ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ସଲମାନ୍ ଖାନ୍ଙ୍କ ନୂଆ ସିନେମା ରେସ୍‌-ଜୁନ୍ ୧୫ରେ ରିଲିଜ୍ ହେଉଛି ଆସନ୍ତୁ ଜାଣିବା ଏହି ସିନେମାର କିଛି ମଜାଦାର କଥା

ଇଦ୍ ଅବସରରେ ସୁପରଷ୍ଟାର୍ ସଲମାନ୍ ଖାନଙ୍କ ମୁଭି ‘ରେସ୍‌-୩’ ରିଲିଜ୍‌ ହେଉଛି। ଏହି ସିନେମାରେ ନିର୍ଦ୍ଦେଶକ ହେଲେ ବଲିଉଡର ଲୋକପ୍ରିୟ କୋରିଓଗ୍ରାଫର୍ ଟର୍ଣ୍ଣଡ ଡିରେକ୍ଟର ରେମୋ ଡିସୁଜା ଓ ଏହାର ପ୍ରଯୋଜନା ଦେଇଛନ୍ତି ରମେଶ ତୌରାନୀ ଓ ସଲମାନ୍ ଖାନ୍।

ସଲମାନ୍ ଖାନ୍, ଜାକ୍‌ଲିନ୍‌ ଫର୍ଣ୍ଣାଣ୍ଡିଜ୍ ଅନୀଲ କପୁର, ବବି ଦେଓଲ୍, ଡେଜି ଶାହା ଓ ସାକିବ୍ ସଲମ୍ ଆଦି କଳାକାରମାନଙ୍କୁ ‘ରେସ୍-୩’ରେ ଦେଖିବାକୁ ପାଇବେ ଦର୍ଶକମାନେ। ଏହାର ରେସ୍‌ର ତୃତୀୟ ଫ୍ରାଞ୍ଚାଇଜ୍।

୧୫୦ କୋଟିରେ ବିକ୍ରି ହୋଇଛି ସାଟେଲାଇଟ୍ରାଇଟ୍

ବଲିଉଡରେ ଚର୍ଚ୍ଚା ହେଉଛି ସଲମାନ୍ ଖାନ୍‌ଙ୍କ ‘ରେସ୍-୩’ ୧୫୦ କୋଟି ଟଙ୍କାରେ ସାଟେଲାଇଟ୍ ରାଇଟ୍‌ସ ବିକ୍ରି ହୋଇଛି। ପୂର୍ବରୁ କୌଣସି ବି ହିନ୍ଦୀ ସିନେମାକୁ ଏତେ ପରିମାଣର ଅର୍ଥ ମିଳିନଥିଲା ଏହି ବାବଦରେ।

ସାଟେଲାଇଟ୍ସ ବିକ୍ରି ମାମଲାରେ ସଲମାନ୍ ଖାନ୍‌ଙ୍କ ‘ରେସ୍-୩’ ଅମୀର ଖାନ୍‌ଙ୍କ ଦଙ୍ଗଲକୁ ମଧ୍ୟ ପଛରେ ପକାଇଛି। ‘ଦଙ୍ଗଲ’ ମାତ୍ର ୭୫ କୋଟି ଟଙ୍କା ଆୟ କରିଥିଲା ସାଟେଲାଇଟ୍ ରାଇଟ୍ସ ବାବଦରେ।

ସବୁ ଷ୍ଟଣ୍ଟସିନ୍ ଦେଇଛନ୍ତି ନିଜେ ସଲମାନ୍

ସାଧାରଣତଃ କୌଣସି ଆକସନ୍ ମୁଭିରେ କେତେକ ଖତରନାକ୍ ସିନ୍‌ରେ ନିର୍ଦ୍ଦେଶକମାନେ ‘ଡମି’ଙ୍କୁ ନେଇଥାଆନ୍ତି। ହେଲେ ‘ରେସ୍-୩’ରେ ତାହା ଘଟିନାହିଁ। ଏହି ଫିଲ୍ମରେ ଦବଙ୍ଗ ଷ୍ଟାର୍ ସଲମାନ୍ ଖାନ୍ ‘ଡମି’ର ସହାୟତା ନ ନେଇ ନିଜେ ସବୁ ଷ୍ଟଣ୍ଟ ସିନ୍ ଦେଇଛନ୍ତି।

ନିର୍ଦ୍ଦେଶକ ରେମୋ ଡିସୁଜାଙ୍କ ଅନୁଯାୟୀ ବାଇକ୍ ରାଇଡିଂ, କାର୍ ଚେଜିଂ, ଗନ୍‌ସଟ୍‌ ଭଳି ସବୁ ରୋମାଞ୍ଚକର ଷ୍ଟଣ୍ଟସିନ୍ ଦେଇଛନ୍ତି ନିଜେ ସଲମାନ୍। ସଲମାନ୍ ‘ଡମି’ ନେବାକୁ ମନା କରିଥିଲେ। ଫିଲ୍ମରେ ଜବରଦସ୍ତ ଭିଜୁଆଲ୍ ଟ୍ରିଟମେଣ୍ଟ ମଧ୍ୟ ଦର୍ଶକମାନେ ଦେଖିବାକୁ ପାଇବେ।

