ଓଡ଼ିଶାଲାଇଭ୍ ବ୍ୟୁରୋ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରାଲିରେ ଅଘଟଣ। ସୋମବାରଦିନ ପଶ୍ଚିମବଙ୍ଗର ମେଦିନାପୁରରେ ମୋଦିଙ୍କ ରାଲିରେ ଟେଣ୍ଟ ଭୁଶୁଡ଼ି ୨୪ଜଣ ଆହତ ହୋଇଛନ୍ତି।
ଆହତମାନଙ୍କୁ ତୁରନ୍ତ ହସ୍ପିଟାଲକୁ ନିଆଯାଇ ଚିକିତ୍ସା କରାଯାଉଛି। ଆହତମାନଙ୍କ ମଧ୍ୟରୁ ହାତ ଗୋଡ଼ ଭାଙ୍ଗିଯାଇଥିବା ପ୍ରାଥମିକ ଚିକିତ୍ସାରୁ ଜଣାପଡ଼ିଛି। ଆହତମାନଙ୍କୁ ଭେଟିବା ପାଇଁ ମୋଦି ହସ୍ପିଟାଲ ଯାଇଛନ୍ତି।
ପଶ୍ଚିମବଙ୍ଗର ମେଦିଆପୁର କଲେଜ ଗ୍ରାଉଣ୍ଡରେ ଆୟୋଜିତ ହୋଇଥିବା ମୋଦିଙ୍କ ରାଲିରେ ଅସମ୍ଭାଳ ଭିଡ଼ ଯୋଗୁଁ ବନ୍ଧା ଯାଇଥିବା ଭୁଶୁଡ଼ି ପଡ଼ିଥିଲା। ଫଳରେ ଟେଣ୍ଟ ତଳେ ଚାପି ହୋଇ ଯାଇଥିଲେ ଅନେକ ଲୋକ। ଆହତମାନଙ୍କୁ ତୁରନ୍ତ ସ୍ଥାନୀୟ ଡାକ୍ତରଖାନାକୁ ନିଆଯାଇଥିଲା।














