ଓଡ଼ିଶାଲାଇଭ୍‌ ବ୍ୟୁରୋ

ରୁଷିଆରେ ଖେଳାଯାଉଥିବା ବିଶ୍ୱକପ୍‍ ଫୁଟବଲରେ ଇତିହାସ ରଚିଛନ୍ତି ତାମିଲନାଡୁର ୧୧ ବର୍ଷୀୟା ବାଳିକା ନାଥାନିଆ ଜନ୍‍ କେ। 

ଚଳିତ ଫିଫା ବିଶ୍ୱକପ୍‌ରେ ଭାରତୀୟ ଫୁଟ୍‌ବଲ୍‌ ଦଳ ସ୍ଥାନ ପାଇନଥିଲେ ମଧ୍ୟ ଦୁଇ ଜଣ ଭାରତୀୟଙ୍କୁ ମିଳିଛି ସୁଯୋଗ। ସୋମବାର ବେଲ୍‌ଜିୟମ୍‌-ପାନାମା ମ୍ୟାଚ୍‌ରେ ବଲ୍‌ ବୟ ରହି କର୍ଣ୍ଣାଟକର ରିଷି ତେଜ୍‌ ରୁଷିଆ ବିଶ୍ୱକପ୍‌ରେ ପ୍ରଥମ ଭାରତୀୟ ବାଳକ ଭାବେ ଇତିହାସ ରଚିଥିଲେ। ତାଙ୍କ ପରେ ଶୁକ୍ରବାର ବ୍ରାଜିଲ-କୋଷ୍ଟାରିକା ମ୍ୟାଚ୍‌ରେ ତାମିଲନାଡ଼ୁ ଝିଅ ନାଥନିଆ ଜନ୍‌ କାଣ୍ଡାଥିଲ୍‌ ବଲ୍‌ ଗାର୍ଲ ରହି ଭାରତୀୟ ବାଳିକା ଇତିହାସରେ ଅଉ ଏକ ଫର୍ଦ ଯୋଡ଼ିଥିଲେ।

୧୦ ବର୍ଷ ବୟସ୍କା ରିଷି ପ୍ରଥମ ଭାରତୀୟ ବାଳିକ ହେବାର ଗୌରବ ବହନ କରିଥିଲା ବେଳେ ୧୧ ବର୍ଷୀୟା ନାଥାନିଆ ପ୍ରଥମ ଭାରତୀୟ ଝିଅ ହୋଇଥିଲେ।

ଆନ୍ଧ୍ରପ୍ରଦେଶର ଚିଟୋରସ୍ଥିତ ରିଷି ଭାଲି ବିଦ୍ୟାଳୟରେ ଷଷ୍ଠ ଶ୍ରେଣୀରେ ପଢ଼ୁଛନ୍ତି। ବିଶ୍ୱକପ୍‌ରେ ସୁଯୋଗ ମିଳିଥିବାରୁ ସେ ବହୁତ ଖୁସି ହୋଇଛନ୍ତି। ସେ ମଧ୍ୟ ନିଜ ବିଦ୍ୟାଳୟର ବରିଷ୍ଠ ଦଳରେ ମଧ୍ୟଭାଗରେ ଖେଳୁଛନ୍ତି।

ଚଳିତ ବିଶ୍ୱକପ୍‌ ପାଇଁ ବିଭିନ୍ନ ଦେଶରୁ ମୋଟ ୬୪ ବିଦ୍ୟାଳୟ ପିଲାଙ୍କୁ ବଲ୍‌ ବୟ-ଗାର୍ଲ ଭାବେ ସ୍ୱୀକୃତି ଦେଇଥିଲା ବେଳେ ସେମାନଙ୍କ ମଧ୍ୟରେ ଭାରତରୁ କେବଳ ୨ ଜଣ (ରିଷି ଓ ନାଥନିଆ) ସାମିଲ ହେବାର ଗୌରବ ବହନ କରିଥିଲେ।।

ଫିଫା ତରଫରୁ ବିଶ୍ୱକପ୍‍ ପୂର୍ବରୁ ଆୟୋଜିତ ଏକ ପ୍ରତିଯୋଗିତାରେ ବିଜୟିନୀ ହୋଇ ସେ ଏହି ସୁଯୋଗ ପାଇଥିଲେ। ରୁଷିଆ ଯିବା ପୂର୍ବରୁ ସାମ୍ବାଦିକଙ୍କ ସହ ଆଲୋଚନା କାଳରେ ନାଥାନିଆ କହିଥିଲେ ବିଶ୍ୱକପ୍‍ ଷ୍ଟାଡ଼ିୟମରେ ପ୍ରବେଶ କରିବାକୁ ସୁଯୋଗ ପାଇଥିବାରୁ ସେ ବେଶ୍‍ ଖୁସି ଅଛନ୍ତି।

ବିଦ୍ୟାଳୟସ୍ତରରେ ସେ ଫୁଟବଲ୍‍ ଖେଳୁଥିବାରୁ ଫିଫା ତରଫରୁ ଆୟୋଜିତ ପ୍ରତିଯୋଗିତାରେ ବିଜୟିନୀ ହେବାକୁ ସେ ସକ୍ଷମ ହୋଇଥିଲେ। ଆର୍ଜେଣ୍ଟିନାର ଲିଓନେଲ୍‍ ମେସି ଓ ବ୍ରାଜିଲ୍‍ର ନିଏମାର ତାଙ୍କର ସବୁଠାରୁ ପସନ୍ଦ ଯୋଗ୍ୟ ଖେଳାଳି ବୋଲି ନାଥାନିଆ ସୂଚନା ଦେଇଛନ୍ତି।

ନିଏମାର ଯେତେବେଳେ ବାର୍ସିଲୋନା କ୍ଲବ ଛାଡ଼ି ଦେଲେ ତାହା ତାଙ୍କୁ ବହୁତ ଦୁଃଖ ଦେଇଥିବା ନାଥାନିଆ କହିଛନ୍ତି। ବିଶ୍ୱକପ୍‍ ସମୟରେ ନିଏମାରଙ୍କୁ ସାକ୍ଷାତ କରି ନିଜ ସ୍ୱପ୍ନ ପୂରଣ କରିବେ ବୋଲି ନାଥାନିଆ କହିଥିଲେ।

Comment