ଓଡ଼ିଶାଲାଇଭ୍‌ ବ୍ୟୁରୋ

ସ୍କୁଲରେ ଅଘଟଣ। କାନ୍ଥ ଭୁଶୁଡ଼ି ଜଣେ ଛାତ୍ରୀ ମୃତ। ଭଦ୍ରକ ଜିଲ୍ଲା ବାସୁଦେବପୁର ଅଞ୍ଚଳର ବିନାୟକପୁର ଉପ୍ରା ବିଦ୍ୟାଳୟ ପରିସରରେ ଘଟିଛି ଏଭଳି ଅଘଟଣ।

ଖେଳ ଛୁଟି ସାର ସ୍କୁଲରୁ ଫେରୁ ଥିବାବେଳେ ପାଖରେ ଥିବା ଜାମୁ କୋଳି ଗଛରୁ କୋଳି ପାରି ଖାଉଥିଲେ। ଏହି ସମୟରେ ପାଖରେ ଥିବା ଏକ ଭଙ୍ଗା ଘରର ମାଟି କାନ୍ଥଟି ଖସିପଡ଼ିବାରୁ କାନ୍ଥ ତଳେ ଅନେକ ପିଲା ଚାପି ହୋଇ ରହିଯାଇଥିଲେ।

ତୁରନ୍ତ ଛାତ୍ରୀଛାତ୍ରମାନଙ୍କୁ ସେଠାରୁ ଉଦ୍ଧାର କରାଯାଇଥିଲା। ଘଟଣା ସ୍ଥଳରେ ଜଣେ ଛାତ୍ରୀଙ୍କ ମୃତ୍ୟୁ ହୋଇଥିବାବେଳେ ୩ଜଣ ଗୁରୁତର ଆହତ ହୋଇ ମେଡିକାଲରେ ଚିକିତ୍ସିତ ହେଉଛନ୍ତି।

Comment