ଓଡ଼ିଶାଲାଇଭ୍ ବ୍ୟୁରୋ
୨୦୧୯ ନିର୍ବାଚନ ପାଇଁ କଂଗ୍ରେସ ଆଗୁଆ ପ୍ରାର୍ଥୀ ଘୋଷଣା କରିବାକୁ ସଜବାଜ ହେଉଛି। ଆସନ୍ତା ଅଗଷ୍ଟ ଶେଷ ସପ୍ତାହରେ ୫୦ରୁ ଅଧିକ ବିଧାୟକ ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯିବ ବୋଲି ଶନିବାରଦିନ ଓପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଘୋଷଣା କରିଛନ୍ତି।
“ଆମେ ନଂ୧ରେ ରହିବା ପାଇଁ ଲଢ଼େଇ କରିବୁ। ଏଥିପାଇଁ ଆଗୁଆ ପ୍ରାର୍ଥି ଚୟନ କରାଯାଉଛି। ଓଡ଼ିଶା ଲୋକଙ୍କ ଉପରେ ମୋର ବିଶ୍ଵାସ ଅଛି। ଏଥର ଆମକୁ ସହଯୋଗ କରିବେ”, କହିଛନ୍ତି ନିରଞ୍ଜନ ପଟ୍ଟନାୟକ।
ଗତକାଲି କଂଗ୍ରେସର ରାଷ୍ଟ୍ରୀୟ ଅଧ୍ୟକ୍ଷ ରାହୁଲ ଗାନ୍ଧି ଓଡ଼ିଶା ସମେତ ୫ଟି ରାଜ୍ୟ ପାଇଁ ନୂଆ ସ୍କ୍ରିନିଂ କମିଟି ଗଠନ କରିଛି। ରାହୁଲଙ୍କ ଦ୍ୱାରା ଗଠିତ ହୋଇଥିବା ଏହି ସ୍କ୍ରିନିଂ କମିଟିରେ ଓଡ଼ିଶା ପାଇଁ ଜଣେ ଅଧ୍ୟକ୍ଷ ଏବଂ ୨ ଜଣ ସଦସ୍ୟ ଅଛନ୍ତି। ଭିଡି ସାଥେସାନ ଏହି କମିଟିର ଅଧ୍ୟକ୍ଷ ଥିବାବେଳେ ଜିତନ ପ୍ରସାଦ ଓ ନୌସାଦ ସୋଲାଙ୍କୀ ସଦସ୍ୟ ଅଛନ୍ତି। ଆଗାମୀ ସାଧାରଣ ନିର୍ବାଚନ ପାଇଁ ହେବାକୁ ଥିବା ପ୍ରାର୍ଥୀ ଚୟନରେ ସହଯୋଗ କରିବା ନେଇ ଏହି କମିଟି ଗଠନ କରାଯାଇଥିବା ଜଣାପଡ଼ିଛି।














