ଓଡ଼ିଶାଲାଇଭ୍ ବ୍ୟୁରୋ

  • ନବ ଦାସ ହତ୍ୟା ମାମଲାରେ ଅଭିଯୁକ୍ତ ଗୋପାଳ ଦାସ ଝାରସୁଗୁଡ଼ା ଏଡିଜେ କୋର୍ଟରେ ହାଜର
  • କ୍ରାଇମବ୍ରାଞ୍ଚ ଚାର୍ଜସିଟ ଆଧାରରେ ଗୋପାଳଙ୍କ ବିରୋଧରେ ଚାର୍ଜଫ୍ରେମ
  • ଅକ୍ଟୋବର ୫ ତାରିଖରେ ହେବ ମାମଲାର ପରବର୍ତ୍ତୀ ଶୁଣାଣି

ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ହତ୍ୟା ମାମଲାର ଅଭିଯୁକ୍ତ ଗୋପାଳ ଦାସଙ୍କୁ ଗୁରୁବାର ଦିନ ଝାରସୁଗୁଡ଼ା ଏଡିଜେ କୋର୍ଟରେ ହାଜର କରାଯାଇଛି। ଏହି ମାମଲାରେ କ୍ରାଇମବ୍ରାଞ୍ଚ ପକ୍ଷରୁ ଦାଖଲ ହୋଇଥିବା ଚାର୍ଜସିଟ ଆଧାରରେ ତାଙ୍କ ବିରୋଧରେ ଚାର୍ଜଫ୍ରେମ ହୋଇଛି।

ଗୋପାଳ ଦାସଙ୍କୁ ଗୁରୁବାର ଚୌଦ୍ୱାର ଜେଲରୁ କଡ଼ା ସୁରକ୍ଷା ମଧ୍ୟରେ ଅଣାଯାଇ କୋର୍ଟରେ ହାଜର କରିଥିଲା କ୍ରାଇମବ୍ରାଞ୍ଚ। କୋର୍ଟ ପ୍ରଥମେ ଗୋପାଳଙ୍କ ପକ୍ଷରୁ ଦାଖଲ ହୋଇଥିବା ଡିସଚାର୍ଜ ପିଟିସନର ଶୁଣାଣି କରି ଏହାକୁ ଖାରଜ କରିଥିଲେ।

କୋର୍ଟରେ ଶୁଣାଣି ସମୟରେ ଉଭୟ ପକ୍ଷର ଓକିଲ ରଖିଥିବା ସବୁ ଦଲିଲ ଓ ତଥ୍ୟ ଆଧାରରେ ଆଲୋଚନା ହୋଇଥିଲା। ଏଠାରେ ଗୋପାଳଙ୍କ ମାନସିକ ରୋଗ ବିଷୟରେ ମଧ୍ୟ ଆଲୋଚନା କରାଯାଇଥିଲା।

ଏହାପରେ ସବୁ ପକ୍ଷରୁ କଥା ଶୁଣିବାପରେ ଏଡିଜେ କୋର୍ଟ ଗୋପାଳଙ୍କ ବିରୋଧରେ ଚାର୍ଜଫ୍ରେମ କରିଥିଲେ। ଏବେ ଅକ୍ଟୋବର ୫ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ।

ଚଳିତବର୍ଷ ଜାନୁଆରି ୨୯ ତାରିଖରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଇଥିବାବେଳେ ଝାରସୁଗୁଡ଼ାର ବ୍ରଜରାଜ ନଗରସ୍ଥିତ ଗାନ୍ଧୀ ଛକ ନିକଟରେ ନବ କିଶୋର ଦାସଙ୍କୁ ଗୁଳି କରିଥିଲେ ଏଏସଆଇ ଗୋପାଳ ଦାସ। ଏହା ପରେ ନବ ଦାସଙ୍କର ମୃତ୍ୟୁ ହୋଇଥିଲା।

Tags: #NabakishorDasMurderCase #GopalDas #JharsugudaADJCourt #ChargeFrame #Crimebranch

 

LEAVE A REPLY

Please enter your comment!
Please enter your name here