ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜିଠାରୁ ଋଷରେ ଆରମ୍ଭ ହେଉଛି ଫିଫା ଫୁଟବଲ ବିଶ୍ଵକପର ୨୧ତମ ସଂସ୍କରଣ। ଋଷିଆର ୧୧ଟି ସହରର ୧୨ଟି ଷ୍ଟାଡିୟମ୍ରେ ମୋଟ ୬୪ଟି ମ୍ୟାଚ୍ ଖେଳାଯିବ ଏହି ବିଶ୍ଵକପ।
- ଋଷରେ ଖେଳାଯାଉଛି ଫିଫା ଫୁଟବଲ ବିଶ୍ୱକପ୍ ଇତିହାସର ୨୧ତମ ସଂସ୍କରଣ।
- ରୁଷିଆର ୧୧ଟି ସହରର ୧୨ଟି ଷ୍ଟାଡିୟମ୍ରେ ଏହି ବିଶ୍ୱକପ୍ର ମୋଟ ୬୪ଟି ମ୍ୟାଚ୍ ଖେଳାଯିବ।
- ବିଶ୍ୱର ଦୁଇ କ୍ଷୁଦ୍ର ଦେଶ ପାନାମା ଓ ଆଇସ୍ଲାଣ୍ଡ ପ୍ରଥମଥର ପାଇଁ ବିଶ୍ୱକପ୍ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଛନ୍ତି।
- ବ୍ରାଜିଲ ଅଦ୍ୟାବଧି ସର୍ବାଧିକ ବିଶ୍ୱକପ୍ ଖେଳିଛି ଏବଂ ଏହା ସର୍ବାଧିକ ୫ ଥର ବିଶ୍ୱ ଚମ୍ପିଆନ୍ ହୋଇଛି।
- ଚଳିତଥର ଖେଳୁଥିବା ଖେଳାଳିଙ୍କ ମଧ୍ୟରୁ ଜର୍ମାନୀର ଥମାସ୍ ମ୍ୟୁଲର ସର୍ବାଧିକ ୧୦ଟି ଗୋଲ୍ ଦେଇଥିବା ବେଳେ ଆଉ ୬ଟି ଗୋଲ୍ ତାଙ୍କ ପାସ୍ରୁ ହୋଇଛି।
- ଏହି ବିଶ୍ୱକପ୍ରେ ଅଷ୍ଟ୍ରେଲିଆର ଟିମ୍ କାହିଲ୍, ସ୍ପେନ୍ର ରାଫେଲ ମାର୍କେଜ୍ ଓ ଡେଭିଡ୍ ଭିଲ୍ଲା ଏବଂ ପର୍ତ୍ତୁଗାଲ୍ର କ୍ରିଷ୍ଟିଆନୋ ରୋନାଲ୍ଡୋ ସେମାନଙ୍କର ୪ର୍ଥ ବିଶ୍ୱକପ୍ ଖେଳିବାକୁ ଯାଉଛନ୍ତି।
- ଏକମାତ୍ର ପୂର୍ବତନ ଚମ୍ପିଆନ୍ ଭାବେ ଇଟାଲୀ ଏହି ବିଶ୍ୱକପ୍ ଲାଗି ଯୋଗ୍ୟତା ଅର୍ଜନ କରି ପାରିନାହିଁ। ୧୯୫୮ ପରଠାରୁ ପ୍ରଥମଥର ପାଇଁ ଶକ୍ତିଶାଳୀ ଫୁଟ୍ବଲ ଦେଶ ଇଟାଲୀ ବିଶ୍ୱକପ୍ ଖେଳିବନାହିଁ।
- ୧୯୮୬ ପରଠାରୁ ପ୍ରଥମଥର ଆମେରିକା ଏହି ବିଶ୍ୱକପ୍ ଲାଗି ଯୋଗ୍ୟତା ଅର୍ଜନ କରିନାହିଁ।
- ଦୀର୍ଘ ୩୬ ବର୍ଷ ପରେ ବିଶ୍ୱକପ୍ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଛି ପେରୁ।
- ଏଥର ପ୍ରଥମଥର ପାଇଁ ଅତିରିକ୍ତ ସମୟରେ ଏକ ଦଳ ୪ର୍ଥ ବଦଳ ଖେଳାଳି ଖେଳାଇପାରିବ।
- ଏହି ବିଶ୍ୱକପ୍ର ବିଜେତା ୨୦୨୧ ଫିଫା କନ୍ଫେଡେରେସନ୍ କପ୍ ପାଇଁ ସିଧାସଳଖ ଯୋଗ୍ୟତା ଅର୍ଜନ କରିବ।
- ୨୦୧୮ ବିଶ୍ୱକପ୍ ଖେଳିବାରୁ ବଞ୍ଚିତ ହୋଇଥିବା ଅନ୍ୟ ପ୍ରମୁଖ ଫୁଟ୍ବଲ ଦେଶ ହେଲେ ଚିଲି, ତୁର୍କୀ, କାମେରୁନ୍, ଘାନା, ଆଲ୍ଜେରିଆ, ଇକ୍ୱେଡର, ଭେନେଜୁଏଲା ଓ ଆୟରଲାଣ୍ଡ।
- ବର୍ଣ୍ଣବୈଷମ୍ୟ କିମ୍ବା ଅନ୍ୟ କୌଣସି ଅପ୍ରୀତିକର ଘଟଣା ଘଟିଲେ ମ୍ୟାଚ୍ ବନ୍ଦ କରିଦେବାର ଅଧିକାର ରେଫେରୀଙ୍କୁ ମିଳିଛି।
- ଏହି ବିଶ୍ୱକପ୍ ପରେ କେବଳ ୨୦୨୨ ବିଶ୍ୱକପ୍ରେ ୩୨ଟି ଦଳ ଖେଳିବେ।
- ୨୦୨୬ ବିଶ୍ୱକପ୍ରେ ୪୮ଟି ଦଳ ଖେଳିବେ। ସୋଭିଏତ୍ ରୁଷ୍ ଯେବେଠାରୁ ରୁଷିଆ ହେଲାଣି; ଏହା ଗ୍ରୁପ୍ ପର୍ଯ୍ୟାୟ ଅତିକ୍ରମ କରି ପାରିନାହିଁ।
- ଏହି ବିଶ୍ୱକପ୍ର ସୁପରିଚାଳନା ପାଇଁ ମୋଟ ୧୭,୦୪୦ ସ୍ୱେଚ୍ଛାସେବୀ କାମକରିବେ।














