ଓଡ଼ିଶାଲାଇଭ୍‌ ବ୍ୟୁରୋ

ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଏମ୍‌ କରୁଣାନିଧି ଗୁରୁତର ଅସୁସ୍ଥ। ବୟସାଧିକ ଯୋଗୁଁ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ ୯୪ବର୍ଷୀୟ ଏମ୍‌ କରୁଣାନିଧି। ଗତକାଲି ତାଙ୍କ ସ୍ୱାସ୍ଥ୍ୟବସ୍ଥାରେ ଦ୍ରୁତ ଗତିରେ ଅବନ୍ନତି ଘଟିଥିଲା।

ତାଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତାଙ୍କୁ ଜ୍ୱର ହେବା ସହ ପରିସ୍ରା ସଂକ୍ରମଣ ହୋଇଥିଲା। ବର୍ତ୍ତମାନ ତାଙ୍କ ସ୍ଵାସ୍ଥ୍ୟବସ୍ଥା ସାମାନ୍ୟ ସୁଧୁରିଛି ବୋଲି କହିଛନ୍ତି ତାଙ୍କ ପୁଅ ଷ୍ଟାଲିନ୍।

ଏହି ଖବର ପ୍ରଚାରିତ ହେବା ପରେ ଶୁକ୍ରବାରଦିନ ଶାସକ ଏଆଇଏଡିଏମକେ ଓ ବିରୋଧୀ ଡିଏମକେର ବରିଷ୍ଠ ନେତାମାନେ କରୁଣାନିଧିଙ୍କୁ ତାଙ୍କ ବାସଭବନରେ ଭେଟି ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିଛନ୍ତି।

ଉପମୁଖ୍ୟମନ୍ତ୍ରୀ ଓପନ୍ନିରସେଲଭମ୍ ଓ ଅଭିନେତାରୁ ରାଜନେତା ପାଲଟିଥିବା କମଲ ହାସନ ମଧ୍ୟ ତାଙ୍କ ବାସଭବନକୁ ଯାଇ ପୁଅ ଷ୍ଟାଲିନ୍ ଓ ଝିଅ କାନ୍ନିମୋଝିଙ୍କ ସହ ଏନେଇ ଆଲୋଚନା କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଟୁଇଟ୍‌ ଯୋଗେ କରୁଣାନିଧିଙ୍କ ଦ୍ରୁତ ଆରୋଗ୍ୟ କାମନା କରିଛନ୍ତି।

ବର୍ତ୍ତମାନ ତାମିଲନାଡୁ ବିଧାନସଭାରେ ଏମ୍‌ କରୁଣାନିଧି ବିରୋଧୀଦଳ ନେତା ଅଛନ୍ତି।

Comment