ଓଡ଼ିଶାଲାଇଭ୍‌ ବ୍ୟୁରୋ

ଚାରିଦିନ ତଳେ ଜଣେ ଯୁବତୀଙ୍କୁ ଦୁଷ୍କର୍ମ କରିଥିବା ଯବାନ ଶେଷରେ ସାରା ଜୀବନ ପାଇଁ ପୀଡ଼ିତାଙ୍କ ହାତ ଧରିଛନ୍ତି।

ଦୁଷ୍କର୍ମ ପୀଡ଼ିତାଙ୍କ ହାତ ଧରିଲେ ଅଭିଯୁକ୍ତ ଯବାନ। ଚାରିଦିନ ତଳେ ବିହାର ରେଜିମେଣ୍ଟରେ କାର୍ଯ୍ୟରତ ଜଣେ ଯବାନଙ୍କ ବିରୋଧରେ ଜଣେ ମହିଳା ହୋମଗାର୍ଡ ଦୁଷ୍କର୍ମ ଅଭିଯୋଗ ଆଣିଥିଲେ।

ଏନେଇ ସେ ଜି ଉଦୟଗିରି ଥାନାରେ ଏକ ମାମଲା ମଧ୍ୟ ଦାଏର କରିଥିଲେ। ଏହାପରେ ପୋଲିସ ଅଭିଯୁକ୍ତ ଯବାନ ଟୁଲୁ ପ୍ରଧାନଙ୍କୁ ଗିରଫ କରିଥିଲା।

ଏହି ଘଟଣା ପରେ ଅଭିଯୁକ୍ତ ଟୁଲୁ ସମ୍ପୃକ୍ତ ଯୁବତୀଙ୍କୁ ବିବାହ ପାଇଁ ରାଜି ହୋଇଥିଲେ। ପୋଲିସ ମଧ୍ୟସ୍ଥତାରେ ଉଭୟଙ୍କ ବିବାହ ହୋଇଥିଲା। ଉଭୟ ପରିବାର ଲୋକଙ୍କ ଉପସ୍ଥିତିରେ ଜି ଉଦୟଗିରି ତାରିଣୀ ମନ୍ଦିରରେ ଯୁବତୀଙ୍କ ମଥାରେ ସିନ୍ଦୁର ଦେଇଥିଲେ ଟୁଲୁ।

ଟିକାବାଲି ଥାନା ପେନାଗବେରୀ ଗାଁର ଟୁଲୁ ପ୍ରଧାନ ବିହାର ରେଜିମେଣ୍ଟର ଯବାନ ଭାବେ କାର୍ଯ୍ୟରତ। କିଛିଦିନ ତଳେ ସେ ଛୁଟିରେ ଗାଁକୁ ଆସିଥିଲେ। ଘରେ କେହି ନ ଥିବାର ସୁଯୋଗ ନେଇ ଟୁଲୁ ଜଣେ ମହିଳା ହୋମଗାର୍ଡ଼ଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା। ଏନେଇ ଯୁବତୀ ଜଣକ ଅଭିଯୋଗ କରିବା ପରେ ଗତ ୧୫ ତାରିଖରେ ପୋଲିସ ମାମଲା ଋଜୁ କରି ଟୁଲୁକୁ ଅଟକ ରଖି ପଚରାଉଚୁରା କରିଥିଲା।

ଜି ଉଦୟଗିରି ଥାନାରେ ଟୁଲୁର ପରିବାର ଲୋକେ ପୀଡ଼ିତା ହୋମଗାର୍ଡଙ୍କୁ ବୋହୂ କରିବା ପାଇଁ ରାଜି ହୋଇଥିଲେ। “ଟୁଲୁଙ୍କୁ ବିବାହ କରିଥିବାରୁ ତାଙ୍କ ନାଁରେ ଥିବା ମାମଲା ପ୍ରତ୍ୟାହାର କରିବି” କହିଛନ୍ତି ମହିଳା ହୋମଗାର୍ଡ।

Comment