ଓଡ଼ିଶାଲାଇଭ୍‌ ବ୍ୟୁରୋ

କଟକରେ ସାହି ବିବାଦକୁ ନେଇ ଉତ୍ତେଜନା। ଲାଇଟ ସଜାକୁ କେନ୍ଦ୍ର କରି ଦୁଇ ସାହି ହୋଇଛନ୍ତି ମୁହାଁମୁହିଁ। ପିଠାପୁରର ନୂଆସାହି ଏବଂ ଝୋଲା ସାହି ମଧ୍ୟରେ ଏହି ଗଣ୍ଡଗୋଳ ହୋଇଛି। ଦୁଇ ସାହି ମଧ୍ୟରେ ଢ଼େଲା ଓ କାଚ ବୋତଲ ମାଡ଼ ହୋଇଥିବା ଜଣାପଡ଼ିଛି। ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି।

ପରିସ୍ଥିତି ନିୟନ୍ତ୍ରଣ ପାଇଁ ୩ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି। କଟକ ଡିସିପି ଅଖିଳେଶ୍ୱର ସିଂ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି ଅନୁଧ୍ୟାନ କରୁଛନ୍ତି। ଢେଲା ପଥର ମାଡ଼ ଏବଂ କାଚ ବୋତଲ ମାଡ଼ରେ ଦୋକାନ ଭଙ୍ଗାରୁଜା ହୋଇଥିବା ଜଣାପଡ଼ିଛି।

କିଛି ଦିନ ତଳେ ରାଜାବଗିଚା ସର୍ବୋଦୟ ନଗର ଏବଂ ସୁଇପର୍ କଲୋନି ମଧ୍ୟରେ ସୀମା ବିବାଦକୁ ନେଇ ଗଣ୍ଡଗୋଳ ହୋଇଥିଲା। କାଚ ବୋତଲ ଏବଂ ଢ଼େଲା ପଥର ମାଡ଼ ହୋଇଥିଲା। ଏଥିରେ କିଛି ଲୋକ ମଧ୍ୟ ଆହତ ହୋଇଥିଲେ।

LEAVE A REPLY

Please enter your comment!
Please enter your name here