ଓଡ଼ିଶାଲାଇଭ୍‌ ବ୍ୟୁରୋ

ଜୁନ୍ ପ୍ରଥମ ସପ୍ତାହରେ ପ୍ରକାଶ ପାଇବ +୨  କଳା ଓ ବାଣିଜ୍ୟ ପରୀକ୍ଷା ଫଳ। ଉଚ୍ଚଶିକ୍ଷା ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର ସୂଚନା ଏହି ଦେଇଛନ୍ତି।

ଯୁକ୍ତ ଦୁଇ କଳା ଓ ବାଣିଜ୍ୟ ପରୀକ୍ଷା ଫଳ ଜୁନ୍ ପ୍ରଥମ ସପ୍ତାହରେ ପ୍ରକାଶ ପାଇବ ବୋଲି ମଙ୍ଗଳବାରଦିନ ବିଦ୍ୟାଳୟ ଓ ଗଣଶିକ୍ଷାମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର ସୂଚନା ଦେଇଛନ୍ତି।

ମେ’ ଶେଷ ସପ୍ତାହରେ ଯୁକ୍ତ ଦୁଇ ପରୀକ୍ଷା ଫଳ ପ୍ରକାଶ ପାଇବ ବୋଲି ପୂର୍ବରୁ କୁହାଯାଉଥିଲେ ମଧ୍ୟ ଏଥିରେ ବିଳମ୍ବ ହେବ ବୋଲି ଜଣାପଡ଼ିଛି।

“ଖାତା ଦେଖାରେ ବିଭ୍ରାଟ ପାଇଁ ପରୀକ୍ଷା ଫଳ ବାହାରିବାରେ ବିଳମ୍ବ ହୋଇଛି। ଏହାସହ ମାନୁଆଲ ଏଣ୍ଟ୍ରି ହେଉଥିବାରୁ ଫଳ ପ୍ରକାଶରେ ବିଳମ୍ବ ହେଉଛି”, କହିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର।

ଗତବର୍ଷ ମେ’ ୩୦ରେ ପରୀକ୍ଷା ଫଳ ବାହାରିଥିଲା।

Comment