ଓଡ଼ିଶାଲାଇଭ୍ ବ୍ୟୁରୋ

ରାଷ୍ଟ୍ରପତି ରାମନାଥ କୋବିନ୍ଦ ସସ୍ତ୍ରୀକ ପୁରୀ ଶ୍ରୀମନ୍ଦିର ଯାଇ ଶ୍ରୀଜୀଉଙ୍କ ଦର୍ଶନ ବେଳେ ସେବାୟତମାନଙ୍କ ଦ୍ୱାରା ଦୁର୍ବ୍ୟବହାର ଶିକାର ହୋଇଥିବା ନେଇ ରାଷ୍ଟ୍ରପତି ଭବନରୁ ଏକ ଚିଠି ଆସିଛି।

ପୁରୀ ଶ୍ରୀମନ୍ଦିରରେ ରାଷ୍ଟ୍ରପତି ରାମନାଥଙ୍କ ସହ ଦୁର୍ବ୍ୟବହାର। ଏନେଇ ରାଷ୍ଟ୍ରପତି ଭବନରୁ ଏକ ଚିଠି ଆସିଛି। ଏହି ଚିଠି ଆଧାରରେ ଶ୍ରୀମନ୍ଦିରର ଦୁଇଜଣ ସେବାୟତଙ୍କ ବିରୋଧରେ ପରିଚାଳନା କମିଟି କାର୍ଯ୍ୟାନୁଷ୍ଠାନ ନେଉଥିବା ଜଣାପଡ଼ିଛି।

ମାର୍ଚ୍ଚ ୧୮ ତାରିଖ ଦିନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ତାଙ୍କ ପତ୍ନୀ ସବିତା କୋବିନ୍ଦ ଶ୍ରୀମନ୍ଦିର ଆସି ଶ୍ରୀଜୀଉଙ୍କ ଦର୍ଶନ କରିଥିଲେ। ତେବେ ଶ୍ରୀମନ୍ଦିର ପରିସରରେ କେତେକ ସେବାୟତ ରାଷ୍ଟ୍ରପତି ଦମ୍ପତିଙ୍କୁ ଦୁର୍ବ୍ୟବହାର କରିଥିଲେ।

ଦୁଇଜଣ ସେବାୟତ ରାଷ୍ଟ୍ରପତି ଓ ତାଙ୍କ ପତ୍ନୀଙ୍କ ଦେହରେ ଘଷି ହୋଇଯାଇଥିଲେ। ରାଷ୍ଟ୍ରପତି ଦମ୍ପତି ରତ୍ନମଣ୍ଡପ ନିକଟରେ ଶ୍ରୀଜୀଉଙ୍କ ସମ୍ମୁଖରେ ମୁଣ୍ଡ ନୁଆଁଇ ପ୍ରଣାମ କରୁଥିଲେ ସେହି ସମୟରେ ଦୁଇଜଣ ସେବାୟତ ସେମାନଙ୍କ ଦେହରେ ଘଷି ହୋଇଯାଇଥିଲେ।

ନିୟମ ଅନୁଯାୟୀ, ରାଷ୍ଟ୍ରପତି ଦମ୍ପତିଙ୍କ ଶ୍ରୀମନ୍ଦିର ପ୍ରବେଶ ସମୟରେ ଅନ୍ୟମାନଙ୍କୁ ପ୍ରବେଶ ଅନୁମତି ନ ଥାଏ। ମାତ୍ର ଏହା ସତ୍ତ୍ୱେ ରାଷ୍ଟ୍ରପତି ଦମ୍ପତି ଶ୍ରୀମନ୍ଦିର ଭିତରେ ସେବାୟତଙ୍କ ଦୁର୍ବ୍ୟହାରର ଶିକାର ହୋଇଥିଲେ। ଏ ନେଇ ରାଷ୍ଟ୍ରପତି ଭବନ ପକ୍ଷରୁ ଶ୍ରୀମନ୍ଦିର ପରିଚାଳନା କମିଟିକୁ ଚିଠି ଲେଖି ଅବଗତ କରାଯାଇଥିଲା। ଗତ ୧୯ ତାରିଖରେ ରାଷ୍ଟ୍ରପତିଭବନରୁ ଏସମ୍ପର୍କିତ ଚିଠି ଆସିବା ପରେ ଏନେଇ ୨୦ ତାରିଖରେ ମନ୍ଦିର ପରିଚାଳନା କମିଟି ବୈଠକରେ ଚର୍ଚ୍ଚା ହୋଇଥିଲା।

ଇତିମଧ୍ୟରେ ଘଟଣାର ୩ ମାସରୁ ଅଧିକ ସମୟ ବିତି ଯାଇଥିଲେ ମଧ୍ୟ ଏହି ଘଟଣାକୁ ଚପାଇ ରଖିବାକୁ ଉଦ୍ୟମ କରି ଶେଷରେ ଶ୍ରୀମନ୍ଦିର ପରିଚାଳନା କମିଟି ବିଫଳ ହୋଇଛି।

ମନ୍ଦିର ପରିଚାଳନା କମିଟି ସମ୍ପୃକ୍ତ ସେବାୟତଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନେଇପାରିନାହିଁ।

LEAVE A REPLY

Please enter your comment!
Please enter your name here