ଓଡ଼ିଶାଲାଇଭ୍‌ ବ୍ୟୁରୋ

ପୁରୀ ରଥଯାତ୍ରାର ଶେଷ ସମନ୍ୱୟ କମିଟି ବୈଠକ ଘୁଞ୍ଚିଲା। ଜୁଲାଇ ୩ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ଏହି ବୈଠକକୁ ୬ ତାରିଖକୁ ଘୁଞ୍ଚାଇ ଦିଆଯାଇଛି।

ଘୁଞ୍ଚିଲା ପୁରୀ ରଥଯାତ୍ରାର ଶେଷ ସମନ୍ୱୟ କମିଟି ବୈଠକ। ପୁରୀ ଜିଲ୍ଲାପାଳଙ୍କ ସେବାୟତ ବିରୋଧୀ ମନୋଭାବ ଓ ଦମନମୂଳକ ନୀତି ପ୍ରତିବାଦରେ ଶ୍ରୀଜଗନ୍ନାଥ ସେବାୟତ ସମ୍ମିଳନୀ ପକ୍ଷରୁ ଶ୍ରୀମନ୍ଦିରର ଚାରିଦ୍ଵାରରେ ପ୍ରତିବାଦ ପୋଷ୍ଟର ଲଗାଯାଇଥିଲା।

ଏପରିପ୍ରେକ୍ଷୀରେ ଆସନ୍ତା ୩ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ରଥଯାତ୍ରାର ଚତୁର୍ଥ ତଥା ଶେଷ ସମନ୍ଵୟ ବୈଠକକୁ ବର୍ଜନ କରିବା ଆହ୍ଵାନ ଦେଇଥିଲେ ଶ୍ରୀ ଜଗନ୍ନାଥ ସେବାୟତ ସମ୍ମିଳନୀ।

ଫଳରେ ଏହି ଅନ୍ତିମ ସମନ୍ଵୟ ବୈଠକ ଜୁଲାଇ ୬ ତାରିଖକୁ ଘୁଞ୍ଚାଇ ଦିଆଯାଇଛି ବୋଲି ପୁରୀ ଏସ୍‌ପି ସାର୍ଥକ ଷଡ଼ଙ୍ଗୀ ସୂଚନା ଦେଇଛନ୍ତି।

ନିଳାଦ୍ରୀ ବିଜେଠାରୁ ଆରମ୍ଭ କରି ରାଷ୍ଟ୍ରପତି ଭବନ ବିବାଦ କଥା ପୋଷ୍ଟରରେ ଉଲ୍ଲେଖ ରହିଥିଲା। ପୋଷ୍ଟରରେ ଜିଲ୍ଲାପାଳଙ୍କ ଦ୍ୱାରା ଦମନମୂଳକ କାର୍ଯ୍ୟ ମଧ୍ୟ ଉଲ୍ଲେଖ ରହିଥିଲା। ସେବାୟତ ସମାଜ ବିରୋଧୀ ମନୋଭାବର ପ୍ରତିବାଦ କରି ବୈଠକ ବର୍ଜନର ଆହ୍ୱାନ ଦେଇଥିଲେ ସେବାୟତ।

ଗତ କିଛି ଦିନ ହେଲା ଶ୍ରୀମନ୍ଦିରକୁ ନେଇ ବିବାଦ ଦେଖାଦେଇଛି। ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟରୁ ଚିଠି ନଆସି ସେବାୟତଙ୍କୁ ନିନ୍ଦିତ କରାଯାଇଛି। ନିଜର ମିଛ ଧରାପଡିବା ଓ ସେବାୟତଙ୍କୁ ବଦନାମ କରିବାକୁ ଅପଚେଷ୍ଟା କରିଥିବା ଅଧିକାରୀଙ୍କ ବିରୋଧରେ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବା ପ୍ରତିବାଦରେ ସେବାୟତ ସମ୍ମିଳନୀ ଏପ୍ରକାର ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି।

Comment