ଓଡ଼ିଶାଲାଇଭ୍ ବ୍ୟୁରୋ

ଚଳିତ ବର୍ଷ ହେବାକୁ ଥିବା ସାଧାରଣ ନିର୍ବାଚନ ପାଇଁ ରଣନୀତି ଆରମ୍ଭ କରିଛି ଓଡ଼ିଶା କଂଗ୍ରେସ। ଏହି ପରିପ୍ରେକ୍ଷୀରେ ରାଜ୍ୟର ୧୩ଟି ଜିଲ୍ଲା କଂଗ୍ରେସ କମିଟିର ସଭାପତି ବଦଳିଛନ୍ତି। ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ସୁପାରିସ କ୍ରମେ ଜିଲ୍ଲା କଂଗ୍ରେସ କମିଟିର ନୂଆ ସଭାପତିଙ୍କ ନାଁ ଘୋଷଣା କରାଯାଇଛି।

କଂଗ୍ରେସ ପକ୍ଷରୁ ନିଜର ସଂଗଠନକୁ ମଜବୁତ କରିବା ପାଇଁ ଜିଲ୍ଲାସ୍ତରୀୟ କମିଟିରେ ନୂଆ ସଭାପତିଙ୍କୁ ଦାୟିତ୍ଵ ଦିଆଯାଇଛି। ଏହାସହ ଦଳ ଗଞ୍ଜାମ ଓ ମୟୂରଭଞ୍ଜ ଜିଲ୍ଲାରେ ଥିବା ନିଜର କମିଟିକୁ ଦୁଇ ଭାଗରେ ବିଭକ୍ତ କରିଛି।

ଗଞ୍ଜାମ ଜିଲ୍ଲା କଂଗ୍ରେସ କମିଟିକୁ ଗଞ୍ଜାମ ପୂର୍ବ ଏବଂ ଗଞ୍ଜାମ ପଶ୍ଚିମ ଜିଲ୍ଲା କଂଗ୍ରେସ କମିଟି ଭାବେ ବିଭକ୍ତ କରାଯାଇଛି। ସେହିପରି ମୟୂରଭଞ୍ଜ ଜିଲ୍ଲାରେ ମଧ୍ୟ ମୟୂରଭଞ୍ଜ ପୂର୍ବ ଓ ମୟୂରଭଞ୍ଜ ପଶ୍ଚିମ ଜିଲ୍ଲା କଂଗ୍ରେସ କମିଟି ଗଠନ କରାଯାଇଛି।

ତେବେ ଜିଲ୍ଲା କଂଗ୍ରେସ କମିଟିର ସଭାପତି ଭାବେ ନିଯୁକ୍ତ ହୋଇଥିବା ନେତାମାନଙ୍କ ନାମ ହେଲା

  • ବରଗଡ଼ – ହରଦୀପ ସିଂହ
  • ଢେଙ୍କାନାଳ – ସୁନିଲ ଦାସ
  • କନ୍ଧମାଳ – ଚନ୍ଦ୍ରଶେଖର ପରିଡ଼ା
  • କୋରାପୁଟ – ଶଶିଭୂଷଣ ପାତ୍ର
  • ମୟୂରଭଞ୍ଜ ପୂର୍ବ – ନିରଜ ଦାସ
  • ମୟୂରଭଞ୍ଜ ପଶ୍ଚିମ – ଭୁବନ ବିହାରୀ ସାହୁ
  • ଗଞ୍ଜାମ ପୂର୍ବ – ଦୀପକ ପଟ୍ଟନାୟକ
  • ଗଞ୍ଜାମ ପଶ୍ଚିମ – ରବୀନ୍ଦ୍ର ଶର୍ମା
  • ଖୋର୍ଦ୍ଧା – ତପନ ଚକ୍ରବର୍ତ୍ତୀ
  • ବଲାଙ୍ଗିର – ସୁରେନ୍ଦ୍ର ସିଂହ ଭୋଇ
  • ରାଉରକେଲା – ରବି ରାୟ
  • ଝାରସୁଗୁଡ଼ା – ସୁବ୍ରତ ପ୍ରଧାନ

Tags: #OdishaCongress #Elections #DistrictCongressCommitte #Politics #Odisha

LEAVE A REPLY

Please enter your comment!
Please enter your name here