ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

ଦିଲ୍ଲୀର ପ୍ରକୃତ ବସ୍ କିଏ? ଏହାର ଫଇସଲା ସୁପ୍ରିମକୋର୍ଟ ଆଜି ଶୁଣାଇଛନ୍ତି। ପାଞ୍ଚ ଜଣଙ୍କୁ ନେଇ ଗଠିତ ଖଣ୍ଡପୀଠ ତାଙ୍କ ରାୟରେ ଦିଲ୍ଲୀ ସରକାର ଓ ଉପରାଜ୍ୟପାଳଙ୍କ କାମକୁ ନେଇ ଏକ ଲକ୍ଷ୍ମଣରେଖା ଟାଣିଛନ୍ତି। କୋର୍ଟ ତାଙ୍କ ରାୟରେ ବେଶ୍ କିଛି ଟିପ୍ପଣୀ କରିଛନ୍ତି।

ମୁଖ୍ୟ ବିଚାରପତି ଜଷ୍ଟିସ ଦୀପକ ମିଶ୍ର, ଜଷ୍ଟିସ ଏକେ ସିକ୍ରି, ଜଷ୍ଟିସ ଏଏମ ଖନଭିଲକରଙ୍କ କିଛି ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ଏଠି ଦିଆଗଲା:

୧. ଦିଲ୍ଲୀକୁ ପୂର୍ଣ୍ଣ ରାଜ୍ୟ ପାହ୍ୟା ମିଳିବା ସମ୍ଭବ ନୁହେଁ, କେନ୍ଦ୍ର-ରାଜ୍ୟ ମିଳିମିଶି କାମ କରନ୍ତୁ।

୨. ସଂଘୀୟ ଢାଞ୍ଚାରେ ରାଜ୍ୟମାନଙ୍କୁ ବି ସ୍ୱତନ୍ତ୍ରତା ମିଳିଛି, ପ୍ରତି କଥାରେ ଉପରାଜ୍ୟପାଳଙ୍କ ଅନୁମତି ଜରୁରୀ ନୁହେଁ।

୩. ପାଞ୍ଚ ଜଣ ଯାକ ଜଜ୍ କହିଛନ୍ତି ଯେ ପ୍ରକୃତ କ୍ଷମତା ମନ୍ତ୍ରିମଣ୍ଡଳ ପାଖରେ ରହିବ।

୪. ଜନମତର ମହତ୍ତ୍ୱକୁ ଟେକନିକାଲ କାରଣ ଦର୍ଶାଇ ଖାରଜ କରାଯାଇ ପାରିବ ନାହିଁ। ଉପରାଜ୍ୟପାଳ କେବଳ ଜଣେ ପ୍ରଶାସକ।

୫. ଜମି, ଆଇନ ଶୃଙ୍ଖଳା ଓ ପୋଲିସକୁ ଛାଡ଼ି ଦିଲ୍ଲୀ ସରକାର ଆଇନ ପ୍ରଣୟନ କରିପାରିବେ ଓ ଶାସନ କରିପାରିବେ।

୬. ଗଣତାନ୍ତ୍ରିକ ମୂଲ୍ୟ ସର୍ବୋଚ୍ଚ ଅଟେ। ସମ୍ବିଧାନର ବିଧିକୁ ପାଳନ କରିବାକୁ ହେବ।

୭. କ୍ଷମତାକୁ ଏକାଠି ଠୁଳ କରାଯାଇ ପାରିବ ନାହିଁ, ଏଥିରେ ସମନ୍ୱୟ ଜରୁରୀ। କେନ୍ଦ୍ର ରାଜ୍ୟ ମିଳିମିଶି କାମ କରିବା ଉଚିତ।

୮. କ୍ୟାବିନେଟ ଓ ଉପରାଜ୍ୟପାଳଙ୍କ ମଧ୍ୟରେ ଯଦି ବିବାଦ ସୃଷ୍ଟି ହୁଏ ତାହା ରାଷ୍ଟ୍ରପତିଙ୍କ ପାଖକୁ ଯିବା ଉଚିତ।

Comment