ଓଡ଼ିଶାଲାଇଭ୍‌ ବ୍ୟୁରୋ

ଶୁକ୍ରବାର ହେଉଛି ଗୁରୁପୂର୍ଣ୍ଣିମା। ଏହି ରାତିରେ ଚଳିତ ଶତାବ୍ଦୀର ଦୀର୍ଘତମ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ଲାଗିବାକୁ ଯାଉଛି। ପାଞ୍ଜିକାରମାନଙ୍କ କହିବା ଅନୁସାରେ ରାତି ୧୧ଟା ୫୩ ମିନିଟ୍ ୪୮ ସେକେଣ୍ଡରେ ଗ୍ରହଣ ସ୍ପର୍ଶ ହେବ। ୧ଟାରେ ପୂର୍ଣ୍ଣ ଗ୍ରାସ ଏବଂ ୨ଟା ୪୩ ମିନିଟ୍ ୮ ସେକେଣ୍ଡରେ ଗ୍ରହଣ ସର୍ବମୋକ୍ଷ ହେବ। ଏଥିପାଇଁ ଅପରାହ୍ଣ ୨ଟା୫୪ରୁ ପାକ ନିଷେଧ ଏବଂ ଦେବନୀତି ନିଷେଧ କରାଯାଇଛି।

ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ପାଇଁ ଶ୍ରୀମନ୍ଦିରରେ ନୀତି ନିର୍ଘଣ୍ଟ ହୋଇଛି। ସକାଳ ୫ଟାରେ ଶ୍ରୀମନ୍ଦିର ଦ୍ୱାର ଫିଟା, ସାଢ଼େ ୫ଟାରେ ଶ୍ରୀମନ୍ଦିର ଭିତର ଶୋଧ, ୫ଟା୪୦ରେ ମଙ୍ଗଳ ଆଳତୀ, ୬ଟାରେ ମଇଲମ, ସାଢ଼େ ୬ଟାରେ ତଡ଼ପ ଲାଗି, ସାଢ଼େ ୭ଟାରେ ଅବକାଶ, ୮ଟାରେ ବେଶ ଶେଷ ହେବ। ୮ଟା୧୫ରେ ସୂର୍ଯ୍ୟ ପୂଜା, ସାଢ଼େ ୮ଟାରେ ଦ୍ୱାରପାଳ ପୂଜା, ୯ଟାରେ ଗୋପାଳବଲ୍ଲଭ ନୀତି ଅନୁଷ୍ଠିତ ହେବ।

ସାଢ଼େ ୯ଟାରୁ ସକାଳ ଧୂପ, ୯ଟା୪୦ରୁ ଭୋଗ ମଣ୍ଡପ, ୧୨ଟାରୁ ଦ୍ୱିତୀୟ ଭୋଗ ମଣ୍ଡପ ଆଦି ନୀତି ଅନୁଷ୍ଠିତ ହେବ।

Comment