ଓଡ଼ିଶାଲାଇଭ୍‌ ବ୍ୟୁରୋ

ମଧ୍ୟପ୍ରଦେଶରୁ ସାତକୋଶିଆକୁ ଆସିଥିବା ମହାବଳ ବାଘ ଗତକାଲିଠାରୁ ଖାଦ୍ୟ ଗ୍ରହଣ କରି ଥିବା ଜଣାପଡ଼ିଛି

ସାତକୋଶିଆ ଜଙ୍ଗଲରେ ମଧ୍ୟପ୍ରଦେଶରୁ ଆସିଥିବା ମହାବଳ ବାଘ ଏ ପର୍ଯ୍ୟନ୍ତ ଖାଦ୍ୟ ଗ୍ରହଣ କରୁନାହିଁ। ବାଘ ଖୁଆଡ଼ରେ ଏକ ବାରହା ଛଡ଼ାଯାଇଛି। ଯଦି ବାଘ ନିଜେ ଶିକାର କରି ନ ଖାଏ ତେବେ ବାରାହକୁ ମାରି ତାର ମାଂଶ ତାକୁ ଖାଇବାକୁ ଦିଆଯିବ।

ବାଘର ସ୍ଵାସ୍ଥ୍ୟବସ୍ଥା ଭଲ ଥିବା ବେଳେ ସେ ସ୍ଵାଭାବିକ ଚଳପ୍ରଚଳ କରୁଥିବା ଜଣାପଡ଼ିଛି। ତାର ଗତିବିଧିକୁ ନିରୀକ୍ଷଣ କରିବା ପାଇଁ ସିସିଟିଭି, ରେଡିଓ ଫ୍ରିକ୍ୱେନ୍ସି ଓ ସାଟେଲାଇଟ୍ ମନିଟରିଂ ଜରିଆରେ ବାଘ ଉପରେ ନଜର ରଖାଯାଇଛି।

ଖୁବ୍‌ଶୀଘ୍ର ତାକୁ ଜଙ୍ଗଲରେ ଛଡାଯିବ ବୋଲି ସୂଚନା ମିଳିଛି। ଅନ୍ୟପଟେ ବାଘ ଉପରେ ନଜର ରଖିଛନ୍ତି ୨ ଜଣ ପଶୁ ଡାକ୍ତର। ସାତକୋଶିଆରେ ବାଘ ବଂଶ ବୃଦ୍ଧି ପାଇଁ ମଧ୍ୟପ୍ରଦେଶର କାହ୍ନା ଜାତୀୟ ବ୍ୟାଘ୍ର ଉଦ୍ୟାନରୁ ଗୁରୁବାରଦିନ ଏକ ବାଘକୁ ଅଣାଯାଇଛି।

“ସାରା ବିଶ୍ୱରେ ବାଘର ଏହା ପ୍ରଥମ ଆନ୍ତଃ ରାଜ୍ୟ ସ୍ଥାନାନ୍ତରଣ। ୨୪ ଘଣ୍ଟା ଧରି ବାଘକୁ ଏଭଳି କେଉଁଠି ସ୍ଥାନାନ୍ତରଣ କରାଯାଇ ନ ଥିଲା। ଏହି ବାଘଟି ସାତକୋଶିଆ ପରିବେଶ ସହ ଖାପ ଖୁଆଇ ପାରିଲେ ଆଗକୁ ଆଉ ୫ଟି ବାଘ ଅଣାଯିବା ସହ ପ୍ରାକୃତିକ ଉପାୟରେ ସେମାନଙ୍କ ବଂଶ ବିସ୍ତାର ଲାଗି ଉଦ୍ୟମ କରାଯିବ”, କହିଛନ୍ତି ଚିଫ୍ ଓ୍ୱାଇଲ୍ଡ ଲାଇଫ୍ ଓ୍ୱାର୍ଡେନ୍ ସନ୍ଦୀପ ତ୍ରିପାଠୀ।

LEAVE A REPLY

Please enter your comment!
Please enter your name here