ଓଡ଼ିଶାଲାଇଭ୍‌ ବ୍ୟୁରୋ

ନିରଞ୍ଜନ ପଟ୍ଟନାୟକ ରାଜ୍ୟ ପିସିସି ପଦ ସମ୍ଭାଳିବା ପରେ ତାଙ୍କ ନେତୃତ୍ୱରେ ପ୍ରଥମଥର ପାଇଁ ନୂଆ ଟିମ୍ ଦିଲ୍ଲୀ ରାହୁଲ ଗାନ୍ଧିଙ୍କୁ ସାକ୍ଷାତ କରିଛି।

ଦିଲ୍ଲୀ ଯାଇଛନ୍ତି ନୂଆ ଓଡ଼ିଶା ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ନିରଞ୍ଜନ ରାଜ୍ୟ ପିସିସି ପଦ ସମ୍ଭାଳିବା ପରେ ତାଙ୍କ ନେତୃତ୍ୱରେ ପ୍ରଥମଥର ପାଇଁ ନୂଆ ଟିମ୍ ରାହୁଲ ଗାନ୍ଧିଙ୍କୁ ସାକ୍ଷାତ କରିଛି।

ରାଜ୍ୟର ସାଂଗଠନିକ ସ୍ଥିତିକୁ ମଜବୁତ କରିବା ଲାଗି ଗଲା ଦେଢ଼ମାସ ହେଲା କେଉଁସବୁ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି ସେନେଇ ରାହୁଲଙ୍କୁ ଅବଗତ କରାଇଛନ୍ତି ଏହି ଟିମ। ଏଥିସହିତ ଆଗାମୀ ନିର୍ବାଚନ ପାଇଁ କଂଗ୍ରେସ ନେତା କିଭଳି କାମ କରିବେ ସେ ନେଇ ରାହୁଲ କିଛି ଟିପ୍‌ସ ଦେଇଛନ୍ତି ବୋଲି ସୂଚନା ମିଳିଛି।

ଆସନ୍ତା ଏକ ସପ୍ତାହ ମଧ୍ୟରେ ପିସିସିର ଅନ୍ୟ ସମସ୍ତ ସବ୍ କମିଟି ନେଇ ନିଷ୍ପତି ନିଆଯିବ। ଏହାସହ ଆଗାମୀ ୨-୩ ଦିନ ମଧ୍ୟରେ ଜିଲ୍ଲା କଂଗ୍ରେସ କମିଟିର ଗଠନ ନେଇ ଘୋଷଣା ହେବ ବୋଲି ଏହି ବୈଠକରେ ଆଲୋଚନା ହୋଇଛି।

ରାହୁଲ ଗାନ୍ଧିଙ୍କ ସହ ପିସିସି ସଭାପତି, ଓଡିଶା ପ୍ରଭାରି ଜୀତେନ୍ଦ୍ର ସିଂ, କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ, ଚିରଞ୍ଜିବୀ ବିଶ୍ୱାଳ ସମେତ ୯ ଜଣିଆ ଟିମ୍ ଭେଟି ଆଲୋଚନା କରୁଛନ୍ତି।

ନିରଞ୍ଜନ ପଟ୍ଟନାୟକ ନେତୃତ୍ୱ ନେବା ପରେ ରାଜ୍ୟରେ ବେଶ୍ ସକ୍ରିୟ ଅଛି ରାଜ୍ୟ କଂଗ୍ରେସ ଟିମ୍। ଦଳର ସାଂଗଠନିକ ସ୍ଥିତି ମଜବୁତ କରିବା ନେଇ ରାଜ୍ୟବ୍ୟାପୀ ଚାଲିଥିବା କର୍ମୀ ସମ୍ମିଳନୀ ଶୁକ୍ରବାରଦିନ ଅନୁଗୁଳରେ ଶେଷ ହୋଇଥିଲା। ଆଗକୁ ୩୩ଟି ଜିଲ୍ଲାର ସାଙ୍ଗଠନିକ ରୂପରେଖ ବଦଳିବ ବୋଲି ଜଣାପଡ଼ିଛି।

LEAVE A REPLY

Please enter your comment!
Please enter your name here