ଓଡ଼ିଶାଲାଇଭ୍ ବ୍ୟୁରୋ
ବଜ୍ରପାତ ମୁକାବିଲା ପାଇଁ ରାଜ୍ୟ ସରକାର ଅଣ୍ଟା ଭିଡ଼ିଛନ୍ତି। ଲୋକଙ୍କୁ ବଜ୍ରପାତ ଏବଂ କାଳବୈଶାଖୀ ସମ୍ପର୍କରେ ଆଗୁଆ ସୂଚନା ଦେବା ପାଇଁ ଓସ୍ଡମା ଏବଂ ଆମେରିକୀୟ କମ୍ପାନି ଭିତରେ ଏମ୍ଓୟୁ ସ୍ୱାକ୍ଷର ହୋଇଛି। ପ୍ରାକୃତିକ ବିପର୍ଯ୍ୟୟ ମନ୍ତ୍ରୀ ମହେଶ୍ୱର ମହାନ୍ତି ଏମ୍ଓୟୁ ସ୍ୱାକ୍ଷର ବେଳେ ଉପସ୍ଥିତ ଥିଲେ।
ବଜ୍ରପାତ ଏବଂ କାଳବୈଶାଖୀ ଆସିବାର ୪୫ ମିନିଟ ପୂର୍ବରୁ ମୋବାଇଲ ଯୋଗେ ଲୋକଙ୍କୁ ସୂଚନା ମିଳିପାରିବ।
ଏହି କମ୍ପାନି ଆଗାମୀ ଦିନରେ ସବୁ ଜିଲ୍ଲାରେ ଲାଇଟନିଂ ସେନସର୍ ଲଗାଇବ। ଉଚ୍ଚକୋଠା, ମନ୍ଦିର, ବାତ୍ୟା ଆଶ୍ରୟସ୍ଥଳୀରେ ଲାଇଟନିଂ ଆରେଷ୍ଟର ଲଗାଇବାକୁ ଯୋଜନା ରହିଛି।
ଆର୍ଥ ନେଟଓ୍ବର୍କ ୫୦ଟି ଦେଶରେ ସକ୍ରିୟ ରହିଛି। ଭାରତର ଆନ୍ଧ୍ର, ପଶ୍ଚିମବଙ୍ଗ, କର୍ଣ୍ଣାଟକରେ ମଧ୍ୟ ଏହି ସଂସ୍ଥା କାମ କରିଛି।
ବଜ୍ରପାତରେ ୨୦୧୭-୧୮ରେ ୪୫୬ ଜଣଙ୍କର ପ୍ରାଣହାନି ଘଟିଥିଲା। କିଛିଦିନ ତଳେ ବହୁ ଲୋକ ବଜ୍ରପାତରେ ଆରପାରିକୁ ଗଲେଣି। ଏସବୁକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏହି ବ୍ୟବସ୍ଥା ଗ୍ରହଣ କରିଛନ୍ତି।
