ବିନ୍କଟ୍ରେୟୁ/ସେନସର୍ ସାର୍ଟିଫିକେଟ୍

ଆଗରୁ ‘ରେସ୍’ ଓ ‘ରେସ୍‌-୨’ ଫିଲ୍ମର ସେନସର ବେଳେ କିଛି ସମସ୍ୟା ଦେଖାଦେଇଥିଲା। ହେଲେ ସେନସର ବୋର୍ଡ ‘ରେସ୍-୩’କୁ ବିନା କଟ୍‌ରେ ‘ୟୁ/ଏ’ ସାର୍ଟିଫିକେଟ୍ ପ୍ରଦାନ କରିଛନ୍ତି। ଏହି ଫିଲ୍ମର ଅବଧି ହେଉଛି ୨ ଘଣ୍ଟା ୪୦ ମିନିଟ୍।

କାହିଁକି ଅବ୍ବାସମସ୍ତାନଙ୍କ ଜାଗାନେଲେ ରେମୋ ଡିସୁଜା?

ସମସ୍ତଙ୍କୁ ଭଲ ଭାବେ ଜଣା ଯେ ‘ରେସ୍’ ଓ ‘ରେସ୍‌-୨’ର ନିର୍ଦ୍ଦେଶନା ଦେଇଥିଲେ ହିଟ୍ ନିର୍ଦ୍ଦେଶକ ଯୋଡ଼ି ଅବ୍‌ବାସ୍-ମସ୍ତାନ୍। ପ୍ରଯୋଜକ ରମେଶ ତୌରାନୀ ଯେତେବେଳେ ‘ରେସ୍‌-୩’ର ଯୋଜନା କଲେ, ସେତେବେଳେ ସେ ଅବ୍‌ବାସ- ମସ୍ତାନଙ୍କୁ ନିର୍ଦ୍ଦେଶନା ଦାୟିତ୍ୱ ଦେବାକୁ ସ୍ଥିର କରିଥିଲେ।

ନିର୍ଦ୍ଦେଶକ ଅବ୍‌ବାସ- ମସ୍ତାନ୍ ‘ରେସ୍‌-୩’ ରେ ହିରୋ ଭାବେ ସଲମାନ୍‌ ଖାନ୍‌ଙ୍କୁ ନେବା ପାଇଁ ପ୍ରଯୋଜକଙ୍କୁ ପରାମର୍ଶ ଦେଲେ। ସେ ବି ରାଜି ହେଲେ।

ନିର୍ମାତା ରମେଶ ତୌରାନୀ ସଲମାନ୍‌ଙ୍କୁ  ‘ରେସ୍‌-୩’ର ଅଫର୍ ଦେଲେ। ହେଲେ ସଲମାନ୍‌ ଖାନ୍ ସର୍ତ୍ତ ରଖିଲେ ଯେ ‘ରେସ୍‌-୩’ର ନିର୍ଦ୍ଦେଶନା ଦେବେ ରେମୋ ଡିସୁଜା। ସଲମାନଙ୍କ ସର୍ତ୍ତକୁ ମାନିଲେ ନିର୍ମାତା। ଏହି ସିନେମାରୁ ବାଦ୍ ପଡ଼ିଲେ ଅବ୍‌ବାସ- ମସ୍ତାନ ଓ ତାଙ୍କ ସ୍ଥାନରେ ନିର୍ଦ୍ଦେଶନା ଦେଇଥିଲେ ରେମୋ ଡିସୁଜା।

ଚର୍ଚ୍ଚାରେରେସ୍ ସଙ୍ଗୀତ

୧୫୦ କୋଟି ବଜେଟ୍‌ରେ ତିଆରି ହୋଇଥିବା ମଲ୍‌ଟି-ଷ୍ଟାରର୍ ମୁଭି ‘ରେସ୍‌-୩’ର ସଙ୍ଗୀତ ଏବେ ଚର୍ଚ୍ଚାରେ ରହିଛି। ‘ରେସ୍‌-୨’ରେ ଥିବା ଆଲ୍ଲା ଦୁହାଇ ହେ…ଗୀତର ନୂଆ ଭର୍ସନ୍ ରହିଛି ଏଥିରେ। ଏହାର ସ୍ୱର ସଂଯୋଜନା କରିଛନ୍ତି ନବାଗତ ତୁଷାର ଯୋଶୀ।

ଏହାର ଅନ୍ୟଗୀତ ‘ହିରିୟେ…’, ‘ସେଲଫିସ୍’ ଓ ‘ପାର୍ଟି ଚଲେ ଅନ୍’ ଗୀତଗୁଡ଼ିକୁ ମଧ୍ୟ ଶ୍ରୋତା ଓ ଦର୍ଶକଙ୍କର ପ୍ରଶଂସା ମିଳୁଛି। ସଲମାନ୍ ଖାନ୍‌ଙ୍କ ପୂର୍ବତନ ପ୍ରେମିକା ବୋଲି କୁହାଯାଉଥିବା ଲୁଲିଆ ଭଣ୍ଟୁର ବି ‘ରେସ୍-୩’ର ଏକ ଗୀତ ସେଲଫିସ୍’ରେ କଣ୍ଠଦାନ କରିଛନ୍ତି।

Comment