ଓଡ଼ିଶାଲାଇଭ୍‌ ବ୍ୟୁରୋ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ରାଜୀବ ଗାନ୍ଧିଙ୍କ ଭଳି ମାରିଦେବାକୁ ଯୋଜନା କରୁଥିଲେ ନକ୍ସଲ। ପୋଲିସକୁ ମିଳିଥିବା ଏକ ଚିଠିରୁ ଏହି ସୂଚନା ମିଳିଛି।

ମୋଦିଙ୍କୁ ହତ୍ୟା ଷଡ଼ଯନ୍ତ୍ର। ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧିଙ୍କ ଭଳି ମୋଦିଙ୍କୁ ହତ୍ୟା କରିବାର ଯୋଜନା କରୁଥିଲେ ନକ୍ସଲ।

ମହାରାଷ୍ଟ୍ର ପୋଲିସ ହାତରେ ପଡ଼ିଛି ହୋଇଛି ନକ୍ସଲଙ୍କ ଏକ ଚିଠି। ମୋଦିଙ୍କୁ ହତ୍ୟା ଷଡ଼ଯନ୍ତ୍ର କରାଯାଇଥିବା ଏହି ଚିଠିରେ ଉଲ୍ଲେଖ ରହିଛି।

ଗତ ଜାନୁଆରିରେ ହୋଇଥିବା ଭୀମା-କୋରେଗା ବିସ୍ଫୋରଣ ଘଟଣାରେ ଛାନ୍‌ଭିନ୍‌ ନେଇ ୫ ଅଭିଯୁକ୍ତଙ୍କୁ ଗିରଫ କରିଥିଲା ପୁଣେ ପୋଲିସ।ଗିରଫ ମଧ୍ୟରେ ଜଣେ ଅଭିଯୁକ୍ତଙ୍କ ଘରୁ ଏହି ଚିଠିଟି ଉଦ୍ଧାର ହୋଇଛି। ଚିଠିରେ ପ୍ରଧାନମନ୍ତ୍ରୀଙ୍କୁ ହତ୍ୟା କରିବାକୁ ଷଡ଼ଯନ୍ତ୍ର ହୋଇଥିବା ଉଲ୍ଲେଖ ରହିଛି।

ଗତ ବୁଧବାର ଦିନ କୋରେଗା ବିସ୍ଫୋରଣ ମାମଲାରେ ୱିଲସନ୍‌ ନାମକ ଜଣେ ଅଭିଯୁକ୍ତଙ୍କୁ ଦିଲ୍ଲୀରୁ ଗିରଫ କରାଯାଇଥିଲା। ୱିଲସନ୍‌ର ଦିଲ୍ଲୀ ଫ୍ଲାଟ୍‌ରୁ ଏହି ଚିଠି ମିଳିଛି।

ଗତକିଛି କିଛିଦିନ ହେବ ମୋଦିଙ୍କ ରୋଡ଼ ସୋ’କୁ ଟାର୍ଗେଟ କରି ନକ୍ସଲଙ୍କ ମଧ୍ୟରେ ଏହି ଚିଠିର ଆଦାନପ୍ରଦାନ ଚାଲିଥିଲା।

ଏପ୍ରିଲ ୧୮ରେ ରୋଣା ଜ୍ୟାକବଙ୍କ ଦ୍ଵାରା କମ୍ରେଡ ପ୍ରକାଶଙ୍କୁ ଲେଖାଯାଇଥିବା ଏହି ଚିଠିରେ କୁହାଯାଇଛି ଯେ, ଦେଶର ହିନ୍ଦୁବାଦୀ ସରକାର ଜୋରରେ ଆଗକୁ ବଢ଼ୁଛି। ବିହାର ଓ ପଶ୍ଚିମବଙ୍ଗକୁ ଛାଡ଼ି ଦେଲେ ୧୫ଟି ରାଜ୍ୟରେ ବିଜେପି ଶାସନ କରିବାରେ ସଫଳ ହୋଇଛି। ଯଦି ଏହି ସ୍ଥିତି ରୁହେ ନକ୍ସଲଙ୍କ ପାଇଁ ସମସ୍ୟା ସୃଷ୍ଟି ହେବ। ତେଣୁ ଆଉ ଜଣଙ୍କୁ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧି ହତ୍ୟା ହତ୍ୟା କରାଯିବ।

ମୋଦିଙ୍କ ନେତୃତ୍ୱାଧୀନ ହିନ୍ଦୁବାଦୀ ସରକାର ଆଦିବାସୀଙ୍କ ଜୀବନରେ ହସ୍ତକ୍ଷେପ କରୁଛି। ଯଦି ଏହା ଜାରି ରହେ ତା’ହେଲେ ଆଗକୁ ପରିଣାମ ଭୟାବହ ହେବ ବୋଲି ଚିଠିରେ ଉଲ୍ଲେଖ ରହିଛି।

ରାଜୀବ ଗାନ୍ଧିଙ୍କୁ ଜଣେ ମାନବ ବୋମା ଦ୍ୱାରା ହତ୍ୟା କରାଯାଇଥିଲା। ୧୯୯୧ ମସିହାର ମେ ୨୧ ତାରିଖରେ ତାମିଲନାଡୁର ଶ୍ରୀପେରୁମ୍ବୁଦୁରରେ ନିର୍ବାଚନ ରାଲିରେ ଯୋଗ ଦେବାକୁ ଯାଇଥିବା ବେଳେ ତାଙ୍କୁ ଆତ୍ମଘାତୀ ଆକ୍ରମଣ ଦ୍ୱାରା କରାଯାଇଥିଲା।

Comment