ଓଡ଼ିଶାଲାଇଭ୍‌ ବ୍ୟୁରୋ

କାରଗିଲ୍‌ ଯୁଦ୍ଧର ୧୯ଶ ବାର୍ଷିକୀ ଅବସରରେ ଦେଶର ସୀମାନ୍ତ ସୁରକ୍ଷା ନିମନ୍ତେ ଆତ୍ମବଳୀ ଦେଇଥିବା ଭାରତର ସାହସୀ ସୈନିକଙ୍କ ଉଦ୍ଦେଶ୍ୟରେ ଗୁରୁବାର ଦିନ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି।

କାରଗିଲ୍‌ ଯୁଦ୍ଧକୁ ପୂରିଛି ୧୯ ବର୍ଷ। ଏହି ଅବସରରେ ଦେଶ ପାଇଁ ଜୀବନ ଦେଇଥିବା ଭାରତର ସାହସୀ ସୈନିକଙ୍କ ଉଦ୍ଦେଶ୍ୟରେ ଗୁରୁବାର ଦିନ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛି ଭାରତୀୟ ସେନା।

କାରଗିଲ୍‌ ଯୁଦ୍ଧର ୧୯ଶ ବାର୍ଷିକୀ ଅବସରରେ ଦେଶର ସୀମାନ୍ତ ସୁରକ୍ଷା ନିମନ୍ତେ ଆତ୍ମବଳୀ ଦେଇଥିବା ଭାରତର ସାହସୀ ସୈନିକଙ୍କ ଉଦ୍ଦେଶ୍ୟରେ ଗୁରୁବାର ଦିନ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି।

ସହିଦ ବୀରମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଇ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଟୁଇଟର୍‌ରେ ଲେଖିଛନ୍ତି – କାରଗିଲ୍‌ ବିଜୟ ଦିବସ ଅବସରରେ ଆମ ସଶସ୍ତ୍ର ବାହିନୀର ଉଦ୍ୟମ ଓ ବୀରତ୍ୱ ପ୍ରତି କୃତଜ୍ଞତା ଜଣାଉଛି। କାରଗିଲ୍‌ରେ ଆତ୍ମବଳୀ ଦେଇଥିବା ସହିଦମାନଙ୍କୁ ଆମର ଶ୍ରଦ୍ଧାଞ୍ଜଳି। ସେମାନଙ୍କ ପରିବାରବର୍ଗଙ୍କ ନିକଟରେ ଆମେ ଚିରଋଣୀ।

କାରଗିଲ ଯୁଦ୍ଧ ୧୯୯୯ ମେ’ ୩ ରୁ ଆରମ୍ଭ ହୋଇ ଜୁଲାଇ ୨୬ ତାରିଖରେ ଶେଷ ହୋଇଥିଲା। ଯୋଜନାବଦ୍ଧ ଭାବେ ପାକିସ୍ତାନ ୧୯୯୮ରୁ ହିଁ ଯୁଦ୍ଧର ଆରମ୍ଭ କରିଥିଲା।

୫ ହଜାର ସୈନ୍ୟଙ୍କୁ କାରଗିଲ ଦଖଲ ପାଇଁ ପଠାଇଥିଲା ପାକିସ୍ତାନ। ଭାରତୀୟ ସେନା ଏହା ଜାଣିବା ପରେ ଆରମ୍ଭ ହୋଇଥିଲା ଅପରେଶନ ବିଜୟ। ଯୁଦ୍ଧରେ ଭାରତର ୫୨୭ ଯବାନ ଶହୀଦ ହୋଇଥିଲେ। ସହିଦଙ୍କ ମଧ୍ୟରେ ଜମ୍ମୁ-କଶ୍ମୀରର ୭୧ ଜଣ ଥିଲେ। ଯୁଦ୍ଧରେ ଭାରତୀୟ ଯବାନଙ୍କ ବୀରତ୍ୱ ସମ୍ମୁଖରେ ପରାଜୟ ସ୍ଵୀକାର କରିଥିଲା ପାକିସ୍ତାନ। ଭାରତୀୟ ବାୟୁସେନାର ମିଗ୍‌-୨୭, ମିଗ୍‌-୨୯ ଯୁଦ୍ଧ ବିମାନରୁ ଶତ୍ରୁ ଶିବିର ଉପରେ କରିଥିଲା ବୋମାମାଡ଼। କାରଗିଲ୍‌ ଯୁଦ୍ଧରେ ଲେଫ୍ଟନାଣ୍ଟ ମନୋଜ କୁମାର ପାଣ୍ଡେ, କ୍ୟାପଟେନ୍‌ ବିକ୍ରମ ବତ୍ରା, ରାଇଫଲମ୍ୟାନ୍‌ ସଞ୍ଜୟ କୁମାର, ଗ୍ରେନେଡ଼ିୟର ଯୋଗେନ୍ଦ୍ର ସିଂ ଯାଦବ ଆଦି ଅନେକ ଭାରତୀୟ ଯବାନ ସହିଦ ହୋଇଥିଲେ।

୧୯୯୯  କାରଗିଲ ଯୁଦ୍ଧରେ ସହିଦମାନଙ୍କ ସ୍ମୃତିକୁ ଉଜାଗର କରିବାକୁ ସେନାବାହିନୀ ସେମାନଙ୍କ ପରିବାରବର୍ଗଙ୍କୁ ଆମନ୍ତ୍ରଣ କରିଥିଲେ। ଏହି ଅବସରରେ ସହିଦମାନଙ୍କ ପରିବାରର କିଛି ସଦସ୍ୟ ଏବଂ ପତ୍ନୀମାନେ ସେମାନଙ୍କ ଅନୁଭୂତି ବଖାଣି ଥିଲେ।

୧୯୯୯ କାରଗିଲ ଯୁଦ୍ଧକୁ ଭାରତୀୟ ସଶସ୍ତ୍ର ବାହିନୀ ଇତିହାସରେ ପରିବର୍ତ୍ତନର ସମୟ ବୋଲି ବିଚାର କରାଯାଏ। ସେତେବେଳେ ଏ ଯୁଦ୍ଧ ଟେଲିଭିଜନ୍‌ରେ ପ୍ରସାରିତ ହୋଇଥିଲା।

କାରଗିଲ ଯୁଦ୍ଧକୁ ୧୯ବର୍ଷ ପୂର୍ତ୍ତି ଉପଲକ୍ଷେ ଶୀର୍ଷ ସ୍ତରୀୟ ରାଜନେତା, ସାମରିକ ଅଧିକାରୀ ଏବଂ ସମାଜର ସବୁ ବର୍ଗର ଲୋକେ ବୀର ସହିଦଙ୍କୁ ଏଇ ଅବସରରେ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି।

Comment