ଓଡ଼ିଶାଲାଇଭ୍‌ ବ୍ୟୁରୋ

କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ାରେ ହେବ ନଦୀଭିତ୍ତିକ ବନ୍ଦର। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ସଚିବାଳୟରେ ଅନୁଷ୍ଠିତ କ୍ଲିୟରାନ୍ସ କମିଟି ବୈଠକରେ ଏହି ସବୁଜସଙ୍କେତ ମିଳିଛି। ଦୁଇଟି ପର୍ଯ୍ୟାୟରେ ଏହି ବନ୍ଦର ନିର୍ମାଣ ହେବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି।

ମହାକାଳପଡ଼ାର ଆଖଡ଼ାଶାଳି ମହାନଦୀ କୂଳରେ ଏହି ବନ୍ଦର ନିର୍ମାଣ କରାଯିବ। ପ୍ରଥମ ପର୍ଯ୍ୟାୟରେ ୨୧୧୦ କୋଟି ଟଙ୍କା ବ୍ୟୟ କରାଯିବ। ୧୮.୪୩ ମିଲିଅନ୍ ଟନ୍ ପଣ୍ୟ କାରବାର କରିବା ପାଇଁ ଲକ୍ଷ୍ୟ ରଖାଯାଇଛି।  ଦ୍ୱିତୀୟ ପର୍ଯ୍ୟାୟରେ ୪୫.୮୮ ମିଲିଅନ୍ ଟନ୍ ପଣ୍ୟ କାରବାର କରିବା ପାଇଁ ଲକ୍ଷ୍ୟ ରଖାଯାଇଛି।

ଏହି ବନ୍ଦର ନିର୍ମାଣ ହେଲେ ପରୋକ୍ଷ ଏବଂ ପ୍ରତ୍ୟକ୍ଷ ଭାବେ ୧୫ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହେବ।

ରାଜ୍ୟ ସରକାର ଏବଂ ଘରୋଇ ଉଦ୍ୟୋଗର ମିଳିତ ଉଦ୍ୟମରେ ବନ୍ଦର ନିର୍ମାଣ ହେବ। ୧୭୫ ହେକ୍ଟର ଜାଗାରେ ବନ୍ଦର ତିଆରି ହେବ। ବନ୍ଦର ନିର୍ମାଣ ପାଇଁ ୪ଟି ସଂସ୍ଥା ଆବେଦନ କରିଛନ୍ତି।

Comment