ଓଡ଼ିଶାଲାଇଭ୍ ବ୍ୟୁରୋ

କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଏଚଡି କୁମାରସ୍ୱାମୀ ଗୁରୁବାର ତାଙ୍କ ପ୍ରଥମ ବଜେଟ ଉପସ୍ଥାପନ କରିଛନ୍ତି। ବଜେଟରେ କର୍ଣ୍ଣାଟକର ପ୍ରତି କୃଷକଙ୍କୁ ୨ଲକ୍ଷ ପର୍ଯ୍ୟନ୍ତ ଋଣ ଛାଡ଼ ଘୋଷଣା କରିଛନ୍ତି।
କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଏଚ୍ ଡି କୁମାରସ୍ୱାମୀ ଗୁରୁବାର ବିଧାନସୌଧରେ ଜେଡିଏସ୍-କଂଗ୍ରେସ ମେଣ୍ଟ ସରକାରର ପ୍ରଥମ ବଜେଟ ଉପସ୍ଥାପନ କରିଛନ୍ତି।
ଏହି ଅବସରରେ ସେ କୋ-ଅପରେଟିଭ୍ ଏବଂ ଜାତୀୟ ବ୍ୟାଙ୍କରୁ ୨ଲକ୍ଷ ପର୍ଯ୍ୟନ୍ତ ଋଣ ଛାଡ଼ ଘୋଷଣା କରିଛନ୍ତି। ନିର୍ବାଚନ ପୂର୍ବରୁ କ୍ଷମତାକୁ ଆସିଲେ ୨୪ ଘଣ୍ଟା ମଧ୍ୟରେ କୃଷିଋଣ ଛାଡ଼ କରିବାକୁ ଉଭୟ କଂଗ୍ରେସ ଓ ଜେଡିଏସ ପ୍ରତିଶ୍ରୁତି ଦେଇଥିଲେ।
ବିଧାନସୌଧରେ ପହଞ୍ଚିବା ପରେ ଗଣମାଧ୍ୟମକୁ ସୂଚନାଦେଇ ଏଚ୍ ଡି କୁମାରସ୍ୱାମୀ କହିଛନ୍ତି, “ଅର୍ଥମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇବା ମୋ ଲାଗି ଏକ ନୂଆ ଅନୁଭୂତି। ବଳକା ବଜେଟ ପ୍ରସ୍ତୁତ କରିବାକୁ ମୁଁ ଏକ ଚ୍ୟାଲେଞ୍ଜ ଭାବେ ଗ୍ରହଣ କରିଛି।”
ବଜେଟ୍ ମୁଖ୍ୟାଂଶ
- କୃଷକଙ୍କୁ ୨ଲକ୍ଷ ପର୍ଯ୍ୟନ୍ତ ଋଣ ଛାଡ଼।
- ରାଜ୍ୟର ପ୍ରମୁଖ ତିନିଟି ସ୍ଥାନରେ ସୁପର ସ୍ପେସାଲିଟି ଡାକ୍ତରଖାନା ପ୍ରତିଷ୍ଠା।
- ପ୍ରାଇମେରି ସ୍କୁଲ ମାନଙ୍କରେ କନ୍ନଡ଼ ମାଧ୍ୟମ ବ୍ୟତୀତ ଇଂରାଜୀ ମାଧ୍ୟମ ସ୍କୁଲ ଖୋଲାଯିବ।
- କର୍ଣ୍ଣାଟକର ଛାତ୍ରଛାତ୍ରୀଙ୍କୁ ସରକାରୀ ସ୍କୁଲ ପ୍ରତି ଆକୃଷ୍ଟ କରିବାକୁ ଏଭଳି ପ୍ରୟାସ କରାଯାଇଛି।
- ଭାରତୀୟ ମଦ ଉପରେ ୪ପ୍ରତିଶତ ଉତ୍ପାଦ ଶୁଳ୍କ ବଢ଼ିଲା।
- କର୍ଣ୍ଣାଟକ ସରକାର ଆଦି ଶଙ୍କରାଚାର୍ଯ୍ୟ ଜୟନ୍ତୀ ପାଳନ କରିବ।














