ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିଭିନ୍ନ ଦାବି ନେଇ ଆଜିଠାରୁ ଦେଶବ୍ୟାପୀ ଅନିର୍ଦ୍ଦିଷ୍ଟ କାଳ ପାଇଁ ଟ୍ରକ୍‌ ଧର୍ମଘଟ ଡାକରା ଦିଆଯାଇଛି।

ସାରା ଦେଶରେ ଆଜିଠୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଟ୍ରକ୍‌ ଧର୍ମଘଟ ଆରମ୍ଭ। ବିଭିନ୍ନ ଦାବି ନେଇ ଆଜି ଦେଶବ୍ୟାପୀ ଟ୍ରକ୍‌ ଧର୍ମଘଟ ଡାକରା ଦିଆଯାଇଛି। ଫଳରେ ସମସ୍ତ ଟ୍ରକ୍‌ ଚଳାଚଳ ବନ୍ଦ ରହିଛି । ଆଜି ସକାଳ ୬ଟାରୁ ଧର୍ମଘଟ ଆରମ୍ଭ ହୋଇଥିବା ବେଳେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଟ୍ରକ୍‌ ଧର୍ମଘଟ ଜାରି ରହିବ ବୋଲି ସଂଘ ପକ୍ଷରୁ କୁହାଯାଇଛି।

ଅଖିଳ ଭାରତ ମୋଟର ପରିବହନ ସଂଘ ପକ୍ଷରୁ ଦିଆଯାଇଥିବା ଏହି ଟ୍ରକ୍‌ ଧର୍ମଘଟ ଡାକରାକୁ ଓଡ଼ିଶା ଟ୍ରକ୍‌ ମାଲିକ ମହାସଂଘ ସମର୍ଥନ ଜଣାଇଛି।

ଟୋଲ୍‌ ଗେଟ୍ ଉଚ୍ଛେଦ, ଡିଜେଲକୁ ଜିଏସ୍‌ଟି ଅନ୍ତର୍ଭୁକ୍ତ କରିବା ଏବଂ ଥାର୍ଡ ପାଟି ଇନ୍‌ସୁରାନ୍ସକୁ ବନ୍ଦ କରିବା ଆଦି ୩ଟି ମୁଖ୍ୟ ଦାବି ନେଇ ଅଖିଳ ଭାରତ ମୋଟର ପରିବହନ ସଂଘ ପକ୍ଷରୁ ଟ୍ରକ୍ ଧର୍ମଘଟ ଡାକରା ଦିଆଯାଇଛି।

LEAVE A REPLY

Please enter your comment!
Please enter your name here