ଓଡ଼ିଶାଲାଇଭ୍ ବ୍ୟୁରୋ

ପୁରୀ ଗୋବର୍ଦ୍ଧନ ପୀଠର ବିମଳା ମନ୍ଦିରରୁ ଲୁଟ୍। ଶୁକ୍ରବାରଦିନ ରାତିରେ ଦୁର୍ବୃତ୍ତମାନେ ବିମଳା ମନ୍ଦିରର ତାଲା ଭାଙ୍ଗି ହୁଣ୍ଡି ଲୁଟ୍ କରିଛନ୍ତି।
ଗୋବର୍ଦ୍ଧନ ପୀଠରେ ଥିବା ମା ବିମଳା ମନ୍ଦିରରୁ ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି। ଖବର ପାଇ ଘଟଣାସ୍ଥଳରେ ସମୁଦ୍ରକୂଳ ଥାନା ପୋଲିସ୍ ପହଞ୍ଚି ମନ୍ଦିର ପଛପଟେ ଭଙ୍ଗା ହୁଣ୍ଡି ପଡିଥିବା ପୋଲିସ୍ ଉଦ୍ଧାର କହିଛି।
ଗତକାଲି ରାତିରେ କେହି ଦୁବୃର୍ତ୍ତ ମନ୍ଦିରର ତାଲା ଭାଙ୍ଗି ଲୁଟ୍ କରିବା ପରେ ହୁଣ୍ଡି ପିଙ୍ଗି ଦେଇ ପଳାଇଥିବା ଅନୁମାନ କରାଯାଉଛି। ହୁଣ୍ଡିରୁ ଲକ୍ଷାଧିକ ଟଙ୍କା ଦୁର୍ବୃତ୍ତମାନେ ଲୁଟିନେଇଥିବା ଅଭିଯୋଗ ହୋଇଛି।
ହୁଣ୍ଡିରୁ କେତେ ଟଙ୍କା ଲୁଟ୍ ହୋଇଛି ଏଯାବତ୍ ତାହାର ସଠିକ ଆକଳନ ହୋଇନାହିଁ। ଟଙ୍କା ସହ ମା’ଙ୍କ ସୁନା ରୂପା ଅଳଙ୍କାର ଚୋରି ହୋଇଥିବା ସନ୍ଦେହ କରାଯାଉଛି। ସମୁଦ୍ରକୁଳ ଥାନା ପୋଲିସ୍ ବିମଳା ମନ୍ଦିରରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।














