ଓଡ଼ିଶାଲାଇଭ୍‌ ବ୍ୟୁରୋ

ଓଡ଼ିଶା ସହ ଦେଶ ବିଦେଶର ପ୍ରମୁଖ ଖବର ପଢ଼ିବାକୁ କ୍ଲିକ୍ କରନ୍ତୁ ଓଡ଼ିଶାଲାଇଭ୍ ‘ଆଜିର ବଡ଼ ଖବର’

ଜୁନ ୨୨ରୁ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା

ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ପାଇଁ ଆଜି ଘୋଷଣା ହୋଇଛି ତାରିଖ। ଜୁନ୍ ୨୨ରୁ ପରୀକ୍ଷା ଆରମ୍ଭ ହୋଇ ୨୯ ତାରିଖ ପର୍ଯ୍ୟନ୍ତ ଚାଲିବ। ୭ ଦିନ ଧରି ଏହି ପରୀକ୍ଷା ଚାଲିବ।

ଜୀବନ ହାରିଲେ ସମ୍ବଲପୁର ଦୁଷ୍କର୍ମ ପୀଡ଼ିତା

ସମ୍ବଲପୁରରେ ଘଟିଛି ଅଭାବନୀୟ ଘଟଣା। ନ୍ୟାୟ ନପାଇ ଆଉ ଜଣେ ଦୁଷ୍କର୍ମ ପୀଡ଼ିତା ଆଜି ଫ୍ୟାନରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ଘରେ କେହି ନଥିବା ବେଳେ ପୀଡ଼ିତା ଫ୍ୟାନରେ ଝୁଲି ପଡ଼ିଥିବା କୁହାଯାଉଛି।

ତୈଳ ଦର ବୃଦ୍ଧିର ପ୍ରତିବାଦ: ୨୮ରୁ ବ୍ଲକ ସ୍ତରରେ ଆନ୍ଦୋଳନ କରିବ ବିଜେଡି

ହୁ ହୁ ହୋଇ ବଢ଼ୁଛି ପେଟ୍ରୋଲ ଦର। ଗତ ୯ ଦିନରେ ପେଟ୍ରୋଲ ଦର ବୃଦ୍ଧି ସର୍ବକାଳୀନ ରେକର୍ଡ କରିଛି। ଏହାକୁ ପ୍ରସଙ୍ଗ କରିଛି ବିଜେଡି। ପେଟ୍ରୋଲ ଓ ଡିଜେଲ ମୂଲ୍ୟ ବୃଦ୍ଧି ପ୍ରତିବାଦରେ ବିଜେଡି ରାଜରାସ୍ତାକୁ ଓହ୍ଲାଇବ। ମେ ୨୮ରୁ ୩୦ ଯାଏଁ ପ୍ରତି ବ୍ଲକ ସ୍ତରରେ ଆନ୍ଦୋଳନ କରାଯିବ ବୋଲି ବିଜେଡି ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି।

ତାମିଲନାଡୁରେ ଥମୁନି ବେଦାନ୍ତ ବିରୋଧୀ ନିଆଁ: ବିକ୍ଷୋଭକାରୀଙ୍କୁ ପୁଣି ପୋଲିସ ଗୁଳି

ତାମିଲନାଡୁ ତୁତିକୋରିନସ୍ଥିତ ବେଦାନ୍ତ ଷ୍ଟେରଲାଇଟ ପ୍ରକଳ୍ପକୁ ବିରୋଧ କରି ଆଜି ପୁଣି ହଙ୍ଗାମା ହୋଇଛି। ମଙ୍ଗଳବାର ପୋଲିସ ଗୁଳିରେ ୧୧ ଜଣ ପ୍ରାଣ ହରାଇବା ଘଟଣାକୁ ବିରୋଧ କରି ବିକ୍ଷୋଭକାରୀ ଆନ୍ଦୋଳନ କରୁଥିବା ବେଳେ ଆଜି ପୁଣି ପୋଲିସ ପକ୍ଷରୁ ଗୁଳି ବର୍ଷା ହୋଇଛି। ପୋଲିସ ଗୁଳିରେ ବୁଧବାର ଜଣେ ବିକ୍ଷୋଭକାରୀ ପ୍ରାଣ ହରାଇଛନ୍ତି। ଫଳରେ ମୃତ୍ୟ ସଂଖ୍ୟା ୧୨ରେ ପହଞ୍ଚିଛି।

