋଟି ନିଜସ୍ୱ ବଜେଟ୍ ସମ୍ବଳିତ ଓଡ଼ିଶା ବିତରଣ ସୁଦୃଢ଼ିକରଣ ଯୋଜନା (ODSSP) ମାଧ୍ୟମରେ ଆଉ ୫୦୦ଟି ନୂତନ ୩୩/୧୧ କେ.ଭି ପ୍ରାଥମିକ ସବଷ୍ଟେସନ ନିର୍ମାଣ କରୁଛନ୍ତି। ବିଗତ ୪ ବର୍ଷ ମଧ୍ୟରେ ୨୭୦ଟି ସବଷ୍ଟେସନ ସ୍ଥାପନ ହୋଇସାରିଥିବା ବେଳେ,  ୨୦୧୯ ସୁଦ୍ଧା ବଳକା ୨୩୦ଟିର କାର୍ଯ୍ୟ ସମ୍ପୂର୍ଣ୍ଣ କରାଯିବ। ପ୍ରା

ଥମିକ ସବଷ୍ଟେସନଗୁଡ଼ିକର ସ୍ଥାପନା ପରେ ରାଜ୍ୟର ବିତରଣ ସଂସ୍ଥାମାନଙ୍କର ଅଞ୍ଚଳରେ ଭୋଲଟେଜ୍‌ର ମାନରେ ବ୍ୟାପକ ଉନ୍ନତି ହୋଇଛି। ଭୋଲଟେଜ ମାନରେ, ସେସୁ ଏବଂ ନେସ୍କୋ ଅଞ୍ଚଳରେ ୨୩% ଉନ୍ନତି ହୋଇଥିବା ବେଳେ ୱେସ୍କୋ ଏବଂ ସାଉଥକୋ ଅଞ୍ଚଳରେ ପ୍ରାୟ ୪୦% ଉନ୍ନତି ହୋଇଛି।

ଶକ୍ତି ଉତ୍ପାଦନ କ୍ଷେତ୍ରରେ ଓଡ଼ିଶା କେବଳ ଆତ୍ମନିର୍ଭରଶୀଳ ନୁହେଁ ବରଂ ଏକ ବଳକା ରାଜ୍ୟ ଭାବେ ପରିଗଣିତ ହୋଇପାରିଛି। ରାଜ୍ୟର ଶକ୍ତି କ୍ଷେତ୍ରରେ କ୍ଷମତା ଏବେ ୫୯୧୪ ମେଗାୱାଟରେ ପହଞ୍ଚିଛି। ବର୍ଷସାରା ପ୍ରତ୍ୟେକ ଦିନର ଶକ୍ତି ଚାହିଦାକୁ ରାଜ୍ୟ ସରକାର ସଫଳ ପରିଚାଳନା କରି ଆବଶ୍ୟକତାକୁ ମେଣ୍ଟାଇ ପାରିଛନ୍ତି। ୨୦୧୩-୧୪ରେ ରାଜ୍ୟର ସର୍ବାଧିକ ବିଦ୍ୟୁତ ଶକ୍ତି ଚାହିଦା ୩୭୦୦ ମେଗାୱାଟ ଥିବା ବେଳେ, ୨୦୧୭-୧୮ରେ ସର୍ବାଧିକ ଚାହିଦା ୪୪୦୦ ମେଗାୱାଟରେ ପହଞ୍ଚିଛି। ବର୍ଦ୍ଧିତ ବିଦ୍ୟୁତ ଚାହିଦାକୁ ମେଣ୍ଟାଇବା ସହ ରାଜ୍ୟ ବାସୀଙ୍କୁ କିପରି କମ୍‌ ଦରର ବିଦ୍ୟୁତ ଯୋଗାଇ ଦିଆଯାଇପାରିବ, ସେଥିପାଇଁ ଶକ୍ତି ବିଭାଗ,ଜଳ ସମ୍ପଦ ବିଭାଗ ସହ ସମନ୍ୱୟ ରକ୍ଷା କରି ଜଳ ବିଦ୍ୟୁତ୍ ପ୍ରକଳ୍ପଗୁଡ଼ିକର ସର୍ବାଧିକ ଉପଯୋଗ କରିଛି। ୬୦୭ କୋଟି ଟଙ୍କା ବିନିମୟରେ ବୁର୍ଲା, ଚିପିଲିମା ଏବଂ ବାଲିମେଳା ଜଳ ବିଦ୍ୟୁତ ପ୍ରକଳ୍ପଗୁଡ଼ିକର ନବୀକରଣ ଏବଂ ଆଧୁନିକୀକରଣ କାର୍ଯ୍ୟ ଜାରି ରହିଛି।

