ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭାରତୀୟ କ୍ରିକେଟ୍‌ ଦଳର ଅଧିନାୟକ ବିରାଟ କୋହଲିଙ୍କ ଚାଲେଞ୍ଜ୍‌ ଗ୍ରହଣ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବ୍ୟାୟାମ ଆରମ୍ଭ କରିଦେଇଛନ୍ତି।

ଖେଳ ମନ୍ତ୍ରୀ ରାଜ୍ୟବର୍ଦ୍ଧନ ସିଂ ରାଠୋରଙ୍କ ଦ୍ଵାରା ଆରମ୍ଭ କରାଯାଇଥିବା ‘ଫିଟନେସ୍ ଚ୍ୟାଲେଞ୍ଜ୍’ ଏବେ ସାରା ଦେଶରେ ବେଶ୍ ଲୋକପ୍ରିୟତା ହାସଲ କରିଛନ୍ତି। ବଲିଉଡ ଅଭିନେତା-ଅଭିନେତ୍ରୀଙ୍କଠାରୁ ଆରମ୍ଭ କରି ରାଜନେତା ଓ କ୍ରିକେଟ ଖେଳାଳିମାନେ ଏହି ‘ଫିଟନେସ୍ ଚ୍ୟାଲେଞ୍ଜ୍’ରେ ଭାଗ ନେଉଛନ୍ତି। ଏହି କ୍ରମରେ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ସାମିଲ ହୋଇଛନ୍ତି।

ଭାରତୀୟ କ୍ରିକେଟ୍‌ ଦଳର ଅଧିନାୟକ ବିରାଟ କୋହଲିଙ୍କ ଚାଲେଞ୍ଜ୍‌ ଗ୍ରହଣ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବ୍ୟାୟାମ ଆରମ୍ଭ କରିଦେଇଛନ୍ତି। ବୁଧବାର ଦିନ ଫିଟନେସ୍ ଭିଡିଓ ଟୁଇଟରରେ ପୋଷ୍ଟ କରିଛନ୍ତି। ଏହି ଭିଡିଓ ମୋଦି ଯୋଗ ଓ ପ୍ରାଣାୟାମ ସହ ଖାଲି ପାଦରେ ଚାଲୁଥିବାର ନଜର ଆସୁଛନ୍ତି।

ନିୟମିତ ଯୋଗ କରୁଥିବା ପ୍ରଧାନମନ୍ତ୍ରୀ ମୋଦି ଅନେକଗୁଡ଼ିଏ ଆସନ ମଧ୍ୟ କରୁଛନ୍ତି। ଏଥିସହ ସେ ଓଲମ ବିଲୋମ, କପାଳ ଭାଟି ବ୍ୟାୟାମ ମଧ୍ୟ କରୁଥିବାର ଦେଖାଯାଉଛି।


ମୋଦି କହିଛନ୍ତି “ଯୋଗ ବ୍ୟତୀତ, ମୁଁ ପ୍ରକୃତିର ପଞ୍ଚତତ୍ତ୍ୱ ଦ୍ୱରା ପ୍ରେରିତ ଟ୍ରାକ୍‌ ଉପରେ ମଧ୍ୟ ଚାଲୁଛି। ଏହି ୫ ତତ୍ତ୍ୱ ହେଲା- ପୃଥିବୀ, ଜଳ, ଅଗ୍ନି, ବାୟୁ ଓ ଆକାଶ। ଏହା ଶରୀର ପାଇଁ ଫୁର୍ତ୍ତିଦାୟକ”।

କୋହଲି ଗତ କିଛିଦିନ ତଳେ ମୋଦି, ପତ୍ନୀ ଅନୁଷ୍କା ଶର୍ମା ଏବଂ କ୍ରିକେଟର୍‌ ଏମ୍‌ଏସ୍‌ ଧୋନିଙ୍କୁ ମଧ୍ୟ ସେ ଫିଟନେସ୍ ଚାଲେଞ୍ଜ୍‌ ଦେଇଥିଲେ। ବୁଧବାରଦିନ ମୋଦି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଏଚଡି କୁମାରସ୍ଵାମୀଙ୍କୁ ଫିଟନେସ୍ ଚ୍ୟାଲେଞ୍ଜ ଦେଇଛନ୍ତି।

Comment