ଓଡ଼ିଶାଲାଇଭ୍ ବ୍ୟୁରୋ

ସରକାରଙ୍କ ନୂଆ କୃଷି ଆଇନକୁ ବିରୋଧ କରି ଆସନ୍ତା ୮ ତାରିଖରେ ଚାଷୀ ନେତାମାନେ ଭାରତ ବନ୍ଦ ଡାକରା ଦେଇଛନ୍ତି। ଏହି ବନ୍ଦ ଡାକରାକୁ ରାଜ୍ୟ କଂଗ୍ରେସ ସମର୍ଥନ କରିଛି। ଭାରତ ବନ୍ଦକୁ କିପରି ସଫଳ କରାଯିବ ସେଥିପାଇଁ କଂଗ୍ରେସ ଉଦ୍ୟମ କରିବ ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିବା ସହିତ ଓଡ଼ିଶାବାସୀ ବନ୍ଦରେ ସାମିଲ ହୁଅନ୍ତୁ ବୋଲି ସେ କହିଛନ୍ତି।

ଏକ ଭିଡିଓ ବାର୍ତ୍ତା ଜାରି କରି ନିରଞ୍ଜନ କହିଛନ୍ତି ଯେ, ଚାଷୀମାନେ ହେଉଛନ୍ତି ଆମର ଅନ୍ନଦାତା ଏବଂ ଅର୍ଥନୀତିର ମେରୁଦଣ୍ଡ। କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନକୁ ଚାଷୀମାନେ ବିରୋଧ କରିବା ଯଥାର୍ଥ।

ଅନ୍ୟପଟେ ନୂଆ କୃଷି ଆଇନକୁ ବିରୋଧ କରି ଚାଲିଥିବା ଚାଷୀ ଆନ୍ଦୋଳନ ୧୦ ଦିନରେ ପହଞ୍ଚିଛି। ଦୁଇ ଦୁଇ ଥର କେନ୍ଦ୍ର ସରକାରଙ୍କ ସହ ଚାଷୀଙ୍କର ଆଲୋଚନା ବିଫଳ ହୋଇଛି। ଶନିବାର ହେବାକୁ ଥିବା ବୈଠକ ଉପରେ ସମସ୍ତଙ୍କ ନଜର ରହିଛି।

ବାରମ୍ବାର ଦାବି ପରେ ବି ସରକାର ସେମାନଙ୍କ କଥା ଶୁଣୁନାହାନ୍ତି। ଯେଉଁଯାଏଁ ଦାବି ପୂରଣ ନହୋଇଛି ସେ ଯାଏଁ ଆନ୍ଦୋଳନ ଜାରି ରହିବ ବୋଲି ଚାଷୀନେତା ସଫା ସଫା କହିଛନ୍ତି।

Comment