ସବୁଜ ଶକ୍ତିର ବିକାଶକୁ ଉତ୍ସାହିତ କରିବା ପାଇଁ, ରାଜ୍ୟ ବିଗତ ୪ ବର୍ଷ ମଧ୍ୟରେ ୨୪୫ ମେଗାୱାଟ୍‌ ବିଦ୍ୟୁତ୍ (ସୌର: ୧୬୮MW ଏବଂ କ୍ଷୁଦ୍ର ଜଳ ବିଦ୍ୟୁତ୍ ପ୍ରକଳ୍ପ/ ପବନ ଶକ୍ତି: ୭୭MW) ସବୁଜ ଶକ୍ତି ଉତ୍ସରୁ ମେଣ୍ଟାଉଛି। ଏହି ଆର୍ଥିକ ବର୍ଷରେ ଆହୁରି କମ ଦର ବିଶିଷ୍ଟ ୧୫୦ ମେଗାୱାଟ୍ ପବନ ଶକ୍ତି ପାଇବାପାଇଁ ପଦକ୍ଷେପ ଗ୍ରହଣ କରାଯାଇଛି।

ସେହିପରି ତାପଜ ବିଦ୍ୟୁତ କ୍ଷେତ୍ରରେ ଇବ୍ ଥର୍ମାଲ୍ ପ୍ଲାଣ୍ଟର ଉତ୍ପାଦନ କ୍ଷମତା ଅନୁପାତରେ ସର୍ବାଧିକ ଲୋଡ୍ (ପ୍ଳାଣ୍ଟ ଲୋଡ୍ ଫ୍ୟାକ୍ଟର) ୨୦୧୫-୨୦୧୬ରେ ୮୪.୫% ଏବଂ ୨୦୧୬-୨୦୧୭ରେ ୮୭.୯୨%ରେ ପହଞ୍ଚି ଥିଲା ଯାହା ଥିଲା ଦେଶରେ ସର୍ବାଧିକ। ବିଗତ ବର୍ଷ ମଧ୍ୟ ଏହା ୭୭.୨୫% ପି.ଏଲ୍.ଏଫ୍‌ରେ ପହଞ୍ଚି ଦେଶରେ ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲା। ଓଡ଼ିଶାର କୋଇଲା ସମ୍ପଦକୁ ଦୃଷ୍ଟିରେ ରଖି, ରାଜ୍ୟରେ ତାପଜ ବିଦ୍ୟୁତ ଶକ୍ତିର ବିକାଶ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ସର୍ବଦା ପ୍ରାଧାନ୍ୟ ଦେଇଛନ୍ତି। ଇବଠାରେ ପ୍ରତ୍ୟେକ ୬୬୦ ମେଗାୱାଟ ସମ୍ବଳିତ ଓପିଜିସିର ଦୁଇଟି ୟୁନିଟ୍ ୩ ଏବଂ ୪ର କାର୍ଯ୍ୟ ତ୍ୱରାନ୍ୱିତ ବେଗରେ ଚାଲୁରହିଛି।

