ଓଡ଼ିଶାଲାଇଭ୍ ବ୍ୟୁରୋ

ଡଲାର ତୁଳନାରେ ଟଙ୍କା ଲଗାତର ଦୁର୍ବଳ ହେବାରେ ଲାଗିଛି। ଗୁରୁବାର ଦିନ ଭାରତୀୟ ମୁଦ୍ରା ଏ ପର୍ଯ୍ୟନ୍ତ ସବୁଠାରୁ ତଳ ସ୍ତରକୁ ଖସିଛି। ଗୁରୁବାର ସକାଳେ ୨୮ ପଇସା କମ ହେବା ସହ ଡଲାର ତୁଳନାରେ ଟଙ୍କାର ମୂଲ୍ୟ ଥିଲା ୬୮ ଟଙ୍କା ୮୯ ପଇସା।

ଆଗରୁ ଏତେ ପରିମାଣରେ ଟଙ୍କାର ମୂଲ୍ୟ ହ୍ରାସ ଆଉ କେବେ ଘଟିନଥିଲା। ଅବଶ୍ୟ ଅପରାହ୍ଣରେ ଟଙ୍କାର ବିନିମୟ ମୂଲ୍ୟ ମାମୁଲି ବୃଦ୍ଧି ପାଇ ୬୮ ଟଙ୍କା ୮୨ ପଇସାରେ ପହଞ୍ଚିଥିଲା। ବୁଧବାର ଦିନ ଏହି ବିନିମୟ ମୂଲ୍ୟ ୬୮.୬୧ଟଙ୍କା ଥିଲା। କ୍ରମାଗତ ଭାବେ ବିନିମୟ ଦର ହ୍ରାସ ପାଇଥିବାରୁ ଏହା ସରକାରଙ୍କୁ ଚିନ୍ତାରେ ପକାଇଛି। ଏଥି ପୂର୍ବରୁ ଡଲାର ତୁଳନାରେ ଟଙ୍କାର ମୂଲ୍ୟ ୬୯ ଟଙ୍କାରୁ କେବେ ବି ତଳକୁ ଖସିନଥିଲା।

Comment