ଓଡ଼ିଶାଲାଇଭ୍‌ ବ୍ୟୁରୋ

ଗ୍ୟାଙ୍ଗଷ୍ଟର ଟିଟୋ ଓରଫ୍ ସୟଦ ଉସମାନ୍ ଅଲ୍ଲୀକୁ ପାଞ୍ଚ ଦିନିଆ ରିମାଣ୍ଡରେ ନେଇଛି କ୍ରାଇମବ୍ରାଞ୍ଚ। ଟିଟୋର ଅପରାଧ ସାମ୍ରାଜ୍ୟ ଉପରେ ଅଧିକ ଖୋଳତାଡ଼ କରିବା ପାଇଁ କ୍ରାଇମବ୍ରାଞ୍ଚ ରିମାଣ୍ଡରେ ନେବାକୁ ଆବେଦନ କରିଥିଲା। ଆଜି କେନ୍ଦ୍ରାପଡ଼ା ଏସ୍‌ଡିଜେଏମ୍ କୋର୍ଟ ଏହି ଅନୁମତି ଦେଇଛନ୍ତି।

ଜୁନ୍ ୩୦ ତାରିଖରେ ଗ୍ୟାଙ୍ଗଷ୍ଟର ଟିଟୋକୁ ଚଣ୍ଡିଖୋଲରେ କ୍ରାଇମବ୍ରାଞ୍ଚର ସ୍ପେଶାଲ ଟାସ୍କ ଫୋର୍ସ ଟିମ୍ ଏନକାଉଣ୍ଟର କରିଥିଲେ। ଟିଟୋର ବାମପାଖ ଆଣ୍ଠୁ ଉପରେ ଗୁଳି ବାଜିଥିଲା। ଟିଟୋ ଆହତ ହୋଇଯିବାରୁ କଟକ ଏସ୍‌ସିବି ମେଡିକାଲରେ ଚିକିତ୍ସିତ ହେଉଥିଲା।

ମଙ୍ଗଳବାର ଟିଟୋ ମେଡିକାଲରୁ ଡିସଚାର୍ଜ ହେବା ପରେ କଡ଼ା ସୁରକ୍ଷା ବଳୟ ଭିତରେ କେନ୍ଦ୍ରାପଡ଼ା ଏସ୍‌ଡିଜେଏମ୍ କୋର୍ଟରେ ହାଜର କରାଯାଇଥିଲା। ଜାମିନ୍ ପାଇଁ ଟିଟୋ ଓକିଲ ଆବେଦନ କରିଥିଲେ। ହେଳେ କୋର୍ଟରେ ଜାମିନ ଆବେଦନ ଖାରଜ ହୋଇଯିବାରୁ ଟିଟୋ କେନ୍ଦ୍ରାପଡ଼ା ସବ୍‌ଜେଲ୍‌ରେ ରହିଥିଲେ।

ବୁଧବାର ଟିଟୋକୁ ରିାମାଣ୍ଡରେ ନେବା ପାଇଁ କୋର୍ଟ ଅନୁମତି ଦେଇଛନ୍ତି।

ଗ୍ୟାଙ୍ଗଷ୍ଟର ଟିଟୋ ବିରୋଧରେ ଅନେକ ସଙ୍ଗୀନ ଅଭିଯୋଗ ରହିଥିଲା। ଟେଣ୍ଡରଫିକ୍ସିଂ, ଅବଦୁର ରେହମାନଙ୍କ ଭାଇକୁ ମରଣାନ୍ତକ ଆକ୍ରମଣ ଭଳି ଅଭିଯୋ ରହିଥିଲା ଟିଟୋ ବିରୋଧରେ। ବିଭିନ୍ନ ଥାନାରେ ଟିଟୋ ନାଁରେ ଅପରାଧିକ ମାମଲା ରୁଜୁ ହୋଇଥିଲା। ହେଲେ ଟିଟୋର ପତ୍ତା ପାଉ ନଥିଲା ପୋଲିସ। ଟିଟୋକୁ ଧରିବା ପାଇଁ କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌ ଡିଆଜି ହିମାଂଶୁ ପାଲଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଥିଲା। ଟିଟୋକୁ ଏହି ସ୍ପେଶାଲ ଟିମ୍ ଖୋଜୁଥିଲା।

LEAVE A REPLY

Please enter your comment!
Please enter your name here