ଓଡ଼ିଶାଲାଇଭ୍ ବ୍ୟୁରୋ
ବରଗଡ଼ ଜିଲ୍ଲା ଅତାବିରା ଥାନା ଅନ୍ତର୍ଗତ ପହାରଶିରିଗିଡ଼ା ଗାଁରେ ଘଟିଛି ଦୁଃଖଦ ଘଟଣା। ଜମିଜମା ବିବାଦକୁ କେନ୍ଦ୍ରକରି ବାପା ପୁଅକୁ ଟାଙ୍ଗିଆରେ ହାଣିବା ପରେ ନିଜେ ଆତ୍ମହତ୍ୟା କରିବା ଘଟଣା ଚାଞ୍ଚଲ୍ୟ ଖେଳାଇ ଦେଇଛି।
ବାପା ପି କେ ବରିହା ଏବଂ ପୁଅ ପି କେ ସୁବାରାଓଙ୍କ ମଧ୍ୟରେ ଜମିଜମାକୁ ନେଇ ଦୀର୍ଘ ଦିନ ହେଲା ବିବାଦ ଲାଗି ରହିଥିଲା। ଶନିବାର ରାତିରେ ବାପା-ପୁଅଙ୍କ ଭିତରେ ବିବାଦ ବଢ଼ିଥିଲା। ଫଳରେ ଉତ୍ତ୍ୟକ୍ତ ହୋଇ ପି କେ ବରିହା ପୁଅ ସୁବରାଓକୁ ଟାଙ୍ଗିରେ ଚୋଟ ପକାଇଥିଲା।
ବାପାର ଟାଙ୍ଗିଆ ଚୋଟରେ ଘଟଣାସ୍ଥଳରେ ହିଁ ପୁଅର ମୃତ୍ୟୁ ଘଟିଥିଲା। ପୁଅକୁ ହାଣିବା ପରେ ବାପା ହୋସ୍କୁ ଆସିଥିଲା। ନିଜ ପୁଅକୁ ହାଣିବା ଦୁଃଖରେ ବରିହା ବେକରେ ଦଉଡ଼ି ଦେଇ ଝୁଲିପଡ଼ିଥିଲା।
ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ବାପା-ପୁଅଙ୍କ ମୃତଦେହ ଜବତ କରିଛି।