ଓଡ଼ିଶାଲାଇଭ୍ ବ୍ୟୁରୋ

ବନାବିରା ଗୁଳିକାଣ୍ଡ ମାମଲାରେ ଗିରଫ ହୋଇଥିବା ବିଜେପି ନେତା ଜୟନାରାୟଣ ମିଶ୍ରଙ୍କୁ ହାଇକୋର୍ଟ ସର୍ତ୍ତମୂଳକ ଜାମିନ ଦେଇଛନ୍ତି। ୫୦ ହଜାର ଟଙ୍କା ଓ ଦୁଇ ଜାମିନଦାରଙ୍କ ବଦଳରେ ତାଙ୍କୁ ଜାମିନ ମିଳିଛି। ନିମ୍ନ ଅଦାଲତଙ୍କ ବିନା ଅନୁମତିରେ ଜୟନାରାୟଣ ବାହାରକୁ ନ ଯିବା ପାଇଁ ଜାମିନରେ ସର୍ତ୍ତ ରହିଛି।
ବିଜେପୁର ନିର୍ବାଚନବେଳେ ଗୁଳିମାଡ଼ ଘଟଣାରେ ଜୟନାରାୟଣ ମିଶ୍ର ଗିରଫ ହୋଇଥିଲେ। ଏବେ ସେ ସୋହେଲା ଜେଲରେ ଅଛନ୍ତି।