ମୁଖ୍ୟ ପ୍ଲାଣ୍ଟର ୯୫% କାମ ସମ୍ପୂର୍ଣ୍ଣ ହୋଇସାରିଛି। ବଳକା କମିସନିଂ କାର୍ଯ୍ୟ ୨୦୧୮ ଡିସେମ୍ବର ସୁଦ୍ଧା ସମ୍ପୂର୍ଣ୍ଣ ପାଇଁ ଧାର୍ଯ୍ୟ ରଖାଯାଇଛି। ଏହି ଦୁଇଟି ୟୁନିଟ୍‌କୁ ମନହରପୁର କୋଇଲା ବ୍ଲକରୁ କୋଇଲା ଯୋଗାଇ ଦିଆଯିବ। ସେଥି ନିମନ୍ତେ ୨୦୧୫ରେ ଓଡ଼ିଶା କୋଲ୍ ଆଣ୍ଡ୍ ପାୱାର ଲିମିଟେଡ୍‌ (ଓ.ସି.ପି.ଏଲ୍) ସ୍ଥାପନ କରାଯାଇ ଜମି ଅଧିଗ୍ରହଣ କାର୍ଯ୍ୟ, ଗୁରୁତ୍ୱପୂର୍ଣ୍ଣ ଅନୁମୋଦନ ଏବଂ ଖାଦନ ପାଇଁ ଅନୁମତି ପ୍ରଦାନ କାମ ସରିଛି। ସେଠାକାର ବିସ୍ଥାପିତମାନଙ୍କ ଥଇଥାନ ପାଇଁ ପ୍ରଥମ ପର୍ଯ୍ୟାୟର କଲୋନୀ ନିର୍ମାଣ କାମ ସରିଛି ଏବଂ ଦ୍ୱିତୀୟ ପର୍ଯ୍ୟାୟ କଲୋନୀ କାମ ଜାରି ରହିଛି।

ବିତରଣ ସଂସ୍ଥାମାନଙ୍କର ରାଜସ୍ୱ ଆଦାୟରେ ବୃଦ୍ଧି ଆଣିବା ପାଇଁ ଏକ ଅନଲାଇନ ବିଲ୍ ସଂଗ୍ରହ ମଡେଲ୍, ଗ୍ରୀଡକୋ ଦ୍ୱାରା ପ୍ରଣୟନ କରାଯାଇଅଛି। ଉପଭୋକ୍ତାମାନେ ସୁରକ୍ଷିତ ଭାବେ ସହଜରେ ବିଲ ପଇଠ କରିବା ସହ ଏସ୍.ଏମ୍.ଏସ୍ ମାଧ୍ୟମରେ ଡିଜିଟାଲ୍‌ ରସିଦ ପାଇ ପାରୁଛନ୍ତି। ଏହି ଉପଯୋଗ ପାଇଁ, ୨୦୧୭ରେ ଗ୍ରୀଡକୋ ସ୍କଚ୍ ପୁରସ୍କାରରେ ସମ୍ମାନିତ ହୋଇଛି।

ଆମ ରାଜ୍ୟ ଶକ୍ତି କ୍ଷେତ୍ରରେ ଅତ୍ୟାଧୁନିକ ଜ୍ଞାନକୌଶଳ ପ୍ରଣୟନ କରିବାରେ ଦେଶରେ ଅଗ୍ରଣୀ ଭୂମିକା ଗ୍ରହଣ କରିଛି। ଜି.ଆଇ. ଏସ୍ ସବଷ୍ଟେସନର ନିର୍ମାଣ, ଗ୍ରୀଡ ଅଟୋମେସନ, ସ୍ମାର୍ଟ ସିଟି ପାଇଁ ଭୂତଳ ଲାଇନର ବ୍ୟବସ୍ଥା ଏବଂ ସ୍କାଡା (SCADA) ମାଧ୍ୟମରେ ପରିଚାଳନା ଏହିପରି ଅନେକ ଅତ୍ୟାଧୁନିକ ପଦକ୍ଷେପ

Comment