ଓଡ଼ିଶାଲାଇଭ୍ ବ୍ୟୁରୋ

ବଜ୍ରପାତ କାରଣରୁ ନୟାଗଡ଼ ଜିଲ୍ଲା ଖଇରପଟି ଗାଁରେ ଥିବା ପୁରାତନ ଶିବ ମନ୍ଦିରଟି ଭାଙ୍ଗି ଯାଇଛି। ଏଥି ସହିତ ସୋମବାରଠାରୁ ଜିଲ୍ଲାରେ ଲଗାଣ ବର୍ଷା ଯୋଗୁଁ ଚାରିଆଡ଼େ ଜଳମଗ୍ନ ହୋଇଯାଇଛି। ରାସ୍ତାଘାଟରେ ପାଣି ହେବା ଫଳରେ ଯାତାୟତରେ ବାଧା ଉପୁଜିଛି।

ମଙ୍ଗଳବାର ଦିନ ଜିଲ୍ଲାରେ ବର୍ଷା ଜାରି ରହିଥିଲା। ମଧ୍ୟାହ୍ନରେ ବଜ୍ରପାତ ଘଟି ନୟାଗଡ଼ ବ୍ଲକ ଖଇରପଟି ଗାଁର ଶିବ ମନ୍ଦିରର ଅଗ୍ରଭାଗ ଭାଙ୍ଗି ପଡ଼ିଥିବା ଦେଖିବାକୁ ମିଳିଥିଲା। ଏହି ମନ୍ଦିରଟି ପ୍ରାୟ ୫୦ରୁ ୬୦ ବର୍ଷ ତଳର ପୁରାତନ ମନ୍ଦିର। ଏହାର ସୁରକ୍ଷା ପାଇଁ ବଜ୍ରପାତ ନିୟନ୍ତ୍ରିତ ଆର୍ଥିଂ ବ୍ୟବସ୍ଥା କରାଯିବା କଥା, ଯାହାକି ଏଠାରେ କରା ଯାଇନାହିଁ। ଫଳରେ ଏପରି ଦୁର୍ଘଟଣା ଘଟିଥିବା କହିଛନ୍ତି ସ୍ଥାନୀୟ ବାସିନ୍ଦା।

ବାତ୍ୟା ‘ଗୁଲାବ’ ପ୍ରଭାବରେ ନୟାଗଡ଼ରେ ପ୍ରବଳ ବର୍ଷା ହୋଇଥିଲା। ପରବର୍ତ୍ତୀ ସମୟରେ ଏହି ବର୍ଷା ଲୋକଙ୍କ ଦୁର୍ଦ୍ଦଶା ବଢ଼ାଇ ଦେଇଛି। ଜିଲ୍ଲାରେ ବର୍ଷା ସାଙ୍ଗକୁ ବଜ୍ରପାତ ଲୋକଙ୍କ ମଧ୍ୟରେ ଅଧିକ ଭୟ ସୃଷ୍ଟି କରିଛି। ଲଗାଣ ବର୍ଷା କାରଣରୁ ନୟାଗଡ଼ ସହରର ବିଭିନ୍ନ ୱାର୍ଡବାସିନ୍ଦାଙ୍କ ଘରେ ବର୍ଷା ପାଣି ପଶି ଅନେକ କ୍ଷୟ କ୍ଷତି ହୋଇଛି।

Comment