ଓଡ଼ିଶାଲାଇଭ୍ ବ୍ୟୁରୋ
ପ୍ରଧାନପନ୍ତ୍ରୀ ପଦରେ ଥାଇ ବିଶ୍ୱର ଦ୍ୱିତୀୟ ମହିଳା ଭାବେ ମା’ ହୋଇଛନ୍ତି ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ ଜାକିଣ୍ଡା ଆଣ୍ଡ୍ରେନ୍।
ଇତିହାସ ରଚିଲେ ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ ଜାକିଣ୍ଡା ଆଣ୍ଡ୍ରେନ୍। ପ୍ରଧାନପନ୍ତ୍ରୀ ପଦରେ ଥାଇ ବିଶ୍ୱର ଦ୍ୱିତୀୟ ମହିଳା ଭାବେ ସେ ମା’ ହୋଇଛନ୍ତି। ଅକ୍ଲ୍ୟାଣ୍ଡ ସିଟି ହସ୍ପିଟାଲଠାରେ ସେ ଏକ ଶିଶୁକନ୍ୟାକୁ ଜନ୍ମ ଦେଇଛନ୍ତି।
ଜାକିଣ୍ଡା ଓ ତାଙ୍କ ସ୍ଵାମୀ କ୍ଲାର୍କ ଗେଫୋର୍ଡଙ୍କର ଏହା ହେଉଛି ପ୍ରଥମ ସନ୍ତାନ। ଗୁରୁବାର ଅପରାହ୍ଣରେ ସନ୍ତାନ ପ୍ରସବ ପରେ ୩୭ବର୍ଷୀୟା ଆଣ୍ଡ୍ରେନ୍ ତାଙ୍କ ନବଜତ ଶିଶୁକନ୍ୟା ଏବଂ ସ୍ୱାମୀ କ୍ଲାର୍କ ଗେଫୋର୍ଡଙ୍କ ସହିତ ଏକ ଫଟୋ ଟ୍ୱିଟର୍ରେ ସାର୍ବଜନୀନ କରିଛନ୍ତି।
ଗତବର୍ଷ ଅକ୍ଟୋବରରେ ପ୍ରଧାନମନ୍ତ୍ରୀ ପଦରେ ବସିବାର ୩ ମାସ ପରେ ସେ ମା’ ହେବେ ବୋଲି ଘୋଷଣା କରିଥିଲେ। ସେ ଛ’ମାସ ପାଇଁ ମାତୃତ୍ୱଲାଭଜନିତ ଅବକାଶରେ ଥିବାରୁ ତାଙ୍କ ସ୍ଥାନରେ ଉପ-ପ୍ରଧାନମନ୍ତ୍ରୀ ୱିନ୍ଷ୍ଟୋନ୍ ପିଟର୍ସ କାର୍ଯ୍ୟକାରୀ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ନିର୍ବାହ କରୁଛନ୍ତି।
ପ୍ରଧାନମନ୍ତ୍ରୀ ପଦରେ ଥାଇ ମାତୃତ୍ୱ ଲାଭ କରିବାରେ ଆଣ୍ଡ୍ରେନ୍ ବିଶ୍ୱର ଦ୍ୱିତୀୟ ପ୍ରଧାନମନ୍ତ୍ରୀ। ତାଙ୍କ ପୂର୍ବରୁ ୧୯୯୦ରେ ପାକିସ୍ତାନର ତତ୍କାଳୀନ ପ୍ରଧାନମନ୍ତ୍ରୀ ବେନଜିର୍ ଭୁଟ୍ଟୋ ତାଙ୍କ ଦ୍ୱିତୀୟ ସନ୍ତାନକୁ ଜନ୍ମ ଦେଇଥିଲେ।
















