ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ
କେନ୍ଦ୍ରାପଡା ଲୋକସଭା ଆସନରୁ ବୈଜୟନ୍ତ ପଣ୍ଡାଙ୍କ ଇସ୍ତଫା ପ୍ରଦାନ ପରେ ଲୋକସଭାରେ ବିଜୁ ଜନତା ଦଳର ସାଂସଦଙ୍କ ସଂଖ୍ୟା ଏବେ ୧୯କୁ ଖସି ଆସିଛି। ତେବେ କେନ୍ଦ୍ରାପଡ଼ା ଆସନ ପାଇଁ ଉପନିର୍ବାଚନ ହେବ କି ନା ସେନେଇ କଳ୍ପନାଜଳ୍ପନା ଲାଗିରହିଛି।
୨୦୧୯ ଲୋକସଭା ନିର୍ବାଚନ ପର୍ଯ୍ୟନ୍ତ ଏହି ଆସନଟି ଖାଲି ରହିବ। ଲୋକସଭା ନିର୍ବାଚନର ନିୟମ ଓ ପରମ୍ପରା ଅନୁଯାୟୀ ଯଦି ପରବର୍ତ୍ତୀ ଲୋକସଭା ନିର୍ବାଚନ ଓ ଜଣେ ସାଂସଦଙ୍କ ଇସ୍ତଫା ତାରିଖ ମଧ୍ୟରେ ସ୍ପଷ୍ଟ ଗୋଟିଏ ବର୍ଷର ବ୍ୟବଧାନ ରହେ ତେବେ ଉପନିର୍ବାଚନ ପାଇଁ ଅବକାଶ ନାହିଁ। ଖାସ୍ ଏହି କାରଣ ପାଇଁ ବୈଜୟନ୍ତ ତାଙ୍କ ଇସ୍ତଫା ସମୟକୁ ଗଡାଇ ଚାଲିଥିଲେ।
ଜୁନ ୬ ତାରିଖ ପରେ ଇସ୍ତଫା ଦେଲେ ଉପନିର୍ବାଚନ ହେବ ନାହିଁ, ଏହି ଅଙ୍କ କଷିବା ପରେ ଯାଇ ବୈଜୟନ୍ତ ଜୁନ ୧୨ ତାରିଖରେ ଆନୁଷ୍ଠାନିକ ଭାବେ ତାଙ୍କ ଇସ୍ତଫା ପତ୍ର ଲୋକସଭାର ବାଚସ୍ପତିଙ୍କ ନିକଟକୁ ପଠାଇଦେଇଥିଲେ।