ହିମଚଳପ୍ରଦେଶରେ ରାଷ୍ଟ୍ରପତି: ରେସ୍ତୋରାଁରେ ଚା’-ବିସ୍କୁଟ ଖାଇଲେ

ଚାରି ଦିନିଆ ହିମାଚଳପ୍ରଦେଶ ଗସ୍ତରେ ଯାଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ପୂରା ପରିବାର ସହ ରାଷ୍ଟ୍ରପତି ସିମ୍‌ଲାର ପ୍ରାକୃତିକ ସୌନ୍ଦର୍ଯ୍ୟ ଉପଭୋଗ କରିଛନ୍ତି। ପତ୍ନୀ ସବିତା କୋବିନ୍ଦ, ଝିଅ ଏବଂ ନାତି ନାତୁଣୀଙ୍କ ସହ ରାଷ୍ଟ୍ରପତି ହିମାଚଳପ୍ରଦେଶରେ ପୂଜା ମଜା ନେଉଛନ୍ତି।

କ୍ରିକେଟକୁ ଅଲବିଦା କହିଲେ ମହାନ କ୍ରିକେଟର ଏବି ଡିଭିଲିୟର୍ସ

ଚାରି ଦିନିଆ ହିମାଚଳପ୍ରଦେଶ ଗସ୍ତରେ ଯାଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ପୂରା ପରିବାର ସହ ରାଷ୍ଟ୍ରପତି ସିମ୍‌ଲାର ପ୍ରାକୃତିକ ସୌନ୍ଦର୍ଯ୍ୟ ଉପଭୋଗ କରିଛନ୍ତି। ପତ୍ନୀ ସବିତା କୋବିନ୍ଦ, ଝିଅ ଏବଂ ନାତି ନାତୁଣୀଙ୍କ ସହ ରାଷ୍ଟ୍ରପତି ହିମାଚଳପ୍ରଦେଶରେ ପୂଜା ମଜା ନେଉଛନ୍ତି।

୨୦୧୯ ପାଇଁ କର୍ଣ୍ଣାଟକରେ ଶକ୍ତି ପ୍ରଦର୍ଶନ: ମୋଦିଙ୍କ ବିଜୟ ରଥ ରୋକିବା ପାଇଁ ବିରୋଧୀ ମେଳି

କର୍ଣ୍ଣାଟକରେ ବିଜେପିକୁ ଲାଗିଛି ଶକ୍ତ ଝଟକା। ସରକାର ଗଠନ କରିବା ପାଇଁ ସବୁ ପ୍ରକାର ପ୍ରସ୍ତୁତି ଚଳାଇଥିଲେ ମଧ୍ୟ ବିଜେପି ହାତରୁ ଖସିଯାଇଛି କର୍ଣ୍ଣାଟକ। ଏବେ କର୍ଣ୍ଣାଟକରେ କଂଗ୍ରେସ-ଜେଡିଏସ୍ ମେଣ୍ଟ ସରକାର ଗଠନ କରିଛନ୍ତି। ଏହି ମେଣ୍ଟ ସରକାର ହିଁ ବିଜେପି ବିରୋଧୀ ନେତାମାନଙ୍କୁ ଏକାଠି କରିବାରେ ସମର୍ଥ ହୋଇଛି।

କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ହେଲେ ଏଚ୍‌ ଡି କୁମାରସ୍ୱାମୀ

ଏଚ୍‌ ଡି କୁମାରସ୍ୱାମୀ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ରାଜ୍ୟପାଳ ବାଜୁଭାଇ ବାଲା ପଦ ଓ ଗୋପନୀୟତାର କୁମାରସ୍ୱାମୀ ଶପଥପାଠ କରାଇଛନ୍ତି। ଏହାସହ ଉପ-ମୁଖ୍ୟମନ୍ତ୍ରୀ ଭାବେ କଂଗ୍ରେସର ଜି ପରମେଶ୍ୱର ଶପଥ ନେଇଛନ୍ତି। କୁମାରସ୍ୱାମୀ କର୍ଣ୍ଣାଟକର ଦ୍ୱିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ହୋଇଛନ୍ତି।

