ଓଡ଼ିଶାଲାଇଭ୍ ବ୍ୟୁରୋ

ଉତ୍ତର ଦିଲ୍ଲୀର ବୁରାରି ସନ୍ଥ ନଗର ଅଞ୍ଚଳରେ ଗୋଟିଏ ଘର ଭିତରୁ ପରିବାରର ୧୧ ଜଣଙ୍କ ମୃତଦେହ ମିଳିବା ଘଟଣା ଚାଞ୍ଚଲ୍ୟ ଖେଳାଇ ଦେଇଛି।
ଦିଲ୍ଲୀ ବୁାରାରିର ଗୋଟିଏ ଘର ୧୧ ଜଣଙ୍କ ମୃତଦେହ ଉଦ୍ଧାର ହେବା ଘଟଣା ସାରା ଦେଶରେ ଚହଳ ସୃଷ୍ଟି କରିଛି । ତେବେ ଗୋଟିଏ ପରିବାରର ୧୧ ଜଣଙ୍କର କେମିତି ମୃତ୍ୟୁ ହେଲା ତାକୁ ନେଇ ପୋଲିସ ଛାନ୍ଭିନ୍ କରୁଛି। ମୃତକଙ୍କ ଘରୁ ଦୁଇଟି ଡାଏରୀ ଜବତ ହୋଇଛି। ତେବେ ଏହା ହତ୍ୟା ନା ଆତ୍ମହତ୍ୟା ପୋଲିସ ତଦନ୍ତ ଚଳାଇଛି।
ଏହି ଡାଏରୀକୁ ଅନୁଧ୍ୟାନ କରିବା ପରେ ପୋଲିସ ଅନୁମାନ କରିଛି ଯେ ଜଣେ ୧୦ ଜଣଙ୍କୁ ହତ୍ୟା କରିଥଲେ। ହତ୍ୟା କରିଥିବା ବ୍ୟକ୍ତି ପଛରେ ଆତ୍ମହତ୍ୟା କରିଛନ୍ତି। ହେଲେ କୌଣସି ନିଷ୍କର୍ସରେ ପହଞ୍ଚିପାରିନି ପୋଲିସ। ଏହା ପଛରେ ତନ୍ତ୍ରମନ୍ତ୍ର ହାତ ଥାଇପାରେ ବୋଲି ପୋଲିସ ସନ୍ଦେହ କରୁଛି।
ପୋଲିସ କହିଛି ଯେ ଜବତ ହୋଇଥିବା ଡାଏରୀରରେ ପ୍ରତିଟି ଶବ୍ଦ ଓ ଧାଡ଼ିକୁ ପାଳନ କରିଛନ୍ତି ମୃତକଙ୍କ ପରିବାରବର୍ଗ। ଘରୁ ମିଳିଥିବା କିଛି ହାତ ଲେଖାରୁ ଘରେ ତନ୍ତ୍ର ସାଧନାରେ ବିଶ୍ୱାସ ରଖୁଥିବାର ପ୍ରମାଣ ମିଳିଥିବା କଥା ପୋଲିସ କହିଛି।
କେଉଁ ବ୍ୟକ୍ତି କେଉଁଠି ଆତ୍ମହତ୍ୟା କରିବେ ସେ ସମ୍ପର୍କରେ ମଧ୍ୟ ଖାତାରେ ନିର୍ଦ୍ଦେଶ ଦିଆଯାଇଛି।
ଖାତାରେ କ’ଣ ଲେଖାଥିଲା?
- ପରିବାରର ସମସ୍ତ ସଦସ୍ୟ ନିଜ ଆଖିରେ କପଡ଼ା ଭଲ ଭାବରେ ବାନ୍ଧିବେ। ଦଉଡ଼ି ସହ ସୂତା ଓଢଣୀ ଓ ଶାଢ଼ୀର ପ୍ରୟୋଗ ହେବ।
- ୭ଦିନ ପର୍ଯ୍ୟନ୍ତ ଶ୍ରଦ୍ଧା ସହକାରେ ପୂଜା ପାଠ କରାଯିବ।
- ରବିବାର କିମ୍ବା ଗୁରୁବାର ଦିନ କ୍ରିୟା କରାଯିବ।
- ପରିବାରର ବୟସ୍କା ମହିଳା ଛିଡ଼ା ହୋଇ ନପାରିଲେ ସେ ଅନ୍ୟ କୋଠରୀରେ ଶୋଇପାରିବେ।
- ପରିବାରର ସମସ୍ତ ସଦସ୍ୟଙ୍କ ଚିନ୍ତା ଏକପ୍ରକାର ହେବା ଉଚିତ।
- ଘରକୁ ମଧ୍ୟମ ଆଲୋକ ପ୍ରୟୋଗ ହେବ।
- ମୁହଁରେ ବାନ୍ଧିଥିବା କପଡ଼ା ଉପରେ ଆଉ ଥରେ ରୁମାଲ ବନ୍ଧାଯିବ।
- ଯେତେ ଦୃଢତା ଓ ଶ୍ରଦ୍ଧାର ସହ କାର୍ଯ୍ୟ ସମ୍ପାଦିତ କରିବ ସେତେ ଭଲ ଫଳ ମିଳିବ।
- ରାତି ୧୨ରୁ ୧ଟା ମଧ୍ୟରେ କ୍ରିୟା ଶେଷ କରିବାକୁ ପଡ଼ିବ। ଏହାପୂର୍ବରୁ ଯଜ୍ଞ ଅନୁଷ୍ଠିତ ହେବ।
ପରିବାରବର୍ଗଙ୍କୁ ଖାତା କିଏ ଦେଇଥିଲା ତାହାକୁ ନେଇ ଏବେ ସମସ୍ତଙ୍କ ମନରେ ପ୍ରଶ୍ନ ଉଠୁଛି।














