ଓଡ଼ିଶାଲାଇଭ୍ ବ୍ୟୁରୋ

ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜୟନ୍ତ ସିହ୍ନା ବିମାନ ଯାତ୍ରୀଙ୍କ ପାଇଁ ବିଶେଷ ସୁବିଧା ଘୋଷଣା କରିଛନ୍ତି।
ବିମାନ କମ୍ପାନି ଯାତ୍ରୀଙ୍କ ଟିକେଟ ଉପରେ ମନଇଚ୍ଛା ଚାର୍ଜ ଲଗାଉଥିବା ଉପରେ ଅଙ୍କୁଶ ଲଗାଇଛନ୍ତି କେନ୍ଦ୍ର ସରକାର। ବିମାନ ବାତିଲ ପଛରେ ଯଦି ବିମାନ କମ୍ପାନୀର ତ୍ରୁଟି ଥାଏ, ତେବେ ଯାତ୍ରୀଙ୍କୁ କ୍ଷତିପୂରଣ କିମ୍ବା ଟିକେଟର ମୂଲ୍ୟ ଫେରସ୍ତ କରାଯିବ ବୋଲି ସୂଚନା ଦେଇଛନ୍ତି ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜୟନ୍ତ ସିହ୍ନା। ୨ମାସ ଭିତରେ ଏହି ପ୍ରସ୍ତାବକୁ ଲାଗୁ କରାଯିବାର ଯୋଜନା ରହିଛି।
- ବିମାନ ଯାତ୍ରାକୁ ସମ୍ପୂର୍ଣ୍ଣ ଡିଜିଟାଇଲାଇଜେସନ କରାଯିବାକୁ ମଧ୍ୟ ନିଷ୍ପତ୍ତି ହୋଇଛି। ଯାହାର ନାଁ ରଖାଯାଇଛି- ‘ଡିଜି ଯାତ୍ରା’। ଏହାଦ୍ୱାରା ଯାତ୍ରୀ ନିଜ ଆଧାର କାର୍ଡ ବ୍ୟବହାର କରି ବିମାନ ବନ୍ଦର କର୍ତ୍ତୃପକ୍ଷଙ୍କ ନିକଟରେ ଡିଜିଟାଲ ପରିଚୟ ତିଆରି କରିପାରିବେ।
- ଯଦି ବିମାନ ବୁକିଂର ୨୪ ଘଣ୍ଟା ଭିତରେ ଯାତ୍ରୀ ଟିକେଟ ବାତିଲ୍ କରି ଦିଅନ୍ତି, ତେବେ ଯାତ୍ରୀଙ୍କୁ ଏଥିପାଇଁ କୌଣସି ଚାର୍ଜ ଦେବାକୁ ପଡ଼ିବ ନାହିଁ।
- ଯଦି ଏୟାରଲାଇନ୍ସ କମ୍ପାନିର ଭୁଲ ହେତୁ ବିମାନ ବିଳମ୍ବ ହୁଏ ତେବେ ଏୟାରଲାଇନ୍ସ କମ୍ପାନି ଯାତ୍ରୀଙ୍କୁ ଏହାର ମୂଲ୍ୟ ଦେବ।
- ବିମାନ ଯଦି ଗୋଟିଏ ଦିନ ପାଇଁ ବିଳମ୍ବ ହୁଏ, ଏପରି କ୍ଷେତ୍ରରେ ଯାତ୍ରୀଙ୍କଠାରୁ କୌଣସି ଚାର୍ଜ ନିଆ ନ ଯାଇ ହୋଟେଲରେ ରହିବାର ବ୍ୟବସ୍ଥା କରାଇ ଦିଆଯିବ।
- କନେକ୍ଟିଂ ଫ୍ଲାଇଟ୍ ମିସ୍ ହେଲେ ବି କମ୍ପାନିର କ୍ଷତି ଭରଣା କରିବ।
- ବିମାନ ଅଧିକ ବିଳମ୍ବ ହେଲେ ଯାତ୍ରୀ ଟିକେଟ ବାତିଲ କରି ପାରିବେ। ଏଥିପାଇଁ ଯାତ୍ରୀଙ୍କୁ ଟିକେଟ ପାଇଁ ଦେଇଥିବା ସମସ୍ତ ଟଙ୍କା ଫେରସ୍ତ କରି ଦିଆଯିବ।
- ବିଶେଷ ଆବଶ୍ୟକତା ଥିବା ଯାତ୍ରୀ ଓ ଦିବ୍ୟାଙ୍ଗଙ୍କ ପାଇଁ ସ୍ୱତନ୍ତ୍ର ସୁବିଧା ଦିଆଯିବ।
- ଡିଜିଯାତ୍ରାରେ ପରିଚୟ ପତ୍ର ପାଇଁ ଆଧାରକାର୍ଡ ଅନିବାର୍ଯ୍ୟ ନୁହେଁ।














