ଓଡ଼ିଶାଲାଇଭ୍ ବ୍ୟୁରୋ
ମାଲକାନଗିରି ଜିଲ୍ଲା ବିଚ୍ଛିନ୍ନାଞ୍ଚଳକୁ ସଂଯୋଗ କରୁଥିବା ଗୁରୁପ୍ରିୟା ସେତୁର ଆଜି ଲୋକାର୍ପଣ କରିବେ। ଏହାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକାର୍ପଣ କରିବେ। ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୁର୍ବରୁ ମାଲକାନଗିରି ଜିଲ୍ଲା କଂଗ୍ରେସ ଅଫିସରୁ ୫ ଜଣ କର୍ମୀଙ୍କୁ ଉଠାଇ ନେଇଛି ପୋଲିସ। ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପରେ ସେମାନଙ୍କୁ ଛଡ଼ା ଯିବ।
ମୁଖ୍ୟମନ୍ତ୍ରୀଙ୍କ ମାଲକାନଗିରି ଗସ୍ତକୁ ଜିଲ୍ଲା କଂଗ୍ରେସ ବିରୋଧ କରୁଥିଲା। ମୁଖ୍ୟମନ୍ତ୍ରୀକୁ ବିରୋଧ କରିବା ପାଇଁ କଂଗ୍ରେସ କର୍ମୀ ସଜବାଜ ହେଉଥିଲେ। ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି।
ପୂର୍ତ୍ତ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଏବଂ ସଚିବ ନଳିନୀ ପ୍ରଧାନ ମାଲକାନଗିରି ଗସ୍ତ କରି ସେତୁର ସ୍ଥିତି ଅନୁଧ୍ୟାନ କରିଛନ୍ତି। ସେତୁ ଲୋକାର୍ପଣ ପାଇଁ ୬ ବାଟାଲିୟନ ସୁରକ୍ଷା ବାହିନୀ ଏବଂ ବ୍ଲାକ କ୍ୟାଟ୍ କମାଣ୍ଡୋ ମୁତୟନ କରାଯାଇଛି। ୪୭୨ କୋଟି ଟଙ୍କା ବ୍ୟୟରେ ଏହି ସେତୁ ନିର୍ମାଣ କରାଯାଇଛି।


















