ଓଡ଼ିଶାଲାଇଭ୍‌ ବ୍ୟୁରୋ

ଜେଲରୁ ମୁକୁଳିଛନ୍ତି ବିଜେପି ନେତା ଜୟନାରାୟର ମିଶ୍ର। ବନାବିରା ଗୁଳିକାଣ୍ଡ ମାମଲାରେ ଗିରଫ ହୋଇଥିବା ଜୟନାରାୟଣ ଗୁରୁବାରଦିନ ସମ୍ବଲପୁରର ସୋହେଲା ଜେଲରୁ ମୁକୁଳିଛନ୍ତି।

୨ଦିନ ତଳେ ଜୟନାରାୟଣଙ୍କୁ ହାଇକୋର୍ଟ ସର୍ତ୍ତମୂଳକ ଜାମିନ ଦେଇଥିଲେ। ୫୦ ହଜାର ଟଙ୍କା ଓ ଦୁଇ ଜାମିନଦାରଙ୍କ ବଦଳରେ ତାଙ୍କୁ ଜାମିନ ମିଳିଥିଲା। ନିମ୍ନ ଅଦାଲତଙ୍କ ବିନା ଅନୁମତିରେ ଜୟନାରାୟଣ ବାହାରକୁ ନ ଯିବା ପାଇଁ ଜାମିନରେ ସର୍ତ୍ତ ରହିଛି।

ବିଜେପୁର ନିର୍ବାଚନବେଳେ ଗୁଳିମାଡ଼ ଘଟଣାରେ ଜୟନାରାୟଣ ମିଶ୍ର ଗିରଫ ହୋଇଥିଲେ।

LEAVE A REPLY

Please enter your comment!
Please enter your name here