ଏଲିମିନେଟରରେ ଆଜି ରାଜସ୍ଥାନକୋଲ୍କାତା ମୁକାବିଲା: ହାରିଲେ ଟୁର୍ଣ୍ଣାମେଣ୍ଟରୁ ବିଦା

ଚଳିତ ଆଇପିଏଲ୍‌ ଲିଗ୍‌ ପର୍ଯ୍ୟାୟ ପଏଣ୍ଟ୍‌ ତାଲିକାର ତୃତୀୟ ଏବଂ ଚତୁର୍ଥ ସ୍ଥାନରେ ରହିଥିବା କୋଲକାତା ନାଇଟ୍‌ ରାଇଡର୍ସ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଆଜି ଏଲିମିନେଟର ମ୍ୟାଚ୍‌ ଖେଳାଯିବ।

ବିମାନ ଯାତ୍ରୀଙ୍କ ପାଇଁ ଖୁସି ଖବର: ବିମାନ ବାତିଲ ହେଲେ କ୍ଷତିପୂରଣ ସହ ମିଳିବ ଅନେକ ସୁବିଧା

ବେସାମରିକ ବିମାନ ଚଳାଚଳମନ୍ତ୍ରୀ ଜୟନ୍ତ ସିହ୍ନା ବିମାନ ଯାତ୍ରୀଙ୍କ ପାଇଁ ଏକ ବିଶେଷ ସୁବିଧାର ଘୋଷଣା କରିଛନ୍ତି। ବିମାନ କମ୍ପାନି ଯାତ୍ରୀଙ୍କ ଟିକେଟ ଉପରେ ମନଇଚ୍ଛା ଚାର୍ଜ ଲଗାଉଥିବା ଉପରେ ଅଙ୍କୁଶ ଲଗାଇଛନ୍ତି କେନ୍ଦ୍ରସରକାର। ବିମାନ ବାତିଲ ପଛରେ ଯଦି ବିମାନ କମ୍ପାନୀର ତ୍ରୁଟି ଥାଏ, ତେବେ ଯାତ୍ରୀଙ୍କୁ କ୍ଷତିପୂରଣ କିମ୍ବା ଟିକେଟର ମୂଲ୍ୟ ଫେରସ୍ତ କରାଯିବ ବୋଲି ସୂଚନା ଦେଇଛନ୍ତି ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜୟନ୍ତ ସିହ୍ନା। ୨ମାସ ଭିତରେ ଏହି ପ୍ରସ୍ତାବକୁ ଲାଗୁ କରାଯିବାର ଯୋଜନା ରହିଛି।

ଘଡ଼ଘଡି-ବର୍ଷା ଯୋଗୁଁ ଟ୍ରେନ୍ ଯାତ୍ରା ବାଧାପ୍ରାପ୍ତ

ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ପବନ ଓ ଘଡ଼ଘଡ଼ି ଲାଗି ରହିବା ଫଳରେ ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ ହୋଇଛି।

କୁମାରସ୍ୱାମୀଙ୍କ ଭାଗ୍ୟଶାଳୀ ପତ୍ନୀ ରାଧିକା: ଗୁଗୁଲ ସର୍ଚ୍ଚରେ ସ୍ୱାମୀଙ୍କୁ ଟପିଲେ

ଗୁଗୁଲ ଟ୍ରେଣ୍ଡ୍‍ ଅନୁସାରେ ଲୋକେ ଜେଡିଏସ୍‍ ନେତା ଏଚଡି କୁମାରସ୍ୱାମୀଙ୍କ ଅପେକ୍ଷା ତାଙ୍କ ଦ୍ୱିତୀୟ ପତ୍ନୀ ରାଧିକା କୁମାରସ୍ୱାମୀଙ୍କୁ ଅଧିକ ସର୍ଚ୍ଚ କରୁଛନ୍ତି।

ଆଜି ଶପଥ ନେବେ କୁମାରସ୍ୱାମୀ: ବେଙ୍ଗଳୁରୁରେ ପହଞ୍ଚିଲେଣି ବହୁ ବିଜେପି ବିରୋଧି ଦଳର ନେତା

କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଆଜି ଶପଥ ନେବେ ଜେଡିଏସ୍ ବିଧାୟକ ଦଳ ନେତା ଏଚଡି କୁମାରସ୍ୱାମୀ। ତାଙ୍କ ସହ କର୍ଣ୍ଣାଟକ ପ୍ରଦେଶ କଂଗ୍ରେସ କମିଟି ସଭାପତି ଜି ପରମେଶ୍ୱର ଉପ-ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ।

Comment